Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି ।…
ଉପସ୍ଥାପନା: ଗଣେଶ ଚନ୍ଦ୍ର ସିଂହ ଓ ଶିଶିର ସାହୁ ମନୋଜ ଅଵକାଶ ଚିନ୍ତା ଓଡ଼ିଆ ଭାଷାର ସାହିତ୍ୟ ସମ୍ଭାରରେ ଏକ ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାରେ ନାନାଦି କାଵ୍ଯ କଵିତା ସଂଗ୍ରହ ସଂକଳନ ରହିଛି କିନ୍ତୁ ତନ୍ମଧ୍ୟରେ ମାନଵଵାଦୀ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ରଚିତ ଏହି କଵିତା ପୁସ୍ତକଟି ସତରେ ନିଆରା କହିଲେ…
ସୌରଭିତ ସୃଷ୍ଟି: ଉତ୍କଳମଣି ଗୋପବନ୍ଧୁ ଦାସ ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ ? ନୀଳ ବୀଚିମାଳା ଧୀରେ ଧୀରେ ଯାଏ, ଲାଗଇ ସ୍ୱପନେ ଦେଖିଲା ପରାଏ । ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ…
ଲେଖା: ଅମ୍ରିତେଶ ଖଟୁଆ ୧୯୨୮, ଏପ୍ରିଲ ୨୨ ତାରିଖ ! ‘ଲୋକସେବକ ମଣ୍ଡଳ‘ ବାର୍ଷିକ ଅଧିବେଶନ ପାଇଁ ସମସ୍ତେ ପହଞ୍ଚିଲେ। ତିନି ଦିନିଆ ଅଧିବେଶନ ଶେକୁ ୨୫ ତାରିଖରେ ସରିଲା। ଉତ୍କଳମଣି ନିର୍ବାଚିତ ହୋଇଲେ ‘ଲୋକସେବକ ମଣ୍ଡଳ’ର ଉପସଭାପତି ରୂପେ ନିର୍ବାଚିତ ହୋଇଲେ। କୌଣସି ଓଡ଼ିଆ ଏହିପରି ଏକ ବଡ଼ ସମ୍ମାନର ଅଂଶୀଦାର ହୋଇନଥିଲା !…
ଲେଖା: ଅମ୍ରିତେଶ ଖଟୁଆ “ଅଶରୀରୀ, ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’ ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’ ତୁମେ ତେବେ ଅଛ? କାଲିପରି ଲାଗୁଛି ହେ ବ୍ରଜସୁନ୍ଦର*, ନିଜ…
ଲେଖା: ଦେଵ ତ୍ରିପାଠୀ ତୁମ ମାଟି ଦେହ ଗ୍ରାସିଛି ଶ୍ମଶାନ, ମାତ୍ର ଯଶୋଦେହେ ତୁମେ ଆୟୁଷ୍ମାନ ।” କେତେ ବଡ଼ କଥା କହିଛନ୍ତି କବିବର ! ଗଙ୍ଗଶିଉଳି ଫୁଲ । ସଞ୍ଜରେ ଫୁଟେ, ସକାଳକୁ ଝଡ଼ିଯାଏ । କିନ୍ତୁ ରୂପରେ, ରସରେ, ବାସରେ ବିହ୍ଵଳିତ କରେ ସଭିଙ୍କୁ ! ସେ ଫୁଲର କଳ୍ପନାରେ ବି ଅନୁଭୂତ…
ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…