Tag ଗଙ୍ଗାଧର

ଅମୃତସନ୍ତାନ ଫକୀରମୋହନ

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୂଳେ ଲୋପ କରି ମୃତ ଓଡ଼ିଆର କଙ୍କାଳ ହାଡରେ ନିଜ…

ନୀଳମଣି ବିଦ୍ୟାରତ୍ନ

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .