Physical Address
Sai Samarpanam, Satya Vihar, Bhubaneswar
ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…
~ ‘ପୁରୀ ସିଂହ’ ଜଗବନ୍ଧୁ ସିଂହ ~ ଲେଖା: ଅମୃତେଶ ଖଟୁଆ “ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ, ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ। ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ, ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।” ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…
ରାଜପ୍ରବୀର, ନବ ଉତ୍କଳରେ ଅଗ୍ରଗଣ୍ୟ ହେବାରେ ସୁରଭାରତୀ ସମୁପାସକ ହେଉଛନ୍ତି ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳଦେବ। ଅନ୍ଧାରୀ ଶାସକମାନଙ୍କ ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ କବଳିତ ଓ ଅତ୍ୟାଚାରିତ ପ୍ରଜାମାନେ ନିର୍ଯ୍ୟାତନା ସହୁଥିଲେ, ତତ୍କାଳୀନ ରାଜ୍ୟ ବାମଣ୍ଡା ରାଜା ସୁଢଳଦେବ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ, ଯେଉଁ ବିକାଶ ଘଟାଇଲେ, ତାହା ସେ ସମୟରେ ବିରଳ ନିଦର୍ଶନ . .
ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…
ଲେଖା: ଦେଵ ତ୍ରିପାଠୀ ଏକବିଂଶ ଶତାବ୍ଦୀରେ “ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଏବଂ ଆମ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ” ବୋଲି ଆମେ ଆଜି କେଡେ ଗର୍ବିତ, ଗୌରବମଣ୍ଡିତ, ତେବେ ଏହା ପଛରେ ରହିଛି ବହୁ ଦେଶପ୍ରେମୀ, ଭାଷାପ୍ରେମୀ ମନିଷୀମାନଙ୍କ ନିରବଚ୍ଛିନ୍ନ ତ୍ୟାଗ ଓ ପ୍ରଚେଷ୍ଟା । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସୁରକ୍ଷା,…
~ ବ୍ରଜସୁନ୍ଦର ଦାସ ~ ଲେଖା: ଅମୃତେଶ ଖଟୁଆ “ଅଶରୀରୀ, ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’ ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’ ତୁମେ ତେବେ ଅଛ? କାଲିପରି…
ଲେଖା: ଦେଵ ତ୍ରିପାଠୀ ~ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ~ ଭଦ୍ରକ । ଜିଲ୍ଲା ସମ୍ମିଳନୀ । ତତ୍କାଳୀନ ନବଜାଗ୍ରତ ଉତ୍କଳର ଅପ୍ରତିଦ୍ଵନ୍ଦୀ ନେତା ସନ୍ଥମହାତ୍ମା ଭାରତମଣି ଗୋପବନ୍ଧୁ ସେ ସଭାରେ ଉପସ୍ଥିତ । ସଭାର ପ୍ରାରମ୍ଭରେ ଗାନ ହେଲା ଆବାହନୀ ସଙ୍ଗୀତ: “ଉଡାଇ ନିଶାଣ, ବଜାଇ ଭେରୀ ଜଗାଇ ବିପୁଳ ପୁଲକ କମ୍ପ, ମନ୍ତ୍ରପୂତ…
ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମହାନ ନାଟ୍ୟକାର । ଜଣେ ସରଳ ଗ୍ରାମ୍ୟ ବାଳିକାର ଏକ ଜଟିଳ ଭବିତବ୍ୟ ଭିତରେ ବଡ ହୋଇ ଉଠିବାର ଏକ ବହୁକୋଣୀୟ ଅଭିଜ୍ଞତାକୁ ନେଇ ସେ ରଚିଥିଲେ ‘ନଷ୍ଟଉର୍ବଶୀ’ ନାଟକ । ସେଇ ଉପଜୀବ୍ୟ କାହାଣୀର କଥାବସ୍ତୁ ଯେତିକି ଗ୍ରାମ ଆଉ ସହର ସହିତ ସଂପୃକ୍ତ ସେତିକି ପ୍ରେମ…
ଲେଖା: ନିରଞ୍ଜନ ସାହୁ “ଧନ୍ୟ ଧନ୍ୟ ଧନ୍ୟ ଧନ୍ୟଟି ରେଭେନ୍ସା ଚିରକାଳ ତୁମ କୀର୍ତ୍ତି ଗାଇବ ଓଡ଼ିଶା, କେତେ କମିଶନ ଆସିଥିଲେ ଓଡ଼ିଶାକୁ ମାତ୍ର କେତେଜଣ ଲୋକ ଚିହ୍ନନ୍ତି ତାହାଙ୍କୁ ? ହେ ରେଭେନ୍ସା ପୁଣ୍ୟଶ୍ଳୋକ ଧର୍ମପରାୟଣ ଧନ୍ୟ ମୁହିଁ ତୁମ୍ଭ ନାମ କଲି ଉଚ୍ଚାରଣ। ଓଡ଼ିଶାର ମାଆବାପ କାହିଁ ତୁମ୍ଭ ପରି ଜଣେ ଓଡ଼ିଶା…
ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…