Search Results for କଳିଙ୍ଗ

ମହାକବି ଜୟଦେବ

ଲେଖା: ଦେଵ ତ୍ରିପାଠୀ ସୁଧାଭକ୍ତିର ଉଦ୍ଗାତା ମହାକବି ଜୟଦେବ ! ଥିଲେ ଜଣେ ଯୁବସାଧୁ । ଗୃହସ୍ଥାଶ୍ରମୀ । ଦିନରାତି ବିଭୁଭକ୍ତିରେ ମଗ୍ନ ରହୁଥିଲେ ସେ । ତାଙ୍କ ହୃଦୟସାଗରରେ ଖେଳୁଥିଲା ଶ୍ରୀରାଧାକୃଷ୍ଣଙ୍କ ମାଧୁର୍ଯ୍ୟରସର ବିବିଧ ଲୀଳାତରଙ୍ଗ । ନିତିଦିନ ଯେଉଁ ଲୀଳା ଅନୁଭବ କରନ୍ତି ତା’କୁ ସୁଲଳିତ ସଂସ୍କୃତ ଛନ୍ଦରେ ଲିପିବଦ୍ଧ କରି ସେ…

ସାଧୁ ମେହେର

ଲେଖା: ଦେଵ ତ୍ରିପାଠୀ କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା…

ଚନ୍ଦ୍ରଶେଖର ବେହେରା

ଲେଖା: ନିରଞ୍ଜନ ସାହୁ ଚନ୍ଦ୍ରଶେଖର ବେହେରା ଥିଲେ ସମ୍ବଲପୁରରେ ଜାତୀୟ ଆନ୍ଦୋଳନର ଆଦିନେତା। ଓଡ଼ିଶା ତଥା ଓଡିଆ ଜାତିର ସମୂହ କଲ୍ୟାଣ ନିମନ୍ତେ ଯେଉଁ କେତେଜଣ ବୀରପୁରୁଷ ଆଜୀବନ ସଙ୍ଗ୍ରାମ କରି ସ୍ମରଣୀୟ ହୋଇ ଅଛନ୍ତି, ସେମାନଙ୍କ ମଧ୍ୟରେ ସେ ଥିଲେ ଅନନ୍ୟ। ସର୍ବଭାରତୀୟ ଭାବନାରେ ଉଦବୁଦ୍ଧ ହୋଇ ଆଞ୍ଚଳିକ ମନୋଭାବ ଛାଡ଼ି ଉତ୍କଳ ସମ୍ମିଳନୀକୁ…

ବାରିଷ୍ଟର ବିଶ୍ୱନାଥ ମିଶ୍ର

ଲେଖା: ଦେଵ ତ୍ରିପାଠୀ ଆମମାଟିର ପ୍ରଥମ ବାରିଷ୍ଟର ବିଶ୍ୱନାଥ ମିଶ୍ର ! ଏ ମାଟିରେ ଜନ୍ମିଥିଲେ ଜଣେ ପ୍ରଚଣ୍ଡ ମାନବବାଦୀ ଦେଶପ୍ରେମୀ, ସଂସ୍କାରକ, ବାଗ୍ମୀ ପଣ୍ଡିତ ତଥା ଆଜୀବନ ସଂଗ୍ରାମୀ । ଶୈଶବରୁ ହିଁ ପ୍ରଚଣ୍ଡ ଆତ୍ମବିଶ୍ବାସ ଓ ଦୃଢସଙ୍କଳ୍ପ ପରିଲକ୍ଷିତ ହୋଇଥିଲା ତାଙ୍କଠାରେ । ସେଇ ଆତ୍ମବିଶ୍ବାସ ହିଁ ଦିନେ ତାଙ୍କୁ ଫେରାଇ ଆଣିଥିଲା…

ପଣ୍ଡିତ କୃପାସିନ୍ଧୁ ହୋତା

ଲେଖା: ଦେଵ ତ୍ରିପାଠୀ ସତ୍ୟବାଦୀର ସପ୍ତସଖା ସ୍ଵରାଜ୍ୟ ମାଜିଷ୍ଟ୍ରେଟ ପଣ୍ଡିତ କୃପାସିନ୍ଧୁ ହୋତା ! ୧୯୩୧ ସାଲ । ହୋଟେଲ କଳାଭଵନ । ପୁରୀ । ହୋଟେଲ ମାଲିକ ଜଗନ୍ନାଥ ମହାନ୍ତି । ସ୍ବାଧୀନଚେତା ମଣିଷ – ତେଣୁ ଗାନ୍ଧୀ କଂଗ୍ରେସ ବାଲାଙ୍କ ସଙ୍ଗେ ସମ୍ପର୍କ ଥିବାରୁ ହୋଟେଲ ଟି ଥିଲା କଂଗ୍ରେସ କର୍ମୀଙ୍କ ମିଳନପୀଠ…

ବାଗ୍ମୀ ହରିହର ଦାଶ

ଲେଖା: ଦେଵ ତ୍ରିପାଠୀ ମୁକୁନ୍ଦଦେବଙ୍କ ରାଜତ୍ୱ ଶେଷ ପରେ ଓଡିଆ ଜାତି ବିଭିନ୍ନ ଅବିବେକୀ ଶାସକମାନଙ୍କ ଅତ୍ୟାଚାରରେ ଲାଂଚ୍ଛିତ, ଅତ୍ୟାଚାରିତ ଓ ନିର୍ଯ୍ୟାତିତ ହୋଇ ମୁମୂର୍ଷୁ ଅବସ୍ଥାରେ ପଡିରହିଥିଲା, ସେତେବେଳେ କେତେଜଣ ସାଧକ ଏ ଜାତି ପାଇଁ ସାଜିଥିଲେ ଆଲୋକବର୍ତ୍ତିକା । ସେପରି ଜଣେ ଦିଗବିଜୟୀ ସଂସ୍କୃତ ପଣ୍ଡିତ ଥିଲେ ବେଦାନ୍ତାଚାର୍ଯ୍ୟ ବାଗ୍ମୀ ହରିହର ଦାଶ…

ବାସୁଦେବ ସୁଢଳଦେବ

ବାସୁଦେବ ସୁଢଳଦେବ ଲେଖା: ନିରଞ୍ଜନ ସାହୁ ସାର୍ ବାସୁଦେବ ସୁଢଳଦେବ ! ପବିତ୍ରକୀର୍ତ୍ତି ଶ୍ରୀଯୁକ୍ତ ବାମଣ୍ଡାଧିପ ବାସୁଦେବ ସୁଢଳଦେବ ମହୋଦୟ ଶ୍ରୀ କରକମଳେଷୁ ସବିନୟ ନିବେଦନମିଦଂ ! ଶ୍ରୀମନ୍ ମହାରାଜ ! ପରସ୍ପର ବିରୋଧୀ ଶ୍ରୀ, ସରସ୍ଵତୀ ଏବଂ ବିନୟ ଆପଣଙ୍କଠାରେ ଏକତ୍ରାବସ୍ଥିତ ହୋଇ ପରସ୍ପରର ଶୋଭା ବୃଦ୍ଧି କରୁଅଛନ୍ତି, ଏହା ସମସ୍ତେ ଏକବାକ୍ୟରେ ସ୍ଵୀକାର…

ଉତ୍କଳ ସମ୍ମିଳନୀ

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

ଚିତ୍ତରଞ୍ଜନ ଦାସ

ଲେଖା: ଦେଵ ତ୍ରିପାଠୀ ସେ ଓଡ଼ିଆ ସାହିତ୍ୟର ‘ବିଶ୍ୱକୁ ଗବାକ୍ଷ’, ‘ଶିଳା ଓ ଶାଳଗ୍ରାମ’ର ମଣିଷ ପ୍ରଫେସର ଚିତ୍ତରଞ୍ଜନ ଦାସ । ଜ୍ଞାନ ଓ ଗାରିମାର ମହାକାଶ। ବିଦ୍ୱାନ ଓ ଦାର୍ଶନିକ । ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ତପସ୍ୱୀ । କେବେ କେବେ ଝୀନ ଆଲୋକ ରେଖାରେ ଉଦ୍ଭାସିତ ଜଣେ ଚିନ୍ତାନାୟକ ।…

କଟକୀ ରଥଯାତ୍ରା

ଲେଖା: ଦେଵ ତ୍ରିପାଠୀ   “ମୋହ ଯିବା ଯାଏଁ ରଥେ ଥିବ ରହି . . ” ମହାନ ଭକ୍ତ ତଥା #ଯବନକବି #ସାଲବେଗଙ୍କ ଏଭଳି କୋହଭରା ମାର୍ମିକ ଡ଼ାକ ଶୁଣି ମହାପ୍ରଭୁଙ୍କ ରଥ ଅଟକି ରହିଥିଲା, ସେହି ଉପାଖ୍ୟାନକୁ ସମ୍ମାନ ଜଣାଇ #ଚାନ୍ଦିନୀଚୌକ ଜଗନ୍ନାଥ ମନ୍ଦିରର ରଥଯାତ୍ରାରେ ପାଳନ ହୁଏ ଏକ ବିଶେଷ ରୀତି…