Tag ଡଃ ମାୟାଧର ମାନସିଂହ

ଲୋକନାଟ୍ୟ ଲୋକନୃତ୍ଯ ଓ ଲୀଳାର ଭୂମି ଗଞ୍ଜାମ

ଲେଖା: ସନ୍ତୋଷ ପଟ୍ଟନାୟକ   ଗଞ୍ଜାମରେ ଅଷ୍ଟାଦଶ ଶତାଦ୍ଦୀର ପଞ୍ଚମ ଦଶକରୁ ବିଂଶ ଶତାବ୍ଦୀର ମଧ୍ୟଭାଗ ଯାଏଁ ଲୋକନାଟକର ପଦଚିହ୍ନ ଥିଲା । ଏହି ସମୟକୁ ଗଞ୍ଜାମ ଲୋକନାଟକର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସବୁ ଗାଁରେ ମଠମନ୍ଦିର ଥିଲା । ପୂଜାପାର୍ବଣ ଅନୁଷ୍ଠିତ ହେଉଥିଲା । ଧର୍ମୀୟ ଉତ୍ସବରେ ଲୋକନାଟ୍ୟ ପରିବେଷିତ ହେଉଥିଲା…

ସ୍ୱଭାବକବି ଗଙ୍ଗାଧର ମେହେର

ବିଶ୍ୱଭ୍ରାତୃପ୍ରେମର ଜୁଆର ତୋଳୁଥିବା ସେଇ ମହାନ କବିଙ୍କ କବିତାରେ ଛନ୍ଦର ଲାଳିତ୍ୟ, ମଧୁର ପଙ୍କ୍ତି, ପ୍ରକୃତିର ନୈସର୍ଗିକ ଶୋଭାବର୍ଣ୍ଣନା ଓ ଧ୍ୱନିରେ ସଙ୍ଗୀତର ସୁର ତାଙ୍କୁ ସ୍ୱଭାବକବିର ମାନ୍ୟତା ପ୍ରଦାନ କରିଆସିଛି I କେତେବେଳେ ସେ ଲେଖିଛନ୍ତି ପ୍ରଣୟର ବଲ୍ଲରୀ, ପୁଣି କେବେ ସରଳ ଗ୍ରାମ୍ୟ ଚିତ୍ରର ଲୋଟଣି ତାଙ୍କ କବିତାର କଲ୍ଲୋଳ I କେବେ ରାଧାନାଥ ଯୁଗୀୟ ପ୍ରକୃତି ବର୍ଣ୍ଣନା ତ କେବେ ପୁଣି ଭଗବତ ଭାବନାର ସମନ୍ୱୟ, କେବେ ପୁଣି ପୁରାତନ ଯୁଗୀୟ ଛନ୍ଦରେ ଛନ୍ଦମୟ, କେବେ ବିଶ୍ୱଭ୍ରାତୃପ୍ରେମର ଧାରା ତାଙ୍କ କବିତାର ଆଦର୍ଶ . .

ଦେବପୂଜା

ସୌରଭିତ ସୃଷ୍ଟି: ପ୍ରେମିକକବି ଡ. ମାୟାଧର ମାନସିଂହ ମଣିଷ କୁଆଡେ ଦେଖିବାକୁ ଭଗବାନଙ୍କ ପରି, ସେଥିପାଇଁ ତ ତା’ର ଏତେ ଆସ୍ଫର୍ଦ୍ଧା । ସେଥିପାଇଁ ତ ସେ କରିପାରେ ଦେବତାଙ୍କ ବିଭାଗୀକରଣ, ଜାତି ଆଧାରରେ, ବର୍ଣ୍ଣ ଆଧାରରେ, କର୍ମ ଓ ଧର୍ମର ଦ୍ୱାହିରେ ।  ଦେବତାଙ୍କୁ ସେ ବାନ୍ଧିପାରେ ଚାରିକାନ୍ଥର ଚଉହଦୀ ଭିତରେ ।  ତେବେ…

କୃଷ୍ଣପ୍ରସାଦ ବସୁ

ଲେଖା: ନିରଞ୍ଜନ ସାହୁ କବିମଞ୍ଜୁଳ ଉତ୍କଳଗନ୍ଧର୍ବ କୃଷ୍ଣପ୍ରସାଦ ବସୁ ! “ମୋତେ ଦୁନିଆ କହୁଛି ପାତକୀ, ତୁମେ ଜାଣ ପ୍ରଭୁ କିସ ମୁଁ ହୋଇଛି, ବିଛୁଆତି ଅବା କେତକୀ।” ଓଡ଼ିଆ ସାହିତ୍ୟ ଜଗତର କେତକୀ ଫୁଲ ଭଳି ଚିରଆଦରଣୀୟ କବିମଞ୍ଜୁଳ ଉତ୍କଳଗନ୍ଧର୍ବ କୃଷ୍ଣପ୍ରସାଦ ବସୁ । ଯାଜପୁର ଜିଲ୍ଲାର କୁଆଁସରପୁରରେ ଜନ୍ମିତ ଏହି ମଣିଷ ଏକାଧାରରେ…

ଆର୍ଯ୍ୟବୀର ମଧୁସୂଦନ

ସେ ଥିଲେ ଓଡ଼ିଆ ଜାତୀୟ ଜୀବନର ମନ୍ତ୍ରଦାତା, ଦିଗହରା ଓଡ଼ିଆ ଜନଜୀବନର ମୁକ୍ତିଦାତା। ପ୍ରାତଃସ୍ମରଣୀୟ ତ୍ରାଣକର୍ତ୍ତା । ଅସ୍ମିତା ଓ ସ୍ବାଭିମାନର ସିଂହପୁରୁଷ । ସେ ଥିଲେ ଏ ଜାତି ଓ ମାଟିର ଗୌରବ । ପୁଣି ଆପଣା ମାଟିର ଯଶଗୌରବର ମାର୍ଫତଦାର, ପ୍ରଭାବଶାଳୀ ପ୍ରତିନିଧି । ସେ ଥିଲେ ମାଟିର ସେନାପତି, ଅଦମନୀୟ ଯୋଦ୍ଧା । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାର୍ଥରକ୍ଷା ଥିଲା ତାଙ୍କ ଜୀବନର ବ୍ରତ । ଏହି ଜାତି, ମାଟିର ଉତ୍ଥାନ ପାଇଁ ସେ ନିଜର ସର୍ବସ୍ୱ ସମର୍ପି ଦେଇଥିଲେ । ପ୍ରାପ୍ତି-ଅପ୍ରାପ୍ତିର ହିସାବ କେବେ ରଖିନଥିଲେ । ବ୍ୟକ୍ତିଗତ ପ୍ରାପ୍ତି ତାଙ୍କ ପାଇଁ ମୂଲ୍ୟହୀନ ଥିଲା । ସେ ଉତ୍କଳଗୌରବ, କୁଳବୃଦ୍ଧ ମଧୁବାବୁ I କବି ମାୟାଧର ମାନସିଂହଙ୍କ କଲମ ମୁନରେ ଏ ମାଟିର ଇଷ୍ଟପୁରୁଷ . .

ତାଙ୍କ ଆଖି କେବଳ ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତିର ସ୍ୱପ୍ନ ଦେଖୁଥିଲା । ତାଙ୍କ କାନ ଶୁଣୁଥିଲା ଓଡ଼ିଶାର ଅତୀତ ଗୌରବ ଗାଥା ।

ଜଳନ୍ଧର ଦେବ

ଲେଖା: ନିରଞ୍ଜନ ସାହୁ ବିଦ୍ୟା ଓ ସଂସ୍କୃତି ସଚେତନ ବାମଣ୍ଡା ରାଜ୍ୟରେ ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଜନ୍ମ ନେଇଥିଲେ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ପ୍ରତିଭା।ସାର୍ ବାସୁଦେବ ସୁଢଳଦେବ କର୍ତ୍ତୃକ ବାମଣ୍ଡାରେ ସମ୍ଭୂତ ନବ-ଜାଗରଣର ନୂତନ ଚିନ୍ତା ଓ ଚେତନାର ପୁଷ୍ପିତ ଉଦ୍ୟାନର ମହୀୟାନ ଫଳ ‘ଜଳନ୍ଧର ଦେବ’ । ଜଳନ୍ଧର ସ୍ରଷ୍ଟା ମାନସ ବାମଣ୍ଡାରେ…