Tag ଗଞ୍ଜାମ

ପ୍ରଥମ ଭାଷାତତ୍ତ୍ୱ

ଲେଖା: ଦେଵ ତ୍ରିପାଠୀ ଆମେ ସାଧାରଣତଃ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷକୁ ଓଡ଼ିଆ ଭାଷାର ସର୍ବପ୍ରଥମ ସମ୍ପୂର୍ଣ୍ଣ ଭାଷାକୋଷ ଭାବରେ ଜାଣୁ । କିନ୍ତୁ, ବାସ୍ତବରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ହିଁ ପ୍ରକାଶ ପାଇଥିଲା ଶବ୍ଦ ତତ୍ତ୍ଵବୋଧ ଭାଷାକୋଷ । ଅଧ୍ୟାପକ ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ଦୀର୍ଘ…

ଯାତ୍ରାପୋଷାକର ଗାଁ

ଲେଖା: ଦେଵ ତ୍ରିପାଠୀ ନିହାତି ପିଲାଦିନର କଥା । ଗାଁକୁ କେବେ ଯାତ୍ରା ଆସିଲେ ଘରେ ଘରେ ବନ୍ଧୁବାନ୍ଧବ ପହଞ୍ଚିଯା’ନ୍ତି । ଆମେ ପିଲାମାନେ ଖରାବେଳୁ ସଞ୍ଜ ନଇଁବା ଯାଏଁ ମାତିଯାଉ ବେଲୁନ ଆଉ କଣ୍ଢେଇ କିଣିବାରେ । ସଞ୍ଜ ନଇଁଗଲେ ସପମଶିଣା, ଚଟେଇ ଖଣ୍ଡେ କାଖରେ ଜାକି ଧାଇଁ ଯାଉ ଯାତ୍ରାପଡିଆକୁ, ପରିବାର ଲୋକ…

କାଗଜମୁଖା 

ଲେଖା: ଦେଵ ତ୍ରିପାଠୀ ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ…

ଜଉଗଡ଼

ଲେଖା: ଦେଵ ତ୍ରିପାଠୀ ଖ୍ରୀଷ୍ଟପୂ୍ର୍ବ ୨୬୧ର କଳିଙ୍ଗ ବିଜୟର ପ୍ରବଳ ରକ୍ତପାତ ଓ ସଂଖ୍ୟାଧିକ ମୃତାହତଙ୍କ ବିକଳ ଦୃଶ୍ୟ ଚଣ୍ଡାଶୋକକୁ ରୂପାନ୍ତରିତ କଲା ଧର୍ମାଶୋକରେ I ଏହି ପରିବର୍ତ୍ତନର ସ୍ମାରକୀରୂପେ ଖୋଦିତ ହେଲା ଶିଳାଲେଖ ଖ୍ରୀଷ୍ଟପୂର୍ବ ୨୫୭ରେ, ଧଉଳି ଓ ଜଉଗଡ଼ ଠାରେ I ଧଉଳି ଆଜି ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କର ମୁଖ୍ୟ ଆକର୍ଷଣର ଅନୁପମ…