Search Results for ସିଂହଦ୍ଵାର

କୁମ୍ଭାରଚକ

ସୌରଭିତ ସୃଷ୍ଟି: କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ~ ତିଗିରିଆ ଗଡ଼ (କୁମ୍ଭାରଚକ) ~ ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ ।…

ଦିଗପହଣ୍ଡିର ସିଂହମୂର୍ତ୍ତି

ଲେଖା: ଅମ୍ବିକା ପଟ୍ଟନାୟକ ~ ଦିଗପହଣ୍ଡିର ସିଂହମୂର୍ତ୍ତି ~ କର୍ପୁର ଉଡ଼ିଯାଇଛି, କନା ପଡ଼ି ରହିଛି l ବଡ଼ଖେମୁଣ୍ଡି ଜମିଦାରୀର ରାଜଧାନୀ ଦିଗପହଣ୍ଡିର ଭଗ୍ନ ରାଜବାଟୀ (ଲୋକମୁଖରେ ‘ରଜାନହର’) ସିଂହଦ୍ଵାରରେ ଦୁଇଟି ବିଶାଳାକୃତି ବୈଷ୍ଣବ ଚିତାଧାରୀ ନିରୀହ ସିଂହ, ଦିଗପହଣ୍ଡିର ସିଂହମୂର୍ତ୍ତି ଭାବେ ବେଶ ପରିଚିତ, ଏକ ଗୌରବମୟ ଅତୀତର ମୂକସାକ୍ଷୀ l ପ୍ରାୟ ପାଞ୍ଚଫୁଟ…

ପ୍ରେମବିରହର ଯାତ୍ରା

ଲେଖା: ଅରବିନ୍ଦ ମହାନ୍ତି ~ ପ୍ରେମବିରହର ଯାତ୍ରା ~ ବେନି କ୍ଷେତ୍ରରେ ରଥଯାତ୍ରା ସମୟରେ ବେନି ଦେବତାଙ୍କ ଠାକୁରାଣୀ ମାନେ ଆସି ନିଜ ଅଭିମାନ ପ୍ରକଟ କରନ୍ତି ! ରଥଯାତ୍ରା ତ ନୁହେଁ ୟେ ପ୍ରେମବିରହର ଯାତ୍ରା ! ହଁ ମୁଁ କହୁଛି ଶ୍ରୀକ୍ଷେତ୍ର ଆଉ ଏକାମ୍ର କଥା। ଏହି ଦୁଇ କ୍ଷେତ୍ରରେ ଦୁଇ ମୁଖ୍ୟ…

ଅକ୍ଷି ତୃତୀୟା

ଉପସ୍ଥାପନା: #ଶ୍ରୀକ୍ଷେତ୍ର_ଇତିହାସ ଅକ୍ଷୟ ପୁଣ୍ୟଯୁକ୍ତ ତୃତୀୟା, ଯେଉଁ ତୃତୀୟାରେ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ । ବୈଶାଖ ଶୁକ୍ଳ ତୃତୀୟା, ଅକ୍ଷି ତୃତୀୟା । ସତ୍ୟଯୁଗ ଏ ଦିନ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ । ଚାଷୀମାନେ ଏ ଅକ୍ଷି ତୃତୀୟା ଜମିରେ ପ୍ରଥମେ ଧାନ ବୁଣନ୍ତି । ଏହି ଦିନ ଶ୍ରୀ…

ମା’ ମଙ୍ଗଳା

ଲେଖା: ଦେଵ ତ୍ରିପାଠୀ “ମହୋଦଧି ତଟେ ଦେବୀ ହରଚଣ୍ଡୀ ମହୋତ୍କଟା, ମହାନଦୀ ତଟେ ତଦ୍ଦତ୍ ଚର୍ଚ୍ଚିକା ଚଣ୍ଡରୂପିଣୀ ଭଟ୍ଟାରିକା ମହାମାୟା ମହାପର୍ବତ ବାସିନୀ ମଙ୍ଗଳା ସର୍ବଶୁଭଦା ପ୍ରାଚୀନଦୀ ତଟେସ୍ଥିତା, ଋଷିକୁଲ୍ୟା ତୀରେ ଦେବୀ ତାରିଣୀଂ ଭୟହାରିଣୀ ବାଣନଗ୍ରେ ଭଗବତୀ ଚୋଗ୍ରାଚୈତ୍ର ତଥୈବଂ ଚ ଚନ୍ଦ୍ରଭାଗା ତଟେ ସାକ୍ଷାତ ରାମଚଣ୍ଡୀ ଶୁଭାନାନା ଭାବନ୍ୟଷ୍ଟ ମହାକାଳୀ ରୂପିଣୀ କ୍ଷେତ୍ରପାଳିକା”…

ଚାଚେରୀ ଲୀଳା

ଲେଖା: ନିରଞ୍ଜନ ସାହୁ ଓଡ଼ିଆ ସାହିତ୍ୟରେ କବି ଶରଣ ଦାସ ବେଶୀ ପରିଚିତ ନୁହନ୍ତି । ସେ ସପ୍ତଦଶ ଶତାବ୍ଦୀର କବି, ବୈଷ୍ଣବ ମତବାଦୀ । ଜଗନ୍ନାଥଙ୍କ ଚାଚେରୀ ଲୀଳା ଦେଖିବାକୁ ଯାଇଥିଲେ ଶ୍ରୀକ୍ଷେତ୍ର । ଯାହା ଦେଖିଥିଲେ ତାହାର ଅବିକଳ ବର୍ଣ୍ଣନା କରିଛନ୍ତି ତାଙ୍କର ରଚିତ ଏକ ମାତ୍ର ଗ୍ରନ୍ଥ ‘ଚାଚେରୀ ଲୀଳା’ରେ ।…

ବାରିପଦାର ରଥଯାତ୍ରା

ଲେଖା: ଶିଶିର ସାହୁ ମନୋଜ ୧୫୬୫ ମସିହାରେ ମୟୂରଭଞ୍ଜ ରାଜ୍ୟର ରାଜା ନୀଳକଣ୍ଠ ଭଞ୍ଜଙ୍କ ଦେହାନ୍ତ ହୁଅନ୍ତେ ଉକ୍ତ ରାଜ୍ୟର ଶାସନଭାର ତାଙ୍କ ସୁପୁତ୍ର ଵୈଦ୍ୟନାଥ ଭଞ୍ଜଙ୍କ ଉପରେ ନ୍ୟସ୍ତ ହେଲା । ସେ ସମୟରେ ଓଡ଼ିଶା ଉପରେ ଘନଘନ ମୁସଲମାନ ଆକ୍ରମଣ ହେଉଥାଏ । ଵୈଦ୍ୟନାଥ ଭଞ୍ଜଙ୍କ ଶାସନାରମ୍ଭ ସମୟରେ କଳାପାହାଡ଼ ଆକ୍ରମଣ କରିଥିଲା…

ଛବିଶି ଜାନୁଏରୀ

ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର ଜନ୍ମଭୂମି ସତତ କୀର୍ତ୍ତିଶାଳିନୀ ପୂତବିଭା ଧାରିଣୀ । ଜନ୍ମଭୂମିର ଗୁରୁଗାନରେ ଅବହିତ ଜାତୀୟ ସ୍ଵାତନ୍ତ୍ର୍ୟ ହିଁ ଆମ ମଧ୍ୟରେ ଜାତିର ମହାମନ୍ତ୍ର ଦିଏ । ଶସ୍ୟଳ ଏ ଦେଶମାତୃକା ଆଜି କେଉଁ ଏକ ବିତୃଷ୍ଣାର ସିନା ବିଜଡିତ, ହେଲେ ମଧ୍ୟ ଆମେ କହୁ କୌଣସି ଉଦବୁଦ୍ଧ ଜାତି ଉଦାସୀନ ନୁହେଁ…

କୃଷ୍ଣପ୍ରସାଦ ବସୁ

~ କୃଷ୍ଣପ୍ରସାଦ ବସୁ ~ ଲେଖା: ଅମୃତେଶ ଖଟୁଆ “ଉଠ ଗୋ ଉତ୍କଳ-କମଳା,                           ଧନଧାନ୍ୟ ବରାଭୟ-ଦାୟିନୀ ତବ ଶଙ୍ଖ-କମଳ-ଦଳବାରି ଢାଳ                                 କଳକଳ ସେ ଏହି ମେଦିନୀ।            ଜନନୀ ଗୋ, କେତେ ଯୁଗ ବିତିଗଲାଣି   ବଣିଜ କୃଷକ, ଶିଳ୍ପୀ ମୁଖଶାଳା, ଉତ୍କଳ କଙ୍କାଳ ହେଲାଣି।” ଓଡ଼ିଆମାଟିର ସ୍ଵନାମଧନ୍ଯ କଳାବିତ୍। ଉଚ୍ଚ ବୁନିଆଦି ବଂଶଜଙ୍କ…

ବାଇଶି ପାହାଚ

ଲେଖା: ଦେଵ ତ୍ରିପାଠୀ “ଶ୍ରୀକ୍ଷେତ୍ର ନବରେ ମହାଐଶ୍ୱର୍ଯ୍ୟରେ ଥିଲେ ହେଁ କମଳାସାଇଁ, ବାଇଶି ପାହାଚ ନ ଉଠିବା ଯାଏଁ ଆନନ୍ଦ ନ ପାଏ କାହିଁ II” ଗଜପତି ବୀରକିଶୋର ଦେବଙ୍କ ଏହି ପଦ କେତୋଟିରେ ହିଁ କୋଟି କୋଟି ଜଗନ୍ନାଥପ୍ରାଣ ଓଡ଼ିଆଙ୍କର ଅନ୍ତରର ସଂଗୁପ୍ତ ବାର୍ତ୍ତା ପ୍ରତିଫଳିତ – ବଡ଼ଦେଉଳର ବାଇଶି ପାହାଚକୁ ନେଇ ।…