Physical Address
Sai Samarpanam, Satya Vihar, Bhubaneswar

~ ଗୋବିନ୍ଦଚନ୍ଦ୍ର ଶୂରଦେଓ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାରେ ରଙ୍ଗମଞ୍ଚର ବିକାଶ ସହ ରାସରସିକତା-ପ୍ରସୂତ-ଶ୍ରୁତିସୁଖକର ନାଟକୀୟତାର ଯେଉଁ ପ୍ରଲେପନ ମନୋରଞ୍ଜନ ରସାର୍ଣ୍ଣବକୁ ଅମୃତାପ୍ଳୁତ କରି ଜନମାନସକୁ ରସାର୍ଦ୍ର କରେ, ସେହି ଲୀଳାଯାତ୍ରାର ଜଣେ ବଦାନ୍ୟ ଓ ବହୁମୁଖୀ-ପ୍ରତିଭାଧର-ପ୍ରବର୍ତ୍ତକ ଥିଲେ ଗୋବିନ୍ଦଚନ୍ଦ୍ର ଶୂରଦେଓ। ବେଶ-ପାଟବ, ସଙ୍ଗୀତ-ସଂଯୋଜନା ସହ ଉନ୍ନତ ଦୃଶ୍ଯ ବିଭାଜନ ଫଳେ ସେ ଦେଇଥିଲେ…

ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…

ଲେଖା: ଦେଵ ତ୍ରିପାଠୀ ଉନ୍ନବିଂଶ ଶତକର ଶେଷାର୍ଦ୍ଧରେ ଭାରତୀୟ ପୁନର୍ଜାଗରଣର ପରିଣାମ ସ୍ବରୂପ ଦେଶବ୍ୟାପୀ ଯେଉଁ ଇତିହାସ ସଚେତନତା ଦେଖାଯାଇଥିଲା, ତାହା ଓଡ଼ିଆ ନାଟ୍ୟକାର ମାନଙ୍କୁ ପ୍ରଭାବିତ କରିବା ସ୍ବାଭାବିକ । ଏ ସମୟରେ ଆଗଙ୍ଗାଗୋଦାବରୀ ବିସ୍ମୃତ ଶସ୍ୟଶ୍ୟାମଳା-ପରିପୁଷ୍ଟ ଉତ୍କଳର ପରାଧୀନତା ଓ ଭାଗ୍ୟ ବିପର୍ଯ୍ୟୟକୁ ଉପଲବ୍ଧି କରି ପାରିଥିଲେ ସେମାନେ । ଏଣୁ ଓଡ଼ିଆ…

ଲେଖା: ଦେଵ ତ୍ରିପାଠୀ ସେ ଥିଲେ ସତ୍ୟର ସନ୍ଧାନୀ, ସତ୍ୟର ସାଧକ, ସତ୍ୟ ଅନ୍ୱେଷଣ ପାଇଁ ଉତ୍ସର୍ଗୀକୃତ ତାଙ୍କର ଆଜନ୍ମମୃତ୍ୟୁ ଜୀବନ, ସେ ଥିଲେ ବହୁବିଧ ପ୍ରତିଭାର ଅଧିକାରୀ, ଆମ ରାଜ୍ୟର ପ୍ରଥମ ଲିପିତତ୍ତ୍ୱବିଦ୍, ପ୍ରତ୍ନତତ୍ତ୍ୱବିଦ୍, ଐତିହାସିକ, ଗବେଷକ, ନାଟ୍ୟକାର, ପ୍ରାବନ୍ଧିକ, ସଙ୍ଗଠକ, ସମ୍ପାଦକ ତଥା ମୁକ୍ତିସଂଗ୍ରାମୀ ଉତ୍କଳରତ୍ନ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁ I…

~ ବ୍ରଜସୁନ୍ଦର ଦାସ ~ ଲେଖା: ଅମୃତେଶ ଖଟୁଆ “ଅଶରୀରୀ, ସଞ୍ଜ ପବନ ବଂଶଧାରା ନଈ ସେପାରିରୁ ବହି ଆଣୁଛି ତୁମରି ବାଣୀ – ‘ବାବା ସରି ନାହିଁ ତ।’ ନିର୍ଜନ ଏହି ଦି’ ତାଲାର କୋଠରୀ। କାହାର ଏ ସ୍ଵର? ପୁଣି ବାଜୁଛି କାନରେ, ‘ବାବା ସରିନାହିଁ ତ।’ ତୁମେ ତେବେ ଅଛ? କାଲିପରି…

ଲେଖା: ଦେଵ ତ୍ରିପାଠୀ ଆମ ରାଜ୍ୟର ସେ ଏପରି ଜଣେ ବରପୁତ୍ର, ଯିଏ ଭାରତୀୟ ପାର୍ଲ୍ୟାମେଣ୍ଟର ପିତା ରୂପେ ସମ୍ମାନିତ; ଦକ୍ଷ ଇଞ୍ଜିନିୟର ଭାବେ ସେ ଏକଦା ଥିଲେ ବ୍ରିଟିଶ ସରକାର ତଥା ନେହେରୁ ସରକାରଙ୍କ ଏକକ ବୈଷୟିକ ପରାମର୍ଶଦାତା; ଦେଶରକ୍ଷା ବିଭାଗର ପରାମର୍ଶଦାତା ଭାବେ ସେ ଆଣିପାରିଥିଲେ ଅଦ୍ଭୁତପୂର୍ବ ପରିବର୍ତ୍ତନ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ…

~ ଧରଣୀଧର ମିଶ୍ର ~ ଲେଖା: ନିରଞ୍ଜନ ସାହୁ “ମହତ ଛାମୁରେ ପ୍ରାର୍ଥନା କରିବା ପ୍ରଶଂସ୍ୟ ଅଟଇ ସଦା, ଫଳ ଲାଭ ପଛେ ନହେଲେ ନହେବ ନୀଚେ ନ ଯାଚିବ କଥା । ମୋହ ଲାଗି କେତେ ଯତନ କରୁଛି ଆହା ମୋ ଧରଣୀଧର, ତୋତେ ଘେନି ମୁହିଁ ପୁତ୍ରବତୀ ଏକା ତୁହି ମୋ ଯୋଗ୍ୟ…

ଉପସ୍ଥାପନା: ଦେଵ ତ୍ରିପାଠୀ ଗଞ୍ଜାମ କହିଲେ ସାଧାରଣ ଭାବରେ ଆଖି ଆଗରେ ନାଚି ଉଠେ ପୂତିଗନ୍ଧମୟ ଗାଁଗଣ୍ଡା, ଅପରିଛନିଆ ସହରୀ ବସ୍ତି, ଦେଶୀମଦର କାରବାର, ପୁଣି ମନକୁ ଆସିଯାଏ ଅପରାଧର ତାଲିକା କିମ୍ବା ନଷ୍ଟ ପରିମଳର ଦୁଃଖଦ କଳାତାଲିକା । ଗଞ୍ଜାମ କହିଲେ ଅନ୍ୟ ଅଞ୍ଚଳର ଓଡ଼ିଆଙ୍କ କୁଞ୍ଚିତନାସିକା ଓ ମୁଖମଣ୍ଡଳରୁ ସ୍ପଷ୍ଟ ପଢିହୁଏ ‘ଭିନ୍ନ…

ଉପସ୍ଥାପନା: ଦେଵ ତ୍ରିପାଠୀ ପଲ୍ଲୀଜୀବନ ର ନିଖୁଣ ଗାଥା ତଥା ପଲ୍ଲୀପ୍ରକୃତିର ଅପୂର୍ବ ବର୍ଣ୍ଣନା ଖୋଜିବସିଲେ ସର୍ବାଗ୍ରେ ମନେ ପଡ଼ନ୍ତି ପଲ୍ଲୀକବି ନନ୍ଦକିଶୋର । ଆମ ରାଜ୍ୟର ପାଣିପବନ, ଗ୍ରାମ୍ୟଜୀବନ ଆଦିକୁ ଯେଭଳି ସରଳ ଭାଷା ଓ ଛନ୍ଦରେ ରୂପାୟିତ କରିଯାଇଛନ୍ତି ପଲ୍ଲୀକବି ତାହା ସତରେ ବିରଳ ! ପାଠକର ମନରେ ଅପୂର୍ବ ଆବେଗ ସୃଷ୍ଟି…

~ ମୋହନଦାସ ରତିକାନ୍ତ ରାଓ ~ ଲେଖା: ଅମୃତେଶ ଖଟୁଆ ଅଜସ୍ର କଳା, ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ୟ ସହ ଅନନ୍ତ ଐତିହ୍ୟର ପଟ୍ଟଭୂମି ଉପରେ ଅବତିଷ୍ଠିଥିବା ଓଡ଼ିଆ ସଂସ୍କୃତି ମହାଭାରତୀୟତାର ଏକ ଅଭିନ୍ନ ପ୍ରବାହିତ ସ୍ରୋତ। ଐତିହ୍ୟଦୀପ୍ତ ଓଡ଼ିଆ ମାଟିରେ ଯେଉଁ ଯୋଗଜନ୍ମା ମନୀଷୀମାନଙ୍କ ଆବିର୍ଭାବ, ତାହା ଏ ଜାତିର ତ୍ରିଦିବଲୋକକୁ ଋଦ୍ଧିମନ୍ତ କରିଆସିଛି। ହେଲେ…