Physical Address
Sai Samarpanam, Satya Vihar, Bhubaneswar

ଲେଖା: ରବୀନ୍ଦ୍ର କୁମାର ରଣା ଗଞ୍ଜାମ ଜିଲ୍ଲାର ଭଞ୍ଜନଗରଠାରୁ ୫ କି.ମି. ଦୂରରେ ଅବସ୍ଥିତ କୁଲାଡ଼ଗଡ଼ରେ ଥିବା ବ୍ୟାଘ୍ରଦେବୀ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଭଞ୍ଜବଂଶୀୟ ରାଜାମାନଙ୍କ ଅନନ୍ୟ କିର୍ତ୍ତୀ । ତେବେ ଏହି ଅଞ୍ଚଳ ଘୁମୁସର ଗଡଜାତ ରାଜ୍ଯ ଭାବେ ଜଣା । ଇଂରେଜମାନଙ୍କ ବିରୋଧରେ ଘୁମୁସରର କନ୍ଧବିଦ୍ରୋହ ମଧ୍ଯ ଇତିହାସ ପ୍ରସିଦ୍ଧ ।…

ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .

ଉପସ୍ଥାପନା: ଦେଵ ତ୍ରିପାଠୀ ଓଡ଼ିଶାର ପ୍ରଥମ ବିଦ୍ୟାଳୟ । ଓଡ଼ିଶାକୁ ଇଷ୍ଟଇଣ୍ଡିଆ କମ୍ପାନୀ ୧୮୦୩ରେ ମରହଟ୍ଟାମାନଙ୍କ କବଳରୁ ଦଖଲ କଲା ମାତ୍ର ୩/୪ ଘଣ୍ଟାର ଲଢ଼େଇ ପରେ । ଇଂରେଜମାନଙ୍କ ନିକଟରୁ ପରାସ୍ତ ହୋଇ ମରହଟ୍ଟାମାନେ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗରୁ ପଳାୟନ କରିଥିଲେ । ମାତ୍ର ଇଂରେଜମାନଙ୍କୁ କ୍ରମାଗତ ଭାବେ ଓଡ଼ିଶାର ସ୍ଥାନୀୟ…

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ,…

~ କବିଶେଖର ଚିନ୍ତାମଣି ମହାନ୍ତି ~ ଲେଖା: ଅମୃତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ, ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, ମନ ମଧ୍ୟେ ପଶି ଯାଉଅଛି ଖେଳି।” (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା…

ଲେଖା: ଦେଵ ତ୍ରିପାଠୀ ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ (ଲୋକମୁଖରେ ବକ୍ସି ଜଗବନ୍ଧୁ ଓ ପାଇକ ବକ୍ସି ନାମରେ ଜଣା) ଖୋର୍ଦ୍ଧା ମହାରାଜାଙ୍କର ସେନାପତି ଓ ବକ୍ସି ଥିଲେ । ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟକାଳରେ ସେ ଥିଲେ ଜଣେ ପ୍ରଚଣ୍ଡ ଯୋଦ୍ଧା । ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ୱରେ ୧୮୧୭ ମସିହାରେ ଫିରିଙ୍ଗି…

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…