Physical Address
Sai Samarpanam, Satya Vihar, Bhubaneswar

~ ୧୫ ଅଗଷ୍ଟ ୧୯୪୭ ~ ସୌରଭିତ ସୃଷ୍ଟି: ପଦ୍ମଶ୍ରୀ ଡ. ସଚ୍ଚି ରାଉତରାୟ ଦୀର୍ଘ ଶତାବ୍ଦୀର ଔପନିବେଶିକ ଶାସନାଧୀନ ରହି ନାନାବିଧ ଘଟଣାଘଟଣରେ ଭାରତୀୟ ସଭ୍ୟତାର ପଟ୍ଟପରିବର୍ତ୍ତନ ହେଇ ସାରିଥାଏ। ପ୍ରଥମେ ଦୁର୍ଦ୍ଧର୍ଷ ଜେନେରାଲ୍ ରବର୍ଟ କ୍ଲାଇଭଙ୍କ ସହ ମିଶି ବିଶ୍ଵାସଘାତକ ସାଜିଥିଲେ ମୀର୍ ଜାଫର୍, ବଙ୍ଗ ନବାବଙ୍କ ସେନାଧ୍ୟକ୍ଷ। ଏହି ବିଶ୍ଵାସଘାତକର ରାଜ୍ୟ-ପିପାସାର…

ଲେଖା: ନିରଞ୍ଜନ ସାହୁ ଅନେକ ଅଭାବ ଅନଟନ ଅଣଦେଖାକୁ ଏଡାଇ ସ୍ଵସାଧନା ବଳରେ କୀର୍ତ୍ତିମାନ ହୋଇ ପାରିଥିବା ମଣିଷ ଜଣେ କୀର୍ତ୍ତିମାନ କର୍ମଯୋଗୀ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ । ଜନ୍ମଗ୍ରହଣ କରିଥିଲେ ବରପାଲିରେ, ୧୯୦୦ ମସିହା ମାର୍ଚ୍ଚ ୨୦ ତାରିଖରେ ଏବଂ ସ୍ଵର୍ଗାରୋହଣ କରିଥିଲେ ୧୯୭୯ ମଇ ମାସ ୭ ତାରିଖରେ । କୃତାର୍ଥ…

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ, ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।” ଲଳିତ ଶବ୍ଦ ପ୍ରୟୋଗ ଓ ପଦବିନ୍ୟାସରେ ବିଶ୍ୱବାସୀଙ୍କୁ ଚକିତ କରିପାରିଥିବା ମହାନ୍ ସଂସ୍କୃତ କବି, ‘ଗୀତଗୋବିନ୍ଦ‘ର ରଚୟିତା…

ଲେଖା: ନିରଞ୍ଜନ ସାହୁ ବିନୋଦ କାନୁନଗୋ ! ୧୯୫୨ ମସିହାରେ ଗୋଟିଏ ଟଙ୍କା ହାତରେ ଧରି, ନିର୍ବାଚନୀ ବୈତରଣୀ ପାର ନ ହୋଇ ପାରି, ମାତ୍ର ଦଶମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଥାଇ ଜଣେ ସ୍ଵପ୍ନ ଦେଖିପାରନ୍ତି ଓଡ଼ିଆ ଭାଷାରେ ଜ୍ଞାନକୋଷ ପରି କୋଣାର୍କ ତିଆରି କରିବା ପାଇଁ ! କେତେ ମନୋବଳ ଦୃଢ଼ ହୋଇପାରେ…

ଲେଖା: ଇଂ ରଜତ କୁମାର ପତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ, ଜନସେବା ଓ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିବା ନିଃସ୍ୱାର୍ଥପର ଆର୍ତ୍ତ ସେବକ, ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ମହୋଦୟଙ୍କ ଜନ୍ମ ହୋଇଥିଲା ୧୮୭୯ ମସିହା ଫେବୃୟାରୀ ମାସ ୧୨ ତାରିଖ, ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ…

ଉପସ୍ଥାପନା: ନିରଞ୍ଜନ ସାହୁ ଇଂରେଜ ସରକାରଙ୍କ ଅକଥନୀୟ ଅତ୍ୟାଚାର ଓ ନଛୋଡବନ୍ଧା ନୀତିକୁ ଦୃଷ୍ଟିରେ ରଖି ମହାତ୍ମାଗାନ୍ଧୀ ୧୯୪୨ ମସିହା ଅଗଷ୍ଟ ମାସ ୮ ତାରିଖରେ ‘କର ବା ମର’ ସ୍ଲୋଗାନ ଦେଇ ସ୍ଵାଧୀନତା ସଂଗ୍ରାମ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ। ସାରା ଦେଶରେ ଏ କଥା ବିଦ୍ୟୁତ ବେଗରେ ବ୍ଯାପିଗଲା ଓ ପ୍ରବଳ…

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହା। ସତ୍ୟାଗ୍ରହ ଆନ୍ଦୋଳନ ବେଶ୍ ସକ୍ରିୟ ହୋଇ ଉଠୁଥାଏ ଭାରତବର୍ଷରେ। ଓଡ଼ିଶାରେ ତ ଅଭୂତପୂର୍ବ ସଫଳତା ମଧ୍ୟରେ ଆଗେଇ ଚାଲିଥାଏ। ଏହି ସମୟରେ ଜୁଲାଇ ମାସରେ ରେଳଗାଡ଼ିଟିଏ କଟକ ବାଟ ଦେଇ ଯାଉଥାଏ ମାନ୍ଦ୍ରାଜ ସହର ଅଭିମୁଖେ,’ମାନ୍ଦ୍ରାଜ ମେଲ୍’। ହଠାତ୍ କୌଣସି କାରଣ ନଥାଇ କୌଣସି ଷ୍ଟେସନ ନଥାଇ ରେଳଗାଡ଼ି…

ଲେଖା: ଓଁ ଅଭିଜ୍ଞାନ ସାହୁ ବାଉନୁ ବଜ଼ାର ତେପନ ଗଳିର ସହର ହେଲା ଏଇ କଟକ । ଆଗରେ କ ପଛରେ କ । ଯିଏ ଏହାର ଭେଦ ପାଇଛି ସେ ବର୍ତ୍ତିଯାଇଛି । ଆଜିବି ବେଶି ଇଂଲିଶ ଝାଡୁଥିବା ଲୋକଙ୍କୁ ରାସ୍ତାରେ ଦେଖିଲେ ଲୋକେ ଥଟ୍ଟାରେ କହନ୍ତି ସ୍ୱାଧୀନତା ପୂର୍ବରୁ ଏ ଇଂରେଜ କଟକ…

ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…