ଲେଖା: ନିରଞ୍ଜନ ସାହୁ

ଗୋଟିଏ ବୃନ୍ତରେ ଦୁଇଟି ସୁଗନ୍ଧଯୁକ୍ତ ପୁଷ୍ପ । ସ୍ଵାମୀ ବିଚିତ୍ରାନନ୍ଦ ଦାସ ଏବଂ ଭୁବନାନନ୍ଦ ଦାସ। ଜମଜ। ପୁରୀ ଜିଲ୍ଲାର କୁରୁଞ୍ଜିପୁର ଶାସନ। ସେଦିନ ଥିଲା ୧୮୮୫ ମସିହାର ମେ ମାସ ୧୪ ତାରିଖ। ଓଡ଼ିଶା ପାଇଁ ଏକ ବିଶେଷ ଦିବସ। ଧରାବତରଣ କରିଥିଲେ ଆମ ଓଡ଼ିଶାର ଦୁଇଟି ଶିଶୁ, ରାମଚନ୍ଦ୍ର ଦାସଙ୍କ ପରିବାରରେ। ପରବର୍ତ୍ତୀ ସମୟରେ ସେ ଦୁଇଭାଇ ଓଡ଼ିଶାର ଜଣେ ଜଣେ ପ୍ରଖ୍ୟାତ ମନିଷୀ ରୂପେ ପ୍ରତିଭାତ ହେଲେ।
        
ଅତି ଗରିବ ଘରର ପିଲା, ବିଚିତ୍ରାନନ୍ଦ ବିନା କୁର୍ତ୍ତା ଓ ଜୋତାରେ ଖଣ୍ଡେ ଗାମୁଛା ଘୋଡ଼ାଇ ହୋଇ ବିଦ୍ୟାଳୟର ଶିକ୍ଷା ଶେଷ କରିବା ପରେ ବହୁ କଷ୍ଟରେ କଲିକତାରୁ ଆଇନ ପାଠ ଶେଷ କଲେ। ସେ ସମୟରେ ଓଡ଼ିଶା ରାଜ୍ୟର ଜଣେ ବରିଷ୍ଠ, ସୁଦକ୍ଷ ଆଇନଜୀବୀ ହେଉଛନ୍ତି ମିଷ୍ଟର ମଧୁସୂଦନ ଦାସ। ଜଣେ ଜୁନିଅର ଭାବେ ମଧୁସୂଦନଙ୍କ ପାଖରେ କାମ କରିବାକୁ ସୁଯୋଗ ମିଳିଗଲା ବିଚିତ୍ରାନନ୍ଦଙ୍କୁ। ଜୀବନର ଶେଷ ପର୍ଯ୍ୟନ୍ତ ଓଡ଼ିଆ ମଉଡମଣି ମଧୁସୂଦନଙ୍କ ଆଦର୍ଶବୋଧକୁ ପାଥେୟ କରି ସାମାଜିକ ସେବା ଓ ଅର୍ଥନୈତିକ ବିକାଶ ପାଇଁ ଅଶେଷ ପରିଶ୍ରମ କରି ତାହାର ଯଥାସମ୍ଭବ ସଦୁପଯୋଗ କରିବା ଥିଲା ତାଙ୍କ ଜୀବନର ଆହ୍ବାନ।
            
ଉତ୍କଳ ଟ୍ୟାନେରୀ ଓଡ଼ିଆଙ୍କ ଅର୍ଥନୈତିକ ଅଭିବୃଦ୍ଧି କରେଇବ, ଏହି ଆଶା ନେଇ ସେ ମଧୁବାବୁଙ୍କ ପ୍ରତିଷ୍ଠିତ ଜୋତା କାରଖାନା ପାଇଁ ଦ୍ଵାର ଦ୍ୱାର ବୁଲି ଅର୍ଥ ସଂଗ୍ରହ ନିମନ୍ତେ ଅଶେଷ ପରିଶ୍ରମ କରି ତାହାକୁ ଚଳାଇ ରଖିଥିଲେ । ଅସହାୟ ଓ ବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ମହିଳା ଓ ଶିଶୁମାନଙ୍କ ପାଇଁ କଟକର ଡଗରପଡ଼ା ଠାରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଓ ଶେଷ ପର୍ଯ୍ୟନ୍ତ (ଦୀର୍ଘ ଅର୍ଦ୍ଧ ଶତାବ୍ଦୀ) ଚଳାଇ ରଖିଥିଲେ। ତାଙ୍କର ସମାଜସେବା କାର୍ଯ୍ୟରେ ଆନ୍ତରିକତା ଦେଖି ଓ ପ୍ରୀତ ହୋଇ ବିଶିଷ୍ଟ ସମାଜସେବୀ ଠକ୍କର ବାପା ତାଙ୍କୁ ‘ସ୍ଵାମିଜୀ’ ଉପାଧିରେ ଭୂଷିତ କରିଥିଲେ।
           
୧୯୩୬ ମସିହାରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସ୍ବାମୀ ବିଚିତ୍ରାନନ୍ଦ ଦାସ କଟକରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ପରେ ଅବଶ୍ୟ ରାଜନୀତିରେ ନିର୍ବାଚନ ଲଢ଼ିବାକୁ ନାପସନ୍ଦ କରି ଆଉ ଆଗେଇ ନଥିଲେ। ୧୯୪୮ ମସିହାରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଭାବରେ ସରକାର ତାଙ୍କୁ ନିଯୁକ୍ତି ଦେଇଥିଲେ।
      
ଜଣେ ଶାନ୍ତ, ଶିଷ୍ଟ, ସଚ୍ଚୋଟ, ନିର୍ଭରଯୋଗ୍ୟ ଅଧିବକ୍ତା ଭାବେ ଅଶେଷ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ଵାମୀ ବିଚିତ୍ରାନନ୍ଦ ଦାସ ଉତ୍କଳ ମାତାର ଜଣେ ସୁଯୋଗ୍ୟ ସନ୍ତାନ। ସ୍ଵାଧୀନତା ସଂଗ୍ରାମରୁ ଆରମ୍ଭ କରି ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଜଣେ ଅଗ୍ରଗଣ୍ୟ ବ୍ୟକ୍ତିତ୍ଵ । 

© Niranjan Sahu

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago