Physical Address
Sai Samarpanam, Satya Vihar, Bhubaneswar

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ ‘‘ହାତ ଚାଖଣ୍ଡେ ଖୋଳିବ ଗାତ, ପତର ଖଣ୍ଡିକେ ନ ଦେବ ହାତ, ଚାଖଣ୍ଡେ ମାପି ଭାଙ୍ଗିବ ଭଣ୍ଡା, ତେବେ ସେ ଦେଖିବ କଦଳୀ ପେଣ୍ଡା ।” ଏମିତି ଆମ ଗାଁ ଗହଳିରେ କେତେ ବଚନ ଶୁଣୁ ! କଦଳୀ ଚାଷକୁ ନେଇ ଇଏ ଆମ #ଲୋକଗୀତ…

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ “ଚଇତି ସକାଳ ନିର୍ମଳ ଜଳ, ଜଳେ ହସୁଛନ୍ତି କଇଁ କମଳ । ଦଳ ପିମ୍ପୁଡ଼ି ଡାହୁକ ଗର୍ଜନ, କୁମ୍ଭାଟୁଆ ହୁଁ ହୁଁ କରୁଚି ଶୁଣ । ବିଲ ମାଳେ ଗଲେ ଟିଁ ଟିଁ ଗାଇ, ଜାଲ ନେଇଗଲେ କେଉଟ ରାଇ।” (#ଚଇତିଘୋଡ଼ା_ଗୀତ) ଚଇତିଘୋଡ଼ା ଗୀତ !…

ଲେଖା: ବନ୍ଧନ ଦଳେଇ ~ ଆମ ଲୋକସାହିତ୍ୟ ~ ଇଏ ଆମ ଗାଁ ଗହଳିର ଅସିଆ କାଳର ମସିଆ କଥା ! ବେଳବୁଡ଼ି ଆସିଲା ବେଳକୁ ବଳଦ ଆଡ଼େଇ ଶଗଡ଼କୁ ଘରମୁହାଁ କରାଉଥିବ ଚଷାପୁଅ ! ଲହରା ସୁର ତା’ର ଭାସି ଆସୁଥିବ କାଇଁ କେତେ ଦୂରରୁ ! “ଦୂରକୁ ସୁନ୍ଦର ତ ପରବତମାଳ ଗାଆଁକୁ…

ଲେଖା: ଦେଵ ତ୍ରିପାଠୀ ~ ଆମ ଲୋକସାହିତ୍ୟ ~ “ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ। ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ ସର୍ବେସିନା ଚଳିଯିବା ରହି କାଳବଳେ II *** *** *** *** ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ, ସତ୍ୟ…

ଗବେଷଣା ଓ ଉପସ୍ଥାପନା: ଡ. ସୁରେନ୍ଦ୍ର କୁମାର ମହାରଣା ~ ଆମ ଲୋକସାହିତ୍ୟ ~ (ଭାଗ ୨) ଆମେ ଜାଣୁ ଆମ ଲୋକସାହିତ୍ୟ ଅବା ଲୋକଗୀତର ରଚୟିତା ଜଣେ ନୁହେଁ, ଅଗଣିତ । ପୁଣି ଏହା କୌଣସି ଏକ ନିର୍ଦ୍ଦିଷ୍ଟ ଦଳ ବା ସମ୍ପ୍ରଦାୟର ନୁହେଁ । ଏହା ଅନେକ ଗ୍ରାମ୍ୟ ଅଶିକ୍ଷିତ ଜନତାଙ୍କ ବିଚକ୍ଷଣ…

ଲେଖା: ଦେଵ ତ୍ରିପାଠୀ କୁଆଁର ପୁନେଇଁ ରାତି ! ଜ୍ୟୋତ୍ସ୍ନା ମାୟାରେ ବର୍ଷାଧୂଆ ଓ କାକରଭିଜା ଧୂଳିକଣା ବିରହିତ ପବନରେ ମନ ଆଜି ମତୁଆଲା ! ଉଚ୍ଚାଟ ଆଜି କୁଆଁରୀ ଝିଅଙ୍କ ମନ ! ଦିଗବଳୟର ମଥାନକୁ ରୂପାଥାଳି ପରି ପୂର୍ଣ୍ଣମୀର ଜହ୍ନ ଉଠିଲା ବେଳକୁ, ଶଂଖ, ହୁଳହୁଳି ଶବ୍ଦରେ ଉଛୁଳିପଡ଼ିବ ଗାଁ ଦାଣ୍ଡ !…

ବାସ୍ତବରେ ପୂର୍ବ ସ୍ମୃତିକୁ ମନେ ପକେଇ ବାହୁନି ବାହୁନି କାନ୍ଦୁଥିବା କନ୍ୟାର କାନ୍ଦଣା ଗୀତର ଗୁଞ୍ଜରଣରେ ଆଖ ପାଖରେ ଏକ ଦୁଃଖର ବାତାବରଣ ସୃଷ୍ଟି ହୋଇ ଥାଏ । ଏହି କାନ୍ଦଣା ଗୀତ ଶୁଣୁଥିବା ଲୋକର ଆଖିରୁ ଆପେ ଆପେ ଲୁହ ଝରି ଯାଇ ଥାଏ । ଏପରି ଲୋକ ଗୀତ ଆଜି ବି କିଛି କିଛି ଗ୍ରାମରେ ବଞ୍ଚିରହିଛି ଏବଂ ବଞ୍ଚେଇ ରଖିଥିବା ଲୋକମାନେ ସତରେ ଅନନ୍ୟ ସମ୍ମାନର ହକଦାର . .

ପିଲାଟି ଦିନରୁ ସେ ଥିଲେ ସଙ୍ଗୀତ ପ୍ରତି ସମର୍ପିତ, ହେଲେ ରକ୍ଷଣଶୀଳ ସମାଜ କରିଥିଲା ତାଙ୍କର ପଥରୋଧ । ସେ କିନ୍ତୁ ଥିଲେ ଦୃଢନିଶ୍ଚିତ, ସଙ୍ଗୀତ ଥିଲା ତାଙ୍କ ଜୀବନ, ସେ ପଛକୁ ହଟିଥାନ୍ତେ ବା କେମିତି ! ପ୍ରବଳ ଆଗ୍ରହ ଓ ସଙ୍ଗୀତ ପ୍ରତି ନିଷ୍ଠା ସହିତ ଆଶୀର୍ବାଦ ହେଲା ପିତା ଏବଂ କକାଙ୍କ ସୁସମୟ ପ୍ରେରଣା । ଆଉ ଜୀବନରେ ପଛକୁ ଫେରି ନ ଥିବା ସେଇ ଛୋଟ ଝିଅଟି ଦିନେ ବନିଗଲା କେତେ କେତେ କଣ୍ଠଶିଳ୍ପୀଙ୍କ ପ୍ରେରଣା । ସେ ବନିଗଲା ଓଡିଶୀ ସଙ୍ଗୀତ, ପଲ୍ଲୀସଙ୍ଗୀତ ଏବଂ ଆଧୁନିକ ଓଡ଼ିଆ ସଙ୍ଗୀତଜଗତର ଏକ ଶ୍ରଦ୍ଧାଶୀଳ ନାମ . .

ଲେଖା: ନିରଞ୍ଜନ ସାହୁ “ଏ ସମସ୍ତ ବୈଷ୍ଣବ କବିଙ୍କ ଭିତରେ କେବଳ ଗୋପାଳକୃଷ୍ଣଙ୍କ ରଚନାକୁ ଆସିଲେ ଆମେ ବାଧ୍ୟ ହୋଇ ଅନୁଭବ କରୁ ଯେ, ଆମେ ଏକ ଭାବପ୍ରବଣ ଓ ସ୍ପର୍ଶକାତର ଆତ୍ମା ନିକଟରେ ପହଞ୍ଚିଛୁ। ସେ ଏକ ମହତ ପ୍ରେମର ତୀବ୍ରତା ନିଜ ଜୀବନରେ ଅଙ୍ଗେ ନିଭେଇଥିଲେ। ଗୋପାଳକୃଷ୍ଣଙ୍କ ଗୀତାବଳୀରେ ରାଧା ଓ କୃଷ୍ଣ…