Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .
ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .