Physical Address
Sai Samarpanam, Satya Vihar, Bhubaneswar
ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର . .
ସେ ଥିଲେ ସୁରର ସମ୍ରାଟ, ତାଙ୍କ ସୁରରେ ଥିଲା ଅପୂର୍ବ ଶିହରଣ, ଶ୍ରୋତାର ମନରେ ଆଣୁଥିଲା ପୁଲକ, ସେ ଗଢିଥିଲେ ସୁରର କୋଣାର୍କ, ସେ ଥିଲେ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମଉଡ଼ମଣି, ସେ ଥିଲେ ସୁରମଣି ପଦ୍ମଶ୍ରୀ ପଣ୍ଡିତ ଡଃ ରଘୁନାଥ ପାଣିଗ୍ରାହୀ . .
ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .
ଉତ୍ତରପ୍ରଦେଶ ରାଜ୍ୟର ବହୁଳାଂଶ ଓ ବିହାର ପ୍ରଦେଶର କେତେକାଂଶରେ ଅନ୍ୟ ରାଜ୍ୟର ପାନ ତୁଳନାରେ ଲୋକପ୍ରିୟତା ହାସଲ କରିପାରିଥିଲା ଆମ ହିଞ୍ଜିଳିକାଟୁ ତଥା ଆଖପାଖ ଅଞ୍ଚଳର ପାନ ! ବନାରସୀ ପାନ ବୋଲି ଯେଉଁ ନାମ ଡ଼ାକ, ସେଇ ପାନ କହିଲେ ମୁଖ୍ୟତଃ ଗଞ୍ଜାମର ପାନପତ୍ରକୁ ହିଁ ବୁଝାଇଥାଏ, ପାନର ମସଲା ଅବଶ୍ୟ ଭିନ୍ନ . .
କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .
ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ 'ବରଜ'କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .
ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .
ଉତ୍କଳୀୟ ସାଂସ୍କୃତିକ ପରମ୍ପରା ସୁପ୍ରାଚୀନ ନିର୍ଦିଷ୍ଟ ଶୃଙ୍ଖଳାବୋଧ ସମନ୍ୱିତ ଚେତନା ସହିତ ଉଡ୍ର ସଂସ୍କୃତିର ମୌଳିକତା, ବୈଦିକ ସଂସ୍କୃତିର ଗାମ୍ଭୀର୍ଯ୍ୟ, ବୈଷ୍ଣବ ପରମ୍ପରାର ଆତ୍ମୀୟତା ତଥା ଚୈତନ୍ୟ ପରମ୍ପରାର ସତ୍ତ୍ୱପ୍ରେମର ଅପୂର୍ବ ସମନ୍ୱୟରେ ଉନ୍ମେଷିତ ଓ ବିକଶିତ ହୋଇ ମହାର୍ଘ ପରିବେଶ ମଧ୍ୟରେ ଗୌରବାନ୍ୱିତ ହୋଇଛି ପ୍ରାଚୀନ ଉକ୍ରଳୀୟ ପର୍ବର୍ବାଣିସବୁ . .
ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 1) ~ ଓଡିଶା ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ। ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏଇ ଭାଗବତରେ। ଅତିବଡି ଜଗନ୍ନାଥ ଦାସଙ୍କର ଏଇ ଭାଗବତ କେବଳ ଏକ ପୌରାଣିକ…
ଲେଖା: ଦେଵ ତ୍ରିପାଠୀ ରାଜ୍ୟ ନ ଥାଇ ବି ସେ ଥିଲେ ରାଜା, ନିଜେ ବେଶୀ ପାଠ ନ ପଢି ମଧ୍ୟ ସେ ଜନସାଧାରଣଙ୍କ ମଧ୍ୟରେ ପଠନର ସ୍ପୃହା ସୃଷ୍ଟି ପାଇଁ ନିଜ ଜୀବନକୁ ତିଳ ତିଳ କରି ବିତାଇଥିଲେ, ସେ ଥିଲେ ସାର୍ଥକ କର୍ମଯୋଗୀ, ନିଷ୍ଠାପର ସଂଗଠକ, ଖ୍ୟାତନାମା ସଂଗ୍ରାହକ, ସମାଜସଂସ୍କାରକ, ସାହିତ୍ୟ ପ୍ରଶଂସକ…