Tag ଉତ୍କଳପ୍ରାଣ

ବଡ଼କୋଠା

ଲେଖା: ନିରଞ୍ଜନ ସାହୁ ଆଜିକୁ ୧୯୫ ବର୍ଷ ତଳର ଏକ କୋଠାର କାହାଣୀ। ଏହି କୋଠା ଆଜି ପର୍ଯ୍ୟନ୍ତ ବଡ଼କୋଠା ଭାବେ ପରିଚିତ ସମଗ୍ର ଓଡ଼ିଶାରେ । ସ୍ମୃତିରେ ଏବେ ରହିଥାଇପାରେ, ହେଲେ ସମଗ୍ର ଦେଶର ଏହା ଥିଲା ସେ ସମୟର ଏକ ପବିତ୍ର ତୀର୍ଥ । ଏହାର ଇତିହାସ ହୁଏତ ଏବେ ଆମ ଭଳି…

ଲୋକକବି

ଲେଖା ଦେଵ ତ୍ରିପାଠୀ ୧୯୦୩ ମସିହା । ଶ୍ମଶାନିତ ହୋଇ ସରୀସୃପ ନିଦ୍ରାରେ ଶୋଇ ପଡିଥିବା ଇତିହାସ ପ୍ରସିଦ୍ଧ ଜାତିଟି କଡ଼ ଲେଉଟିବାକୁ ଆରମ୍ଭ କରିଥିଲା। ଯୁଗପୁରୁଷ ମଧୁବାବୁଙ୍କ ପ୍ରଭାବରେ ରାଜ୍ୟର ବହୁ ପ୍ରାନ୍ତ, ବହୁ ମୂଲକରୁ ଶୁଭୁଥିଲା ରଣହୁଙ୍କାର । ସ୍ତିମିତପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟଉତ୍ସ ସାମିଲ ଥିଲେ ସେଇ ମହାସ୍ରୋତରେ !…

କର୍ମବୀର ଗୌରୀଶଙ୍କର

ଲେଖା: ଦେଵ ତ୍ରିପାଠୀ ୧୮୭୫ ମସିହା । ତତ୍କାଳୀନ ଭାରତ ସରକାରଙ୍କ ଆନୁକୁଲ୍ୟରେ ପ୍ରକାଶ ପାଇଥିଲା ‘The Antiquities of Orissa‘ ନାମକ ଦୁଇଭାଗ ବିଶିଷ୍ଟ ଏକ ମହାର୍ଘ ପୁସ୍ତକ । ଏଇ ପୁସ୍ତକରେ ପ୍ରାମାଣିକ ଭାବେ ଓଡ଼ିଶାର ଅତୁଳନୀୟ ପ୍ରାଚୀନ କୀର୍ତ୍ତିରାଜି ଉପରେ ମନନ ଗବେଷଣାତ୍ମକ ଆଲୋଚନାମାନ ଉପସ୍ଥାପନ କରି ଦେଶୀୟ ତଥା ପାଶ୍ଚାତ୍ୟ…

ଓଡି଼ଆ ସମ୍ବାଦପତ୍ରର ଅଗ୍ରସାରଥୀ ଉତ୍କଳ ଦୀପିକା (Utkal Deepika)

ଲେଖା: ନିରଞ୍ଜନ ସାହୁ ‘ଉତ୍କଳ ଦୀପିକା’ ଏବେ ସୁଦ୍ଧା ଆବିଷ୍କୃତ ହୋଇଥିବା ପତ୍ରପତ୍ରିକା ମଧ୍ୟରେ ପ୍ରଥମ ସାପ୍ତାହିକ ସଂବାଦପତ୍ର । ଊନବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗ ପ୍ରାରମ୍ଭ ବେଳକୁ ଓଡ଼ିଶା ଭୂମିରେ ଦେଖା ଦେଇଥିଲା ସାମାଜିକ, ସାଂସ୍କୃତିକ ବିପର୍ଯ୍ୟୟର ଧୂମକେତୁ । ସେହି ସମୟକୁ ପ୍ରାକୃତିକ ବିପର୍ଯ୍ୟୟ ନଅଙ୍କ ଦୁର୍ଭିକ୍ଷ ଏବଂ ତା ସହ ଓଡ଼ିଆ…

କର୍ମବୀର ଗୌରୀଶଙ୍କର

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

ଉତ୍କଳ ଦୀପିକା

ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…