Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ ! ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା…

~ ଗୋବିନ୍ଦ ତେଜ ~ ଲେଖା: ଅମୃତେଶ ଖଟୁଆ “ଗୋଟିଏ ଓଡିଆ ଚଳଚ୍ଚିତ୍ର କେବଳ ଯେ ଓଡିଆ ଭାଷା ପାଇଁ ହେଉଛି, ତାହା ନୁହେଁ। ଆଉ ମୁଁ ମଧ୍ୟ ଚଳଚ୍ଚିତ୍ର କରିବାର ଏକମାତ୍ର ଅଭିପ୍ରାୟ ରଖି ଚଳଚ୍ଚିତ୍ର କରେନାହିଁ। ଚଳଚ୍ଚିତ୍ରର ଚେର ସବୁବେଳେ ଗୋଟିଏ ମାଟିର ସଂସ୍କୃତି ସହ ଜଡିତ ରହିବା ଦରକାର। ରାଜସ୍ଵ ବର୍ଦ୍ଧନ…

ସେ ଥିଲେ ସୁରର ସମ୍ରାଟ, ତାଙ୍କ ସୁରରେ ଥିଲା ଅପୂର୍ବ ଶିହରଣ, ଶ୍ରୋତାର ମନରେ ଆଣୁଥିଲା ପୁଲକ, ସେ ଗଢିଥିଲେ ସୁରର କୋଣାର୍କ, ସେ ଥିଲେ ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ମଉଡ଼ମଣି, ସେ ଥିଲେ ସୁରମଣି ପଦ୍ମଶ୍ରୀ ପଣ୍ଡିତ ଡଃ ରଘୁନାଥ ପାଣିଗ୍ରାହୀ . .

ଲେଖା: ଦେଵ ତ୍ରିପାଠୀ କଳାର ଚିରନ୍ତନ ପୂଜାରୀ ସାଧୁ ମେହେର । ସ୍କୁଲରେ ପଢିବାବେଳେ ସେ ଅଭିନୟ କ’ଣ ଜାଣି ନ ଥିଲେ, ମାତ୍ର ମନ ଭିତରେ ଥିଲା ପ୍ରଚଣ୍ଡ ଆଗ୍ରହ । ତେବେ ସେ ରାସ୍ତାରେ ଆଗକୁ ଯିବା ପାଇଁ ନା ଥିଲା ପିତାମାତାଙ୍କର କ୍ଷମତା ନା ତାଙ୍କର କେହି ଥିଲେ ଗୁରୁ ଅବା…

ଲେଖା: ଦେଵ ତ୍ରିପାଠୀ ତାଙ୍କ ସଙ୍ଗୀତରେ ଭାବ ଓ ଭାଷା ଥାଏ ଲାଳିତ୍ୟପୁର୍ଣ୍ଣ, ମଧୁର । ତାଙ୍କ ସୁର ଶୁଣି ଆତ୍ମବିଭୋର ହୁଏ ଶ୍ରୋତା । ତାଙ୍କ କଣ୍ଠରେ ଭାବ, ଭାଷା ଓ ଧ୍ୱନିର ଥାଏ ଏକ ସୁନ୍ଦର ସମନ୍ୱୟ, ସେଥିପାଇଁ ତାଙ୍କ ଗୀତସବୁ ହୋଇଯାଏ ଅପାସୋରା, ତନୁମନ ଶିହରାଇଦିଏ, ଲିପିବଦ୍ଧ ହୋଇଯାଏ ଶୃତିରେ, ସ୍ମୃତିରେ…

~ ମଣିମାଳା ଦେବୀ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶା ମାଟିରେ ସେତେବେଳେ ରଙ୍ଗମଞ୍ଚ ପାଇଁ ଝିଅମାନଙ୍କୁ ଥାଏ ସମାଜର ବାରଣ। ଏରୁଣ୍ଡିବନ୍ଧ ଡେଇଁ ପଦାକୁ ଆସିବାରେ ପ୍ରୟୋଜନ ନଥିଲା ପ୍ରଥାରେ। ହେଲେ, ବିହଙ୍ଗ ଥରେ ପଞ୍ଜୁରୀ ମଧ୍ୟରୁ ବିମୁକ୍ତ ହୋଇଗଲେ, ନୀଡ଼ ଛାଡି ତ ଆସିପାରିବନି, ସେ ନୀଡାଶ୍ରୟୀ ମୁକ୍ତାକାଶ ମଧ୍ୟରେ ନିଜକୁ ସଞ୍ଚରି…

ଲେଖା: ଦେବ ତ୍ରିପାଠୀ “ଘୃଣା, ବିଦ୍ୱେଷ, ଈର୍ଷା ଦେଇ ମୋତେ ସେଇ ଋଣ ପରିଶୋଧ କରିବାକୁ ପଡିଲା ଇନିସପେକ୍ଟର . . !” ବହୁଚର୍ଚ୍ଚିତ ଅଶାନ୍ତଗ୍ରହ ନାଟକର ନାୟକ ପିତୃପରିଚୟ ହୀନ ହେମନ୍ତ ଏପରି ଛାତିଥରା ସଂଳାପ ଅବା ‘ତିମିରତୀର୍ଥ’ରେ କୁମାର ସାହେଵ, ‘ଜନନୀ’ରେ ପାଗଳା ସୁବାସର ପାଗଳାମି ଅବା ‘ଡ଼ାକବଙ୍ଗଳା’ର ବିବେକ ଚରିତ୍ରର ହୃଦୟଛୁଆଁ…

ଲେଖା: ଦେଵ ତ୍ରିପାଠୀ ବଡ଼ଦେଉଳର ଦେବଦାସୀ ନୃତ୍ୟକୁ ନେଇ ସେ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି, ପୋତିଛନ୍ତି “ଓଡ଼ିଶୀ” ମହଦୃମର ବୀଜ I ଓଡ଼ିଶୀ ନୃତ୍ୟକୁ ନେଇ ସେ କରିଛନ୍ତି ବହୁ ପରୀକ୍ଷା ନିରୀକ୍ଷା I ଓଡ଼ିଶୀରେ ସେ ଆରମ୍ଭ କରିଛନ୍ତି ଦଶାବତାର “ଗ୍ଲାନିସଂହାର” ନାମରେ; ଓଡ଼ିଶୀ ନୃତ୍ୟରେ ସେ ପ୍ରଣୟନ କରିଛନ୍ତି “ଗତିବିଳାସ ପଲ୍ଲବୀ” ନାମକ…

ଲେଖା: ଦେଵ ତ୍ରିପାଠୀ ଓଡିଶାରେ ବୋଦ୍ଧଧର୍ମର ବିଲୟ, ତାନ୍ତ୍ରିକଧର୍ମର ଅଭ୍ୟୁଦୟ ଓ ଭକ୍ତିଧର୍ମର ଆତ୍ମପ୍ରକାଶ ପରେ ‘ଆଧ୍ୟାତ୍ମିକ ମନୋରଞ୍ଜନ’ର ମାଧ୍ୟମ ଭାବରେ ପରିପ୍ରକାଶ ପାଇଥିଲା ସୁଲଳିତ ପଦାବଳୀ ସମ୍ବଳିତ ସାଙ୍ଗୀତିକତାରେ ଉଛ୍ୱସିତ “ଲୀଳା” ଯୁଗର ମହାର୍ଘ ପରମ୍ପରା । ଲୋକନାଟକର ସଶକ୍ତ ଶାଖା ରୂପେ ଏହି ଲୀଳାଯୁଗର ପ୍ରବର୍ତ୍ତକ ଥିଲେ ଭକ୍ତିଯୁଗର ଉଦ୍ଗାତା ଅତିବଡ଼ି ଜଗନ୍ନାଥ…

ଲେଖା: ଦେଵ ତ୍ରିପାଠୀ ନବମ ଶ୍ରେଣୀରେ ପାଠ ପଢୁଥିବା ବାଳକଟି ଛୁଟିରେ ଘରକୁ ଆସିଥାଏ । ହଠାତ୍ ଘରର ଛାତ ଉପରେ ଉଡି ଆସି ବସିଗଲା ପେଚାଟିଏ । ଅନେକ କହିଲେ ଏହା ଅଶୁଭ । କେହି କେହି ତାକୁ ଘଉଡାଇବା ପାଇଁ ପାଟିଗୋଳ କଲେ । ବାଳକଟି ମଧ୍ୟ ଟେକାଟିଏ ମାରିବାକୁ ଉଦ୍ୟତ ହେଲା…