Tag ଉତ୍କଳ ଦୀପିକା

ରାଣୀ ଶୁକଦେଇ 

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆ ବୀରାଙ୍ଗନା ରାଣୀ ଶୁକଦେଇ ~ “ହେ ଉତ୍କଳ ! କହିପାରୁ ନାହିଁ, ରାଣୀ ଦୁର୍ଗାବତୀ, ଭୀମସିଂ ଗୃହିଣୀ ପଦ୍ମିନୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ପ୍ରଭୃତି ବୀରାଙ୍ଗନା ମାନଙ୍କର ଅଦ୍ଭୁତ ଚରିତ ତୁମ୍ଭ ମାନସରେ ଅଦ୍ଭୁତ ସାହସ ପ୍ରଦାନ କରେ ଏବଂ ମନରେ ସ୍ଥିର କରି ନିଶ୍ଚୟ ନାରୀ ଜାତିର…

ସମ୍ବଲପୁର ହିତୈଷିଣୀ : ପ୍ରତିଷ୍ଠା ଦିବସ 

ଲେଖା: ଅମ୍ରିତେଶ ଖଟୁଆ ବାମଣ୍ଡାଧିପ ବାସୁଦେବ ସୁଢଳଦେବ! ସେତେବେଳେ ତାଙ୍କର ଶାସନ କାଳ ଥିଲା ଉଜ୍ଜୟିନୀର ବିକ୍ରମାଦିତ୍ୟଙ୍କ ପରି ସ୍ଵର୍ଣ୍ଣିମ ଓ ଚିରନ୍ତନ ସ୍ମରଣୀୟ! ସାହିତ୍ଯ ଆଲୋଚନା ସହ ରାଜ୍ଯରେ ପ୍ରଭୂତ ସମୁନ୍ନତି ଫଳେ ପ୍ରଧାନପାଟ ଜଳପ୍ରପାତଠାରୁ ନେଇ ବିବିଧ ସ୍ଥଳରେ ବୈଦ୍ୟୁତିକ ଶକ୍ତିର ପରିଚାଳନାର ଶୁଭଲଗ୍ନ ହେଲା! ଓଡ଼ିଆ ଇତିହାସରେ ତାହା ଥିଲା ଅନ୍ୟତମ…

ନୀଳମଣି ବିଦ୍ୟାରତ୍ନ

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .

କଟକ କ୍ଲବ୍

ପରାଧୀନ ଭାରତବର୍ଷ । ଶାସନର ଡୋରି ଇଂରେଜମାନଙ୍କ ହାତରେ । ଭାରତୀୟମାନଙ୍କ ଉପରେ ଅତ୍ୟାଚାର କାମରୁ ଟିକିଏ ଫାଙ୍କା ସମୟ ପାଇଲେ କଟକୀ ବ୍ରିଟିଶ ଅଫିସରମାନେ ଏକାଠି ହେଉଥିଲେ ବାରବାଟୀ ଦୁର୍ଗ ପରିସରରେ । ମଉଜମଜଲିସ ପାଇଁ ଚାଳଛପର ଘରେ ଆରମ୍ଭ କଲେ ଏକ କ୍ଲବ୍ । ତେବେ ସେ କ୍ଲବଟି କଳା ଭାରତୀୟମାନଙ୍କ ପାଇଁ ଥିଲା ନିଷିଦ୍ଧାଞ୍ଚଳ !