Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଗଡ଼ଜାତ ମିଶ୍ରଣ ପୂର୍ବରୁ ଆମ ରାଜ୍ୟରେ ଥିବା ବିଭିନ୍ନ ଦେଶୀୟ ରାଜାମାନଙ୍କ ଅନ୍ୟାୟ, ଅତ୍ୟାଚାର ଶାସନ ଏକ କଳଙ୍କମୟ ସମୟ ଥିଲା ବୋଲି ଇତିହାସ କହେ । କିନ୍ତୁ ସେ ବେଳରେ ମଧ୍ୟ ଏପରି ରାଜା ଥିଲେ ମହୀୟାନ ନିଜର ପ୍ରଜାବାତ୍ସଲ୍ୟ ତଥା ରାଜ୍ୟର କଳା ସଂସ୍କୃତି, ସାହିତ୍ୟର ବିକାଶ ନିମନ୍ତେ ସମର୍ପିତ . .
ଗାଁରେ ତିନୋଟି ମନ୍ଦିର, ଗୋଟିଏ ପଟେ ମହାଦେବ, ଅନ୍ୟପଟେ ମହାବିଷ୍ଣୁ । ମନ୍ଦିର ଦୁଇଟିକୁ ଦେଖିଲେ ଗାଁଟିର ପ୍ରାଚୀନ ବାସ୍ତୁକଳାକୁ କାଳର ଅବକ୍ଷୟ ସ୍ପର୍ଶ କରି ନ ଥିବା ପରି ମନେହୁଏ । ହାତଗଣତି କେତୋଟି ପରିବାରକୁ ନେଇ ଗଢ଼ିଉଠିଥିବା ଲୋକସଂସ୍କୃତିର ମନ୍ଦିର "ପ୍ରହ୍ଲାଦନାଟକ ପୁଞ୍ଜା", ଏହା ହିଁ ସେ ଗାଁର ତୃତୀୟ ମନ୍ଦିର . .
ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ କରିବା ସ୍ବାଭାବିକ । ଏ ସମୟରେ ଆଗଙ୍ଗାଗୋଦାବରୀ ବିସ୍ମୃତ ଶସ୍ୟଶ୍ୟାମଳା-ପରିପୁଷ୍ଟ ଉତ୍କଳର ପରାଧୀନତା ଓ ଭାଗ୍ୟ ବିପର୍ଯ୍ୟୟକୁ ଉପଲବ୍ଧି କରି ପାରିଥିଲେ ସେମାନେ । ଏଣୁ ଓଡ଼ିଆ…
ଲେଖା: ଦେଵ ତ୍ରିପାଠୀ ମୟୁର କେଶ ତୋଳି ମୟୁରୀକୁ ପ୍ରଲୁବ୍ଧ କରେ, ସିଂହର କେଶର ତାକୁ ଦିଏ ପୁରୁଷାକାର, ଶୁଆର ହରିତପକ୍ଷ ଠାରୁ ପ୍ରଜାପତିର ବିଚିତ୍ର ରଙ୍ଗୀନ ଡ଼େଣା ଯାଏଁ ବର୍ଣ୍ଣବିଭା ଜଙ୍ଗଲରୁ ଜୀବନ ଆରମ୍ଭିଥିବା ମନୁଷ୍ୟକୁ ଯେପରି ମୁଗ୍ଧ ଓ ଆକର୍ଷିତ କରିଆସିଛି, କୋଇଲିର କୂଜନଠାରୁ ବାଘର ହେଣ୍ଟାଳ ତାକୁ କେବେ ବିଭୋର ତ…
ଲେଖା: ଶିବାଶିଷ ମହାପାତ୍ର ବିଶେଷତଃ କଳିଯୁଗେ, ଦୋଳଯାତ୍ରା ବିଧିୟତେଃ । ଫାଲଗୁନସ୍ୟ ଚତୁର୍ଦ୍ଦଶ୍ୟାଃମ୍ ଅଷ୍ଟମେ ନାମସଂଯକଃ ।। (ପଦ୍ମ ପୁରାଣ ) ଦୋଳରେ ଝୁଲିବେ ଭଗବାନ । ଝୁଲନ୍ତି କେତେବେଳେ ? ଯେତେବେଳେ ଶାନ୍ତ ସୁକୁମଳ ପରିବେଶ ଥିବ, ଅବଶ ଶରୀରକୁ ଲୋଟଣି ପାରା ଭଳିଆ ଲେଟେଇ ଦେଇ ଚିନ୍ତା କରୁଥିବେ ଆନନ୍ଦରେ, ତା’…
ଲେଖା: ଦେଵ ତ୍ରିପାଠୀ “ଆଉ କାନ୍ଦନାରେ ବିଧୂବଦନା, ବିଶ୍ୱାସରେ ବିଷ ଦେଇ ନାହିଁ ମୁଁ ନାରୀଶ, ତୁ ମୋତେ ଦୋଷ ଦେଇ ବନ୍ଦନା” ।। (ଅମର ବିଳାସ) କଟକ ଜିଲ୍ଲାର ଏକ ମଫସଲି ଅଞ୍ଚଳ । ମଞ୍ଚରେ ଅଭିନିତ ହେଉଛି ‘ଅମର ବିଳାସ’ ନାଟକ । ନାଟକର ମହାନାୟକ ଅମରକୁ ହତ୍ୟା କରିବା ପାଇଁ ହତ୍ୟାକାରୀମାନଙ୍କ…
ଲେଖା: ଦେଵ ତ୍ରିପାଠୀ ଆମ ମାଟିର ସଂସ୍କୃତି, ପରମ୍ପରା, ଲୋକକଳା ଆଦି ବୁଡି ଯାଉଥିବା ଦେଖି ଆମେ ଓଡ଼ିଆଏ ଯେ କେତେ ଛାତି ଫଟାଇ କାନ୍ଦିବାର ଅଭିନୟ କରୁ, ସଂସ୍କୃତିର ଦାହ ସଂସ୍କାର କରୁ କରୁ କୁମ୍ଭୀର ଲୁହ ଝରାଇ ନିଜ ଓଡ଼ିଆମିର ପରିଚୟ ଦେଉ ! ସଂସ୍କୃତି, ଐତିହ୍ୟକୁ ଅଣଦେଖା କରିବାର ଦୋଷଟି ସରକାର…
ଲେଖା: ଦେଵ ତ୍ରିପାଠୀ ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…
ଲେଖା: ଦେଵ ତ୍ରିପାଠୀ “ରାଜାକୂଳ ବଡ଼ ସୁଖ ଲୋ ଜନନୀ, ଯୋଗୀକୂଳ ବଡ଼ ଦୁଃଖ ! ନ ଜାଣନ୍ତି ଯୋଗୀ ଖରା କି ବରଷା ମାଗି ବୁଲୁଥା’ନ୍ତି ଭିକ !” ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ…
ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ ମୁଠାଏ ମାଟି, ଦେବୀଙ୍କ ମୂର୍ତ୍ତି ତିଆରି ପାଇଁ ମହାନଦୀ କୂଳରୁ ମାଟି ଉଠାଇ ଅନୁକୂଳ ହୁଏ, ମାଟି ଆମର ଅଗ୍ରପୂଜ୍ୟ। ଏଇ ମାଟିକୁ ନେଇ ଅପୂର୍ବ ରସମାଧୁର୍ଯ୍ୟର…