Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
Physical Address
ଖଟବିନ୍ ସାହି, ବକ୍ସି ବଜାର, କଟକ, ଓଡିଶା
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ ପଙ୍ଗୁ ଲଙ୍ଘୟତେ ଗିରିଂ ଯତକୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ…. ବହୁ ଉଚ୍ଚାରିତ ଆଦୃତ ଏ ବନ୍ଦନା ପ୍ରାୟ ଆମେ ସମସ୍ତେ ଶୁଣିଥାଉ ଓ ଆବୃତ୍ତି କରିଥାଉ l ତେବେ କେବେ ଏ କୌତୁହଳ…
ଲେଖା: ଅମୃତେଶ ଖଟୁଆ ~ ଗୁରୁ ~ ‘ପୁଣି ପଡଇ ଘୋରତମେ । ଗତ ଆଗତ ପଥଶ୍ରମେ ।। ଏ କଥା ବୁଝି ଗୁରୁ ପାଦେ । ଆଶ୍ରେ କରିବ ଅପ୍ରମାଦେ ।। ଉତ୍ତମ ଗୁରୁ ଆଶ୍ରେ କରି । ତାଙ୍କ ବଚନ ଶିରେ ଧରି ।। ସମଦରଶୀ ନିଷ୍ଠାପର । ତପ କଷଣ ସହେ…
ଲେଖା: ନିରଞ୍ଜନ ସାହୁ ମହର୍ଷି ବ୍ୟାସଦେବକୃତ ଶ୍ରୀମଦଭାଗବତ ସଂସ୍କୃତ ବାଙମୟ ମଧ୍ୟରେ ଏକ ପରମୋତ୍କୃଷ୍ଟ ପରିଣତି । ଏହାର ଆଧ୍ୟତ୍ମିକ ଓ କାବ୍ୟିକ ମୂଲ୍ୟବୋଧ ତଥା ଏଥିରେ ବର୍ଣ୍ଣିତ ସାଧନାଭକ୍ତି, ଜ୍ଞାନ, ବୈରାଗ୍ୟ, ସମାଜ ଗଠନ ପ୍ରଣାଳୀ ପ୍ରଭୃତି ସମଗ୍ର ବିଶ୍ବ ପାଇଁ ଅତ୍ୟନ୍ତ ଉପାଦେୟ । ମାନବର ପରମ କଲ୍ୟାଣ ନିମନ୍ତେ କୃଷ୍ଣଦ୍ଵୈପାୟନ ବ୍ୟାସଦେବ…
ଲେଖା: ଇଂ ବିଜୟ କେତନ ସାହୁ ଓଡ଼ିଆ ଜାତିର ପ୍ରାଣ-ଦେବତା ଶ୍ରୀଜଗନ୍ନାଥ। ଏ ଜାତି ତାଙ୍କୁ ପ୍ରାଣଭରି ଭଲପାଏ। ଯେଉଁଠି ଓଡ଼ିଆ ସେଇଠି ଜଗନ୍ନାଥ, ଯେଉଁଠି ଜଗନ୍ନାଥ ସେଇଠି ଓଡ଼ିଆ। ଓଡିଶା ଭୂଖଣ୍ଡର ସେ ହିଁ ଏକମାତ୍ର ରାଜାଧିରାଜ ରୂପରେ ସ୍ଵୀକୃତ। ଏ ଜାତିର ଇଷ୍ଟ-ଦେବତା ସେହି କଳାଠାକୁର, ନୀଳାଦ୍ରିନାଥ କୋଟିକୈବଲ୍ୟଦାତା ପ୍ରଭୁ ଜଗନ୍ନାଥ।…
ଲେଖା: ଇଂ ବିଜୟ କେତନ ସାହୁ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜୁତି କାଳରୁହିଁ କଳିଙ୍ଗ ସାମ୍ରାଜ୍ୟର ପତନ ଆରମ୍ଭ ହୋଇଯାଇଥିଲା। ପ୍ରତାପରୁଦ୍ରଦେବଙ୍କ ଶାସନ ଅବଧି ତାଙ୍କ ପିତାମହ କପିଳେନ୍ଦ୍ରଦେବ ଓ ପିତା ପୁରୁଷୋତ୍ତମଦେବଙ୍କ ପରି ଏତେ ନିଷ୍କଣ୍ଟକ ନଥିଲା। ପ୍ରତାପରୁଦ୍ରଦେବଙ୍କ ରାଜନୈତିକ ଜୀବନ ତାଙ୍କ ସିଂହାସନ ଆରୋହଣ ସମୟରୁ ହିଁ ସଂଘର୍ଷପୂର୍ଣ୍ଣ ଥିଲା। ଯେଉଁ ପ୍ରତାପରୁଦ୍ରଙ୍କୁ ମିଥ୍ୟା…
ସୁଜଳା, ସୁଫଳା, ଶଶ୍ୟ-ଶ୍ୟାମଳା ସମନ୍ବିତ ସୁବର୍ଣ୍ଣ ଓଡିଶା ସାମ୍ରାଜ୍ୟ କ୍ରମଶଃ ଦରିଦ୍ରତା ଓ ପରାଧୀନତାର ଶୀକାର ହେବାକୁ ଯାଉଥିଲା। ଅର୍ଥନୈତିକ ସଙ୍କଟର ଫଳସ୍ୱରୂପ ଉକ୍ତ ସମୟରେ ଅନେକ ମଠ, ମନ୍ଦିର ଉପଯୁକ୍ତ ପ୍ରୋତ୍ସାହନ ପାଇପାରି ନଥିଲା। ହୁଏତ ପ୍ରୋତ୍ସାହନ ଅଭାବରୁ ଅତିବଡ଼ିଙ୍କ ଭାଗବତର ଏକାଦଶ ସ୍କନ୍ଦ ରଚନା ଅନେକ ବିଳମ୍ବ ହୋଇଥାଇପାରେ . .
ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ତତ୍କାଳୀନ ଓଡ଼ିଶାରେ ଏକ ଚହଳ ସୃଷ୍ଟି କରିଥିଲା। ଅପୂର୍ବ ଆଧ୍ୟାତ୍ମିକ ଜାଗରଣ ଓ ନବୀନ ଉନ୍ମାଦନାର ସୂତ୍ରପାତ କରିଥିଲା ଏଇ ଓଡ଼ିଆ ଭାଗବତ। ଦୁର୍ବୋଧ୍ୟ ସଂସ୍କୃତ ଭାଗବତ ପରିବର୍ତ୍ତେ ସାଧାରଣ ଜନସମାଜ ଏହାକୁ ସହଜରେ ଆଦରି ନେଇଥିଲା। ଓଡ଼ିଶାର ପୁରପଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା ଭାଗବତ ଟୁଙ୍ଗୀ . .
ଶ୍ରୀଚୈତନ୍ୟଙ୍କୁ କେନ୍ଦ୍ର କରି ଦଳଗତ ଭାବରେ ଭାଗବତ ପାରାୟଣ, ନଗର କୀର୍ତ୍ତନ ଓ କୃଷ୍ଣନାମ ଭଜନ ଓ ମନନ ନିତ୍ୟ ପରିବେଷିତ ହେଉଥିଲା ଜଗନ୍ନାଥ ଦାସଙ୍କ ତତ୍ୱାବଧାନରେ। କୃଷ୍ଣନାମରେ ଭାବ ସମାଧୀସ୍ଥ ହୋଇଯାଉଥିଲେ ଶ୍ରୀଗୌରଙ୍ଗ। ଚେତନାଶୂନ୍ୟ ହୋଇ ଯାଉଥିଲେ ସେ। ଜଗନ୍ନାଥ ତାଙ୍କ କର୍ଣ୍ଣରେ କୃଷ୍ଣନାମ ଉଚ୍ଚାରଣ ପୂର୍ବକ ସ୍ୱଭାବିକ ଅବସ୍ଥାକୁ ଫେରାଇ ଆଣୁଥିଲେ . .
ଈଶ୍ୱରପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ, ଜ୍ଞାନ ହେଉଛି ତାହାର ଉପାୟ। ଭକ୍ତିର ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକ ନଥାଏ। ଭକ୍ତିର ଚରମ ସୋପାନରେ ଜୀବ କେବଳ କୃଷ୍ଣପ୍ରେମ ସୁଖ ସାଗରରେ ଭାସମାନ ଥାଏ . .
ଲେଖା: ଇଂ ବିଜୟ କେତନ ସାହୁ ~ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ – ଏକ ଦୃଷ୍ଟିପାତ (Part 2) ~ ଓଡ଼ିଆ ଭାଗବତ ଯେ କେବଳ ତତ୍କାଳୀନ ଜନମାନସରେ ଆଦୃତ ଥିଲା ତାହା ନୁହେଁ, ସେହି ଭାଗବତର ଭକ୍ତିପୂର୍ଣ୍ଣ ପଦାବଳୀକୁ ଶ୍ରବଣ କରି ସ୍ୱୟଂ ମହାପ୍ରଭୁ ଶ୍ରୀଚୈତନ୍ୟ ହୋଇଥିଲେ ପ୍ରେମ-ବିଗଳିତ। କବିଙ୍କର…