Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ଆଶ୍ଵିନ ଶୁକ୍ଳପକ୍ଷର ଜ୍ୟୋତ୍ସ୍ନା ମାୟାରେ ବର୍ଷା ଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନ ମଧ୍ୟ ହୋଇ ଉଠେ ମତୁଆଲା, ଆଉ କୁଆଁରୀ ଝିଅଙ୍କ ମନ ହୋଇ ଯାଏ ଉଚ୍ଚାଟ, ସ୍ନାୟୁର ସୌଧ ଯେମିତି ଭାଙ୍ଗି ଭାଙ୍ଗି ଯାଏ, ମନ ଚାହେଁ ଜ୍ୟୋସ୍ନା ପ୍ଲାବିତ, ପୁଲକିତ ରଜନୀ ଉଜାଗର ରହି ବିତାଇବାକୁ…