ଆର୍ଯ୍ୟବୀର ମଧୁସୂଦନ

ଆର୍ଯ୍ୟବୀର ମଧୁସୂଦନ

ଆର୍ଯ୍ୟବୀର ମଧୁସୂଦନ

ସେ ଥିଲେ ଓଡ଼ିଆ ଜାତୀୟ ଜୀବନର ମନ୍ତ୍ରଦାତା, ଦିଗହରା ଓଡ଼ିଆ ଜନଜୀବନର ମୁକ୍ତିଦାତା। ପ୍ରାତଃସ୍ମରଣୀୟ ତ୍ରାଣକର୍ତ୍ତା । ଅସ୍ମିତା ଓ ସ୍ବାଭିମାନର ସିଂହପୁରୁଷ । ସେ ଥିଲେ ଏ ଜାତି ଓ ମାଟିର ଗୌରବ । ପୁଣି ଆପଣା ମାଟିର ଯଶଗୌରବର ମାର୍ଫତଦାର, ପ୍ରଭାବଶାଳୀ ପ୍ରତିନିଧି । ସେ ଥିଲେ ମାଟିର ସେନାପତି, ଅଦମନୀୟ ଯୋଦ୍ଧା । ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ବାର୍ଥରକ୍ଷା ଥିଲା ତାଙ୍କ ଜୀବନର ବ୍ରତ । ଏହି ଜାତି, ମାଟିର ଉତ୍ଥାନ ପାଇଁ ସେ ନିଜର ସର୍ବସ୍ୱ ସମର୍ପି ଦେଇଥିଲେ । ପ୍ରାପ୍ତି-ଅପ୍ରାପ୍ତିର ହିସାବ କେବେ ରଖିନଥିଲେ । ବ୍ୟକ୍ତିଗତ ପ୍ରାପ୍ତି ତାଙ୍କ ପାଇଁ ମୂଲ୍ୟହୀନ ଥିଲା । ସେ ଉତ୍କଳଗୌରବ, କୁଳବୃଦ୍ଧ ମଧୁବାବୁ I କବି ମାୟାଧର ମାନସିଂହଙ୍କ କଲମ ମୁନରେ ଏ ମାଟିର ଇଷ୍ଟପୁରୁଷ . .

ତାଙ୍କ ଆଖି କେବଳ ଓଡ଼ିଶା ଓ ଓଡ଼ିଆଙ୍କ ଉନ୍ନତିର ସ୍ୱପ୍ନ ଦେଖୁଥିଲା । ତାଙ୍କ କାନ ଶୁଣୁଥିଲା ଓଡ଼ିଶାର ଅତୀତ ଗୌରବ ଗାଥା ।

Scroll to Top