Tag ବୋଇତବନ୍ଦାଣ

ଖୁଲଣା ସୁନ୍ଦରୀ

ଲେଖା: ଦେଵ ତ୍ରିପାଠୀ ଇଏ ହଜିଲା ଦିନର କଥା । ବର୍ଷାଦିନେ ବଦଳି ଯାଉଥିଲା ଗାଁ ଭୂଇଁର ଭୂଗୋଳ । ପଚା କାଦୁଅର ଗାଁ ଦାଣ୍ଡ, ଚାରିଆଡ଼େ ପାଣିର ପ୍ରାଚୁର୍ଯ୍ୟ, ଫସଲର ଶ୍ୟାମଳ ସଙ୍ଗୀତ, ପିଢ଼ାରେ କଖାରୁଲଟା, ବାଡ଼ିରେ ଜହ୍ନିଫୁଲ, ଗୋବରଖାତ ପାଖରେ ରଙ୍ଗଣି ଓ ହରଗଉରା, ବର୍ଷାପୁଷ୍ଟ ଅଗଣିତ ଲତାକୁଞ୍ଜରେ ଫୁଲର ସମ୍ଭାର ।…

ଓଡ଼ିଆଙ୍କ ପାନ

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା'ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି' ଖଣ୍ଡ ଭାଙ୍ଗିନେବେ . .

ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…