Tag Cuttack

ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା

ଲେଖା: ଅମ୍ରିତେଶ ଖଟୁଆ ଏପ୍ରିଲ ୧, ସ୍ଵତନ୍ତ୍ର ଉତ୍କଳ ପ୍ରଦେଶର ଜନ୍ମଦିନ। ହେଲେ ଆଉ ଜଣେ ମହୀୟାନ ବୈଜ୍ଞାନିକ, ଯିଏକି ଓଡ଼ିଆ ମାଟିରୁ ବିଶ୍ଵସ୍ତରକୁ ନିଜ ଅଭୂତପୂର୍ବ ବୈଜ୍ଞାନିକ ସିଦ୍ଧାନ୍ତ ବଳରେ ଜ୍ଞାନର ଅନୁପମ ଶ୍ରେଣୀକୁ ଆରୋହଣ କରି ନିଜ ବିଦବତ୍ତାର ପରିଚୟ ଦେଇଥିଲେ। ଏଇ ମହାନ ଦିବସଟି ମଧ୍ୟ ଡଃ ପ୍ରାଣକୃଷ୍ଣ ପରିଜାଙ୍କ ଜନ୍ମଦିନ।…

ମନେପଡେ ଦୋଳଯାତ୍ରା କଥା

ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇ ଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ . .

ମାରଦା

ଲେଖା: ସନ୍ତୋଷ ପଟ୍ଟନାୟକ ~ ମାରଦା ମନ୍ଦିରର ଅନନ୍ୟ ଗାଥା ~ ଜଗନ୍ନାଥଙ୍କ କରୁଣାରୁ ଏ ସୃଷ୍ଟି ଜୀବନ ପାଇଛି । ଗତିଶୀଳ ଅଛି ପୁଣି ଆଗାମୀ ବଂଶଧରମାନଙ୍କ ପାଇଁ ଆଗକୁ ବି ବଞ୍ଚିରହିବ। ଏ ଅନନ୍ତ ବ୍ରହ୍ମାଣ୍ଡର କେହି ଜଣେ ନିଶ୍ଚିତ ନିୟାମକ ଅଛନ୍ତି ଏଥିରେ ଦ୍ୱିରୁକ୍ତି ନାହିଁ। ଦେଖନ୍ତୁ ଅନୁଭବ କରନ୍ତୁ କେତେ…

ଉତ୍କଳ ଦୀପିକା

ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…

ଏ ଜାତି ଗାଲମାଧବ (ଭାଗ ୩)

ଏକୋଇଶିଆ ଦିନ ଶିଶୁପୁତ୍ର ଏ କୋଳରୁ ସେ କୋଳ ହେଉଛି, କେତେ ବେଳକେ ଆସିଲା ମା' ପାର୍ବତୀଙ୍କ କୋଳକୁ ! ଛାତିରେ ଜାକି ଧରିଲେ ପୁଅକୁ, ମନେପଡି ଯାଉଛି ନାହାକଙ୍କ କଥା ପଦକ, "ଏ ପୁଅ ଦିନେ ବଡ଼ ମଣିଷ ହେବ, ଅସାଧ୍ୟ ସାଧ୍ୟ କରିବ, କାଳକାଳକୁ ନାଁ ରଖିବ . .

ଏ ଜାତି ଗାଲମାଧବ (ଭାଗ ୨)

ଲେଖା: ଦେଵ ତ୍ରିପାଠୀ ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ…

ମାଣିଆବନ୍ଧ ଶାଢ଼ୀ

ଲେଖା: ଦେଵ ତ୍ରିପାଠୀ ~ ମାଣିଆବନ୍ଧ ଶାଢ଼ୀ ~ ଇଏ କେଉଁ କାଳର କଥା ! ଏକଦା ନିର୍ବାଣ ପ୍ରାପ୍ତିପରେ ଭଗବାନ ବୁଦ୍ଧଙ୍କୁ ମଧୁପିଷ୍ଟକ ଆହାର ଯୋଗାଇଥିଲେ ବଲ୍ଲିକ ଓ ତପସ୍ୱୀ ନାମକ ଉତ୍କଳୀୟ ବଣିକଦ୍ଵୟ ! ସେମାନେ ଥିଲେ ପ୍ରଭୁଙ୍କ ପ୍ରଥମ ଶିଷ୍ୟ । ସାଧବ ବଣିକଙ୍କର ସେ କାଳରେ ମୁଖ୍ୟ ବିପଣନ ଥିଲା…

ବିନୋଦ କାନୁନଗୋ

ଲେଖା: ନିରଞ୍ଜନ ସାହୁ ବିନୋଦ କାନୁନଗୋ ! ୧୯୫୨ ମସିହାରେ ଗୋଟିଏ ଟଙ୍କା ହାତରେ ଧରି, ନିର୍ବାଚନୀ ବୈତରଣୀ ପାର ନ ‌ହୋଇ ପାରି, ମାତ୍ର ଦଶମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥାଇ ଜଣେ ସ୍ଵପ୍ନ ଦେଖିପାରନ୍ତି ଓଡ଼ିଆ ଭାଷାରେ ଜ୍ଞାନକୋଷ ପରି କୋଣାର୍କ ତିଆରି କରିବା ପାଇଁ ! କେତେ ମନୋବଳ ଦୃଢ଼ ହୋଇପାରେ…

ଚାନ୍ଦି ତାରକସି

ଲେଖା: ଦେଵ ତ୍ରିପାଠୀ ଚାନ୍ଦି ତାରକସିର କଳାକାରୀ ! ଷାଠିଏ ଦଶକର କଥା । ମହମ୍ମଦିଆ ବଜାରର ଗଳିରାସ୍ତାରେ ବୁଲୁଥିଲେ କେଇଜଣ ବିଦେଶୀ ପର୍ଯ୍ୟଟକ । ଆଶା, କିଛି ନୂଆ ଜିନିଷ ନେଇ ଦେଶକୁ ଫେରିଯିବେ । ସେମାନେ ଖୋଜୁଥାନ୍ତି ‘ରୋଜ୍’ (Rose) – ପ୍ରେମର ପ୍ରତୀକ ! କିନ୍ତୁ, ୟୁରୋପୀୟମାନଙ୍କ ପାଇଁ ରୋଜ୍ କି ଅପୂର୍ବ…

ମା’ ଛିନ୍ନମସ୍ତା

ଲେଖା: ଶଶାଙ୍କ ତରାଇ ବାଖରାବାଦର ମା’ ଛିନ୍ନମସ୍ତା କାଳୀ ! ଐତିହ୍ୟ ନଗରୀ କଟକର ବିଭିନ୍ନ ସ୍ଥାନରେ ଦୀପାବଳି ସମୟରେ ମା’ ଶ୍ୟାମାକାଳୀଙ୍କୁ ପୂଜା କରାଯାଏ କିନ୍ତୁ ବାଖରାବାଦ ଅଞ୍ଚଳର ଏ ପୂଜା ସମ୍ପୂର୍ଣ୍ଣ ନିଆରା । କେବଳ ଓଡ଼ିଶା ନୁହଁ ସମ୍ପୂର୍ଣ୍ଣ ଭାରତବର୍ଷରେ କଟକର ବାଖରାବାଦରେ ମା’ ଛିନ୍ନମସ୍ତା କାଳୀଙ୍କୁ ପୂଜାମୂର୍ତ୍ତି ରୂପେ ପୂଜା…