Tag ନବକୃଷ୍ଣ ଚୌଧୁରୀ

ସ୍ବରାଜ ଆଶ୍ରମ

ଲେଖା: ଦେଵ ତ୍ରିପାଠୀ କଟକ ସାହେବଜାଦା ବଜାରର ସେଇ ପୁରୁଣା ଦୁଇ ମହଲା କୋଠା ! ଅଗଷ୍ଟ ୧୫ କି ଜାନୁୟାରୀ ୨୬ ଆସିଲେ ଏଇ କୋଠାଟି ବିସ୍ମୃତିର ବହଳ ଚାଦର ଭିତରୁ ଉଙ୍କି ମାରି ଉଠେ । ଏଇ କୋଠାର ଛାତି ଉପରେ ତ୍ୟାଗ, ଆଦର୍ଶ, ସାଧନାର ଝାଞ୍ଜପିଟା ହୁଏ, ଏଇ କୋଠା ସହିତ…

ମା’ ରମାଦେବୀ (Ramadevi)

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ 'ଭୀମାଭୂୟାଁ' ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ . .

ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା

ଲେଖା: ଅମ୍ରିତେଶ ଖଟୁଆ ଏପ୍ରିଲ ୧, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମଦିନ। ହେଲେ ଆଉ ଜଣେ ମହୀୟାନ ବୈଜ୍ଞାନିକ, ଯିଏକି ଓଡ଼ିଆ ମାଟିରୁ ବିଶ୍ଵସ୍ତରକୁ ନିଜ ଅଭୂତପୂର୍ବ ବୈଜ୍ଞାନିକ ସିଦ୍ଧାନ୍ତ ବଳରେ ଜ୍ଞାନର ଅନୁପମ ଶ୍ରେଣୀକୁ ଆରୋହଣ କରି ନିଜ ବିଦବତ୍ତାର ପରିଚୟ ଦେଇଥିଲେ। ଏଇ ମହାନ ଦିବସଟି ମଧ୍ୟ ଡଃ ପ୍ରାଣକୃଷ୍ଣ ପରିଜାଙ୍କ ଜନ୍ମଦିନ।…

ପ୍ରାଣକୃଷ୍ଣ ପରିଜା

ଲେଖା: ନିରଞ୍ଜନ ସାହୁ ୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଓ ବଙ୍ଗଳାର ଶିକ୍ଷିତ ମହଲରେ ଚହଳ ସୃଷ୍ଟି କରିଦେଲେ । ତାହାର କାରଣ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା କମ ଏବଂ ବଙ୍ଗଳାର ସାଧାରଣ ଲୋକଙ୍କ…

କାଇପଡା କଳାମାଟିଆ ଗୁଳିକାଣ୍ଡ 

 ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ…

ନବକୃଷ୍ଣ ଚୌଧୁରୀ

ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…

ଗୋପବନ୍ଧୁ ଚୌଧୁରୀ

ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ ।  ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ ।  ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…

ଶୈଳବାଳା ଦାସ

ଲେଖା: ଅମ୍ରିତେଶ ଖଟୁଆ ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣା ହେବା ସହ ମଧୁବାବୁଙ୍କ ସ୍ଵପ୍ନର ରାଇଜରେ ଏକ ସୁଦୃଢ଼ ସମାଜକୁ ଖୋରାକ ଦେଇଥିଲେ ଶୈଳବାଳା ଦାସ। ୧୮୭୫ ମାର୍ଚ୍ଚ ୨୫ରେ କୋଲକାତାର ଭବାନୀପୁର ସ୍ଥିତ ମଧୁସୂଦନଙ୍କ ଚକ୍ରବାରିଆ ରୋଡ୍‌ ଭଡ଼ା ଘରେ ଶୈଳବାଳା ଜନ୍ମଗ୍ରହଣ କରିଥିଲେ। ପିତା ତଥା ମଧୁବାବୁଙ୍କ ସୁହୃଦ…