Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଦେଵ ତ୍ରିପାଠୀ “ରାଜାକୂଳ ବଡ଼ ସୁଖ ଲୋ ଜନନୀ, ଯୋଗୀକୂଳ ବଡ଼ ଦୁଃଖ ! ନ ଜାଣନ୍ତି ଯୋଗୀ ଖରା କି ବରଷା ମାଗି ବୁଲୁଥା’ନ୍ତି ଭିକ !” ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ…
ଲେଖା: ଅମ୍ରିତେଶ ଖଟୁଆ ଗୋଟିଏ ସାକ୍ଷାତକାରରେ ସେ କହିଥିଲେ, “Theatre is mediation to me. . . I have a long straight nose and I would like to follow the long, straight path.” ଦେହାବସାନ ପୂର୍ବରୁ ଭୁବନେଶ୍ଵରରେ ବିଦଗ୍ଧ ବିଶ୍ଵନାଟକ ପ୍ରଯୋଜନା ପର୍ଯ୍ୟାୟରେ ତିନୋଟି ନାଟକ ମଞ୍ଚସ୍ଥ…
ଲେଖା: ଓଁ ଅଭିଜ୍ଞାନ ସାହୁ ଫୁଟାଡଙ୍ଗାର ନାଉରୀ ! ଫତୁରାନନ୍ଦଙ୍କ ଭଳି ଏକ ବିରାଟ କ୍ୟାନଭାସ୍ କୁ ଅଳ୍ପରେ ଆଙ୍କିବାକୁ ଚେଷ୍ଟା କରିବା ହୁଏତ ମୋ ପକ୍ଷରେ ଧୃଷ୍ଟତା ହୋଇପାରେ । ଚେଷ୍ଟା କରୁଛି ଅଳ୍ପରେ ତାଙ୍କ ପ୍ରତି ଥିବା ମୋର ପ୍ରଗାଢ ଭକ୍ତି ଓ ଭଲ ପାଇବାକୁ ଚିତ୍ରଣ କରିବା ପାଇଁ । ଆଧୁନିକ…
ଲେଖା: ଶଶାଙ୍କ ତରାଇ କିଛି ଇତିହାସ ଏମିତି ରଚାଯାଇଛି ଯାହା ଆଜି ଯାଏଁ ଜୀବିତ, ତାହାରି ଭିତରୁ ଗୋଟିଏ ଇତିହାସ ହେଉଛି କଟକ ବାରବାଟୀ ଷ୍ଟାଡିୟମର ଇତିହାସ । ତେବେ ଏଥିରେ କଣ ଇତିହାସ ଅଛି ? ବାରବାଟୀ ଷ୍ଟାଡିୟମ୍’କୁ ତ ସମସ୍ତ ଜାଣନ୍ତି ଏବଂ ତାହାରି ପାଇଁ ଓଡ଼ିଶାରେ କଟକ କ୍ରୀଡା ରାଜଧାନୀ ହୋଇଥିଲା…
ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .