Physical Address
Sai Samarpanam, Satya Vihar, Bhubaneswar
ଲେଖା: ଦେଵ ତ୍ରିପାଠୀ ସ୍ବାଧୀନତା ସଂଗ୍ରାମର ସ୍ବର୍ଣ୍ଣଗର୍ଭା ଅଦୂର ଅତୀତ । ପଦଯାତ୍ରା ଓ ପାଣ୍ଠିସଂଗ୍ରହ ଲକ୍ଷ୍ୟରେ ଗାନ୍ଧିଜୀଙ୍କ ୧୯୩୪ରେ କଟକ ଆଗମନର କଥା । ଦର୍ଶନାଭିଳାଷୀ ଆବାଳବୃଦ୍ଧବନିତାଙ୍କୁ ହରିଜନ ପାଣ୍ଠି ନିମନ୍ତେ ଚାନ୍ଦା ମାଗୁଥାନ୍ତି ଗାନ୍ଧିଜୀ । ଯିଏ ଯାହାର ଶକ୍ତି ଅନୁସାରେ ଖୁସିମନରେ ଦାନ କରିବାର ଦୃଶ୍ୟ ଥାଏ ବେଶ୍ ଭାବୋଦ୍ଦୀପକ ।…
ଲେଖା: ନିରଞ୍ଜନ ସାହୁ ୧୯୨୪ ମସିହା ଏପ୍ରିଲ ମାସ ତିନି ତାରିଖ । କଟକ ଟାଉନହଲ୍’ରେ ପାଳିତ ହେଉଥାଏ ବ୍ରିଟିଶ ସରକାରଙ୍କ ନାରକୀୟ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଦିବସ । ସଭାସ୍ଥଳ ଭରପୂର । ଗୋଟିଏ ନଅ ବର୍ଷର ବାଳକ ତା’ର ସାତ ବର୍ଷର ଭଉଣୀକୁ ସାଙ୍ଗରେ ଧରି ଆଗଧାଡିର ଶ୍ରୋତା । ବିଶିଷ୍ଟ ସ୍ବାଧିନତା…
ଲେଖା: ବିଶ୍ୱଜିତ ରାଉତରାୟ ବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶା ମାଟିରେ ଜଣେ ଯୁଗପୁରୁଷଙ୍କର ଜୀବନଯାତ୍ରା ଆରମ୍ଭ ହୋଇଥିଲା। ସାଲ ଥିଲା ୧୯୦୧ । ଜଗତସିଂହପୁରର ଏକ ଅଜଣା ପଲ୍ଲୀରେ ଜନ୍ମଲାଭ କରିଥିଲେ ସେ । ପିଲାଟି ଦିନରୁ ପାଠରେ ସେ ଭାରି ଆଗୁଆ । ସେହି କାଳରେ ଯେଉଁ ବୟସର ପିଲାମାନେ ଅବଧାନଠାରେ ଖଡିଛୁଆଁ ଆରମ୍ଭନ୍ତି…
ଲେଖା: ବିଶ୍ୱଜିତ ରାଉତରାୟ ଅଣଓଡିଆ ଝିଅଟିଏ । ଜନ୍ମ ତାଙ୍କର ସମ୍ଭ୍ରାନ୍ତ ଘରେ । ଶାନ୍ତିନିକେତନରେ ପାଠପଢା । ସେ ମେଧାବୀ ସେ ହସ୍ତଶିଳ୍ପୀ ସେ ସଙ୍ଗୀତଜ୍ଞା ସେ ଥିଲେ ସର୍ବଗୁଣସମ୍ପନ୍ନା । ପରିଚୟ ହେଲା ଦିନେ ଜଣେ ଓଡିଆପୁଅ ସହିତ ! ପରିଚୟ ଶୁଭପରିଣୟରେ ପରିବର୍ତ୍ତନ ହେଇଗଲା । ନିଜର ଆତ୍ମୀୟ ଓ ଅତୀତ…
ଲେଖା: ଦେଵ ତ୍ରିପାଠୀ ୧୯୨୦ ସାଲ । ନଇବଢ଼ି ସମୟ । ବନ୍ୟାବିଧ୍ୱସ୍ତ ଜେନାପୁର ଓ ଅନ୍ୟ ଗ୍ରାମଗୁଡିକରେ ବନ୍ୟାପ୍ରପୀଡ଼ିତ ଲୋକଙ୍କ ଅବସ୍ଥା ଦେଖି କାନ୍ଦି ଉଠିଲା ଯାଜପୁରର ତତ୍କାଳୀନ ଡେପୁଟି ମାଜିଷ୍ଟ୍ରେଟଙ୍କ ଦରଦୀ ହୃଦୟ । ସରକାରୀ ସାହାଯ୍ୟକୁ ଅନୁଧ୍ୟାନ କରି ସେତକ ଦେଖି ଯଥେଷ୍ଟ ନୁହେଁ ବୋଲି ଅଧିକ ସାହଯ୍ୟ ନିମନ୍ତେ ଦାବି…
~ ମାଟିର ମଲାଟ ତଳେ ସାଧନା: ପ୍ରଫୁଲ୍ଲ ଦାସ ~ ଲେଖା: ଅମୃତେଶ ଖଟୁଆ “ସେମାନଙ୍କ (ହରିଜନ) ସହ ନିଜେ ନବକୃଷ୍ଣ ତାଳପତ୍ର ଟୋପର ମୁଣ୍ଡରେ ଦେଇ ପାଇକଛା ଭିଡି କୋଡି ଧରି ମାଟି ହାଣିଲେ ଓ ମାଳତୀ ମଧ୍ୟ ଶାଢି କାନିକୁ ଅଣ୍ଟାରେ ଭିଡି ତାଙ୍କ ପଛେ ପଛେ ଘାସ ବାଛି ଚାଲନ୍ତି ।…
ଲେଖା: ନିରଞ୍ଜନ ସାହୁ ~ ଭଗବତୀ ଚରଣ ପାଣିଗ୍ରାହୀ ~ ୧୯୧୭ ମସିହା ପରେ ପରେ ଅର୍ଥାତ୍ ସୋଭିଏତ ଋଷର ଅକ୍ଟୋବର ବିପ୍ଳବର ପୃଷ୍ଠଭୂମି ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟର ସୂତ୍ରପାତ ହୁଏ ସମଗ୍ର ବିଶ୍ଵରେ । ବିଶ୍ୱବାସୀଙ୍କ ମନରେ ସୃଷ୍ଟି କରାଏ ନୂତନ ପ୍ରତ୍ୟୟ, ଆଶା ଓ ଆଶ୍ଵାସନା । ମୁକ୍ତି, ସ୍ଵାଧୀନତା ଓ…
ଲେଖା: ନିରଞ୍ଜନ ସାହୁ ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ପରମ୍ପରାର ସଂରକ୍ଷକ ଭାବେ ନିଜକୁ ସମର୍ପିତ କରିଦେଇଥିବା ଓଡ଼ିଆ ମଣିଷ ବିଛନ୍ଦ ଚରଣ ପଟ୍ଟନାୟକ ଏ ଜାତିର ଚିରନମସ୍ୟ । “ଜ୍ଞାନର କି ଆଶ୍ଚର୍ଯ୍ୟ ପ୍ରଭାବ ! ବିଦ୍ୟାର କି ମନୋହର ମୂର୍ତ୍ତି ! ବିଦ୍ୟାହୀନ ମନୁଷ୍ୟ, ମନୁଷ୍ୟ ନୁହେଁ । ବିଦ୍ୟାହୀନର ମନରେ ଗୌରବ…
ଲେଖା: ନିରଞ୍ଜନ ସାହୁ ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ, ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ ରାଜକୃଷ୍ଣ ବୋଷ । ୧୯୨୧ ମସିହା ଜାନୁଆରୀ ମାସ ୨୪ ତାରିଖ। କଟକର କାଠଯୋଡ଼ି ବାଲିରେ ସ୍ଵାଧୀନତା ପାଇଁ…
ଲେଖା: ନିରଞ୍ଜନ ସାହୁ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆମ ଓଡ଼ିଶାର ବରୀ ଅଞ୍ଚଳର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ୧୯୪୨ ମସିହା ଅଗଷ୍ଟ ମାସରେ ଗାନ୍ଧିଜୀଙ୍କ ଆହୂତ ‘ଭାରତଛାଡ଼’ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ବିଦେଶୀ ଇଂରେଜଙ୍କୁ ଏ ଦେଶରୁ ହଟାଇବା ସହ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ…