Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ ଓଡିଶା ସ୍ଵତନ୍ତ୍ର ପ୍ରଦେଶ ଗଠନ ଦିଗରେ କୁଳବୃଦ୍ଧ ପଣ୍ଡିତ ହରିହର ମିଶ୍ର ନାମଟି ଓଡିଶାବାସୀଙ୍କ ହୃଦୟରେ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କର ବହୁମୁଖୀ ପ୍ରତିଭା ଓ ସ୍ବଦେଶପ୍ରୀତି ଓଡିଶାର ଜାତୀୟ ଜୀବନରେ ଏକ ଅମୂଲ୍ୟ ସମ୍ପଦ । ମହାନ ଦେଶପ୍ରେମୀ ପଣ୍ଡିତ ହରିହର ମିଶ୍ର ୨୪ ଫେବୃଆରୀ ୧୮୮୭…

ଲେଖା: ନିରଞ୍ଜନ ସାହୁ କଟକ ଜିଲ୍ଲାର ସତ୍ୟଭାମାପୁର ମଲ୍ଲବଂଶ ପରିବାର । ଏହାଥିଲା ଜାତୀୟଗୌରବ ମଧୁସୂଦନ ଦାସ, ପ୍ରଶାସକ-ସାହିତ୍ୟିକ ଗୋପାଳ ବଲ୍ଲଭ ଦାସ, ବିଶିଷ୍ଟ ସାହିତ୍ୟିକ ନାରାୟଣ ଚନ୍ଦ୍ର ଦାସ, ସର୍ବଜନାଦୃତ ମହିୟସୀ ମା’ ରମାଦେବୀଙ୍କ ଏନ୍ତୁଡ଼ିଶାଳ । ଓଡ଼ିଶା ତଥା ଭାରତବର୍ଷର ଏହି ବରେଣ୍ୟ ମହାପୁରୁଷ, ଦେଶସେବକ ମାନଙ୍କ ସହ ଯୋଡ଼ି ହୋଇଯାଇଥିଲେ ଆଉଜଣେ…

ଉପସ୍ଥାପନା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷବେଳକୁ ଭାରତରେ ନବଯୁଗର ପ୍ରବର୍ତ୍ତନ ହେଲା କହିଲେ ଅତ୍ୟୁକ୍ତି ହେବନାହିଁ । ଶିକ୍ଷାର ପ୍ରସାର, ଗମନାଗମନର ସୁବିଧା, ଡାକବ୍ୟବସ୍ଥାର ଉନ୍ନତି, ମୁଦ୍ରଣଯନ୍ତ୍ରର ସ୍ଥାପନ ହେତୁ ବିଭିନ୍ନ ଅଞ୍ଚଳର ଅଧିବାସୀଙ୍କ ମଧ୍ୟରେ ମାନସିକ ନୈକଟ୍ୟ ସ୍ଥାପିତ ହେଲା । ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ସଞ୍ଚାରିତ ହେବା ସହ ଜାତିଗତ ବନ୍ଧନ,…

ଲେଖା: ଶିବାଶିଷ ମହାପାତ୍ର ଜଣେ ଜମିଦାରଙ୍କ ଘରେ ଜନ୍ମଗ୍ରହଣ କରିଥିଲେ “ଜମି ଉଦାର” ସନ୍ଥ । କଟକର ଏକ ଅନାମଧେୟ ଭଡା ଘରେ (ଆବଶ୍ୟ ପରେ ତାହା ପରିଣତ ହୋଇଥିଲା “ସ୍ବରାଜ ଆଶ୍ରମ” ଭାବରେ) ରହୁଥିଲେ ଅବିଭକ୍ତ କଟକ ତଥା ଏବେକାର ଜଗତସିଂହପୁର ଜିଲ୍ଲାର ଖେରସ ଅଞ୍ଚଳର ଜମିଦାର ଶ୍ରୀଯୁକ୍ତ ଗୋକୁଳାନନ୍ଦ ଚୌଧୁରୀ । ଏହି…

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ 'ଭୀମାଭୂୟାଁ' ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ . .

ଲେଖା: ନିରଞ୍ଜନ ସାହୁ ୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଓ ବଙ୍ଗଳାର ଶିକ୍ଷିତ ମହଲରେ ଚହଳ ସୃଷ୍ଟି କରିଦେଲେ । ତାହାର କାରଣ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା କମ ଏବଂ ବଙ୍ଗଳାର ସାଧାରଣ ଲୋକଙ୍କ…

ଲେଖା: ଦେଵ ତ୍ରିପାଠୀ ୧୯୧୩ ମସିହା ଖରାଦିନ । ଓଡ଼ିଶା ମାଟିର ଜାତୀୟଗୌରବ ଶତାବ୍ଦୀର ସୂର୍ଯ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଆସି ସବୁକିଛି ବୁଲି ଦେଖୁ ଦେଖୁ ପ୍ରଶଂସା ମୁଖରିତ ହୃଦୟରେ କହିପକାଇଲେ, “ଏ ମାଟିରେ ନାଳନ୍ଦାଟିଏ ଠିଆ କରିଦେଲ ଗୋପବନ୍ଧୁ ! ଏ ବିଦ୍ୟାଳୟକୁ ତ ଇଟାପଥର କି ଟଙ୍କାରେ ଗଢିନ; ରକ୍ତ, ମାଂସ…