View Share Email Follow Tweet
ଉପସ୍ଥାପନା: ଦେଵ ତ୍ରିପାଠୀ ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ […]
ଲେଖା: ଅମ୍ରିତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ, ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, ମନ ମଧ୍ୟେ ପଶି ଯାଉଅଛି […]
ଲେଖା: ଅମ୍ରିତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା […]
ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, […]
ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .