Search Results for: ରଜ

ମହାମନିଷୀଗଣ

ଉତ୍କଳର ପ୍ରଣିପତ୍ୟ ସନ୍ଥକବି ଭୀମଭୋଇ

“ଏ ଜଗତ ଜନ ହତ ହୋଇଗଲେ କାହିଁ ପ୍ରଚରିବି ମୁହିଁ ?” ଜଗତଜନ ଶାନ୍ତ, ସ୍ନେହ, ସମତା, ମମତାରେ ବାନ୍ଧି ହୋଇ ରହିଲେ ବ୍ୟକ୍ତିର ଜୀବନ ମଧୁମୟ ହୁଏ । ଜଙ୍ଗଲ ପୋଡ଼ିଗଲେ ଗଛର ଅସ୍ତିତ୍ବ ରହେନା । ବ୍ରହ୍ମାଣ୍ଡ ସୁରକ୍ଷିତ ହେଲେ ପିଣ୍ଡ ପଲ୍ଲବିତ ହୁଏ । ତେଣୁ ଭୀମ ଚିନ୍ତାକଲେ, ଅନ୍ୟାୟ ଅତ୍ୟାଚାରର ଗରଳ ସେ ପିଇଯିବେ । ଶୋଷଣ କଷଣର ବିଷରେ ସେ ପାରିହେବେ, ନର୍କଗାମୀ ହେବେ, କେବଳ ଏଇଥିପାଇଁ ଯେ ଜଗତ ଉଦ୍ଧାର ପାଉ, ବିଶ୍ୱବାସୀ ରକ୍ଷା ପାଆନ୍ତୁ ଭେଦ, ବାଦ, ଛଳରୁ . . । ତାଙ୍କରି କଣ୍ଠରେ ପ୍ରତିଧ୍ୱନିତ ହୁଏ ସେଇ କାଳଜୟୀ କାରୁଣ୍ୟର ବାଣୀ ଓ ଆତ୍ମୋତ୍ସର୍ଗର ମନ୍ତ୍ର . . 

ମହାମନିଷୀଗଣ

ଜୟୀ ରାଜଗୁରୁ

ବ୍ରାହ୍ମଣ ହୋଇ ଥିବା କାରଣରୁ ପାରମ୍ପରିକ ଯୁଦ୍ଧବିଦ୍ୟା ଶିକ୍ଷା ନ କରି ମଧ୍ୟ ଦେଶମାଟିର ସମ୍ମାନ ଓ ସ୍ବାଭିମାନ ପାଇଁ ସେ ଶାସ୍ତ୍ର ଛାଡି ହାତରେ ଧରିଥିଲେ ଶସ୍ତ୍ର । ପଣ୍ଡିତରୁ ବନିଯାଇଥିଲେ ଯୋଦ୍ଧା, ସଂଗଠକରୁ ସେ ହୋଇଥିଲେ ଅଗ୍ରଣୀ ସେନାନାୟକ . .

ମହାମନିଷୀଗଣ

ସତ୍ୟବାଦୀ ବାଣୀମଞ୍ଚର ମନସ୍ବୀସ୍ରଷ୍ଟା ସନ୍ଥ ପଣ୍ଡିତ ନୀଳକଣ୍ଠ ଦାସ 

ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି ‘ନୀଳକଣ୍ଠ’ ବନିଯିବ — ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .

ମହାମନିଷୀଗଣ

ବେଜେଲଗେଟ ହତ୍ୟାକାଣ୍ଡ

ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ

ହଜିଲା ଦିନର କଥା

ପାନ ଓ ଆମ ସଂସ୍କୃତି

ଓଡ଼ିଆ ଘରେ ପିଲାଠୁ ବୁଢ଼ା ଯାଏଁ ବୟସ ନିର୍ବିଶେଷରେ ଅଧିକାଂଶ ପାନ ଖାଇବାରେ ଅଭ୍ୟସ୍ତ । ପାନ ପାଖରେ ଉଚ୍ଚନୀଚ୍ଚ, ବଡ଼ସାନ, ସ୍ତ୍ରୀ ପୁରୁଷର ଭେଦ ନ ଥାଏ ! ରଜାଠୁ ରଙ୍କ ସଭିଙ୍କର ଥାଏ ପାନ ପ୍ରତି ଦୁର୍ବଳତା ! ଓଡ଼ିଆ ର ଭୋଜିଭାତରେ ଶେଷରେ ପାନର ବ୍ୟବସ୍ଥା ନ ଥିଲେ ସେଠି ଯେମିତି ଭୋଜନର ପୂର୍ଣ୍ଣତା ଆସେନା ! ଏମିତିକି ପାନରେ ଅଭ୍ୟସ୍ତ ନ ଥିବା ଲୋକେ ବି ଭୋଜି ଶେଷରେ ପାନ ଖଣ୍ଡେ ପାଟିରେ ପୁରାଇବାକୁ ହେଳା କରେନି . .

ହଜିଲା ଦିନର କଥା

ବାଲିଆପାଳର ଲାଲମାଟିରେ ପାନର ଇତିହାସ

କେଉଁଠି ବ୍ୟବସାୟକୁ ନେଇ, ଅବା କେଉଁଠି ପାନରସିକଙ୍କ ପାଇଁ ଅବା କେଉଁଠି ଦିଅଁଙ୍କ ନୀତି ସହ ଯୋଡ଼ି ହୋଇ ପାନର ମହନୀୟତା ପ୍ରସ୍ଫୁଟିତ ହୋଇଥିଲା; କେଉଁଠି ପାନ ବ୍ୟବସାୟୀମାନେ ଯାବତୀୟ Value Addition କରିବା ସହିତ ନିଜ ନିଜର ବଜାର ଅଂଶ ବଢାଇ ପାରିବାର ସୁଯୋଗ ପାଇଥିଲେ, ମାତ୍ର ବ୍ୟାସଭୂମି ବାଲେଶ୍ଵର ଜିଲ୍ଲାର ପାନଚାଷୀ ଲଢିଚାଲିଥିଲେ ସଂଗ୍ରାମ, ନିଜ ପାନବରଜ ସୁରକ୍ଷା ପାଇଁ, ପାନ ଓ ବରଜକୁ ନେଇ ଯେଉଁ ଆବେଗରେ ବାନ୍ଧି ହୋଇଯାଇଥିଲେ, ସେଇ ଆବେଗଟିକକକୁ ଆବୋରି ଧରି କେତେ ସଂଘର୍ଷ କରିନାହାଁନ୍ତି ସେମାନେ . .

ହଜିଲା ଦିନର କଥା

ଓଡ଼ିଶାରେ ପାନଚାଷର ପରମ୍ପରା

ଏମିତି ଲତାଟିଏ ଯେଉଁ ଥିରେ ନା ଫୁଲ ଫୁଟେ ନା ଫଳ ଧରେ, ଖାଲି ଡାଳି ଓ ପତ୍ର । ପାନଗଛ ଓ ‘ବରଜ’କୁ ଲୋକେ ଦେବୀକାଳୀ ରୂପେ ପୂଜା କରନ୍ତି । ସେଥିପାଇଁ ପାନବରଜକୁ ପାନତୋଳିବାକୁ ଯିବାବେଳେ କେତେଗୁଡ଼ିଏ ସତର୍କତା ଅବଲମ୍ବନ କରିବାକୁ ହୁଏ । ଦାନ୍ତ ଘଷୁଥିବା ସମୟରେ, ଶୌଚ ନ ହୋଇ, ମଇଳା ଲୁଗା ପିନ୍ଧି, ଜୋତାଚପଲ ପିନ୍ଧି ବରଜ ଭିତରକୁ ପ୍ରବେଶ କଲେ କିମ୍ବା ପାନପତ୍ର ତୋଳିଲେ ପାନଗଛ ମରିଯାଏ ବୋଲି ଲୋକମୁଖରେ ପରିଚିତ . .

Scroll to Top