Tag ଓଡ଼ିଆ ମିଠା

କ୍ଷୀରିପିଠା

ଲେଖା: ଶିଶିର ମନୋଜ ସାହୁ “କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା ! କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ । ସେଥିପାଇଁ…

ଆମ ଓଡ଼ିଆ ମିଠା ଛେନାପୋଡ଼

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆଙ୍କ ଖାଇବା ଇ ନିଆରା !  ସେ ଟଙ୍କିକିଆ ଚାଉଳର ଭାତ ହେଉ କି ୩୦୦ଟଙ୍କିଆ ବାସୁମତୀ ଚାଉଳର ଭାତ ଖାଉ, ମହାପ୍ରସାଦ ହେଉ ଅବା ରେଷ୍ଟୁରାଣ୍ଟର ଭୋଜନ ହେଉ ଓଡ଼ିଆ ଖାଇବା ଶେଷକୁ ଲୋଡ଼େ ମିଠା ଟିକିଏ ! ମିଠା ନ ଥିଲେ ଓଡ଼ିଆର ରଜାଘର ଖାନା ବେକାର…

ଆମ ଓଡ଼ିଆ ମିଠା ଛେନାଝିଲି

ଲେଖା: ଦେଵ ତ୍ରିପାଠୀ ପ୍ରାୟ ୬୦ ବର୍ଷ ପୂର୍ବର କଥା । ଭାରତ-ଚୀନ ଯୁଦ୍ଧ ସରିଛି, ଭାରତ ପାକିସ୍ଥାନ ଯୁଦ୍ଧ ବି ହୋଇଛି । ନିମାପଡା ବଜାରରେ ଚିନିର ଅଭାବ, ନିକଟ ବନମାଳୀପୁର କିମ୍ବା ପିପିଲିରେ ଚିନିର କଳାବଜାରୀ । ସେଥିପାଇଁ ସୁଦୂର କଟକ ମାଲଗୋଦାମରୁ ଯାଇ ଚିନି ଆଣିବାକୁ ପଡୁଥିଲା । ଚୈତ୍ରର ଜହ୍ନ…

ଆମ ଓଡ଼ିଆ ମିଠା ବାଣପୁରମୁଆଁ

ଲେଖା: ଦେଵ ତ୍ରିପାଠୀ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରସାବଳୀ, ପୁରୀ ଶ୍ରୀଜଗନ୍ନାଥଙ୍କ ଅବଢ଼ା ପରି ବାଣପୁରର ମା’ ଭଗବତୀଙ୍କ ପ୍ରସାଦରୂପେ ଖ୍ୟାତ ବାଣପୁରର ମୁଆଁ ବିଶେଷ ଆଦୃତ । ଯଜମାନେ ମନସ୍କାମନା ପୂରଣ ନିମନ୍ତେ ପ୍ରଥମେ ଏଇ ମୁଆଁକୁ ଯାଚଜ୍ଞା କରିଥାନ୍ତି, ମନସ୍କାମନା ପୂରଣ ହେବା ପରେ ଏହାକୁ ଭକ୍ତିଭରେ ଭୋଗ କରିଥାନ୍ତି ।  ମା’ ଭଗବତୀଙ୍କ…

ଆମ ଓଡ଼ିଆ ମିଠା ପାଳୁଅଲଡୁ

ଲେଖା: ଦେଵ ତ୍ରିପାଠୀ ସାଲ୍ୱନନ୍ଦିନୀ ସାଳନ୍ଦୀ ବା ଓଡ଼ିଶାର ଦ୍ଵିତୀୟ ସୂର୍ଯ୍ୟମନ୍ଦିର – ବିରଞ୍ଚିନାରାୟଣ ମନ୍ଦିର ଭଦ୍ରକର ସମ୍ପୂର୍ଣ୍ଣ ପରିଚୟ ନୁହେଁ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ, ଚରମ୍ପା ବଜାରର କାଳୀପୂଜା ମେଳା, ବଂଶୀବଲ୍ଲଭଙ୍କ ମୋଗଲତାମସା ଅଥବା ଆଖଣ୍ଡଳମଣି ବା ବଙ୍କବାସୁଳୀଙ୍କ ନାମ ଉଲ୍ଲେଖ କରିଦେଲେ ପୂର୍ଣ୍ଣାଙ୍ଗ ହୁଏନା ଭଦ୍ରକର ବଳୟ ଓ ବ୍ୟାପ୍ତି…

ଆମ ଓଡ଼ିଆ ମିଠା ମଗଜିଲଡୁ

ଲେଖା: ଦେଵ ତ୍ରିପାଠୀ ଖାଦ୍ୟ ! ପୁନଶ୍ଚ ଭିନ୍ନ ଓ ସ୍ବାଦିଷ୍ଟ ! କାହାର ବା ଲୋଭ ନ ହେବ ! ଯେଉଁଠି ଖାଦ୍ୟ ସ୍ବାଦିଷ୍ଟ, ସେଇଠି ତୃପ୍ତି ଓ ଆନନ୍ଦ । ସେ ବର୍ଷାଦିନିଆ ଉଷୁମ ମୁଢ଼ି ହେଉ କି ଜେଜେ ମା’ର ବେସରଦିଆ ଆମ୍ବୁଲପକା ଚୁନାମାଛ, ତା’ର ଯେଉଁ ବାସ୍ନା ଆଉ ସୁଆଦ…

ଆମ ଓଡ଼ିଆ ମିଠା ଛେନାମୁଡୁକି 

ଲେଖା: ଦେଵ ତ୍ରିପାଠୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଗଦି, ଘଣ୍ଟେଶ୍ୱର, ପୀରହାଟ ଏବଂ ଏଗୁଡ଼ିକର ଆଖପାଖ ଅଞ୍ଚଳକୁ ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ‘ଭେଡା’ କୁହାଯାଏ । ଏହି ଅଞ୍ଚଳଟି ସମୁଦ୍ର ପତନଠାରୁ ନିମ୍ନରେ ଥିବା କାରଣରୁ ଅଧିକାଂଶ ସମୟରେ ସମୁଦ୍ରସଂଲଗ୍ନ ନଦୀ ଓ ସେମାନଙ୍କ ଶାଖାନଦୀଗୁଡ଼ିକରେ ଜୁଆର ମାଡିଆସି ସମସ୍ତ ଅଞ୍ଚଳ…

ବିକଳାନନ୍ଦ କର

ଲେଖା: ଦେଵ ତ୍ରିପାଠୀ ଆମ କଟକ ଜିଲ୍ଲାର କଥା !  ଥିଲା ଜଣେ ଅଧ୍ୟବସାୟୀ କିଶୋର । ପଇସା ଅଭାବରୁ ସିନା ପାଠ ପଢ଼ି ପାରିଲାନି, ହେଲେ ମନରେ ଥାଏ ଆଗକୁ ବଢ଼ିବାର ସ୍ପୃହା ! ପରିସ୍ଥିତିରେ ପଡ଼ି ଘରଦ୍ଵାର ଛାଡ଼ି ଦିନେ ବିଦେଶମାଟିରେ ଜୀବନ ଜୀଇଁବା ପାଇଁ ହୋଟେଲରେ କାମ କଲା । ବ୍ରାହ୍ମଣ…

ଧନୁମୁଆଁ

ଲେଖା: ଦେଵ ତ୍ରିପାଠୀ ପୌଷର ଆକାଶ ଥାଏ ମେଘଶୂନ୍ୟ । ହସଖୁସିରେ ପୁଲକିତ ଚଷାଭାଇର ଧାନ ଅମଳ ଚାଲିଥାଏ । ମେରୀପୂଜା ସମ୍ପାଦିତ ହୁଏ । ଏହି ମହାର୍ଘ ବେଳାରେ ଆସେ ଧନୁସଙ୍କ୍ରାନ୍ତି, ଆଉ ଏହି ପର୍ବର ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ମେଲିଯାଏ ଧନୁମୁଆଁର ପସରା । ଅନ୍ୟ ସବୁ ମିଷ୍ଟାନ୍ନ ବିକ୍ରି ଫିକା ପଡିଯାଏ…