Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…

ବାସୁଦେବ ସୁଢଳଦେବ ଲେଖା: ନିରଞ୍ଜନ ସାହୁ ସାର୍ ବାସୁଦେବ ସୁଢଳଦେବ ! ପବିତ୍ରକୀର୍ତ୍ତି ଶ୍ରୀଯୁକ୍ତ ବାମଣ୍ଡାଧିପ ବାସୁଦେବ ସୁଢଳଦେବ ମହୋଦୟ ଶ୍ରୀ କରକମଳେଷୁ ସବିନୟ ନିବେଦନମିଦଂ ! ଶ୍ରୀମନ୍ ମହାରାଜ ! ପରସ୍ପର ବିରୋଧୀ ଶ୍ରୀ, ସରସ୍ଵତୀ ଏବଂ ବିନୟ ଆପଣଙ୍କଠାରେ ଏକତ୍ରାବସ୍ଥିତ ହୋଇ ପରସ୍ପରର ଶୋଭା ବୃଦ୍ଧି କରୁଅଛନ୍ତି, ଏହା ସମସ୍ତେ ଏକବାକ୍ୟରେ ସ୍ଵୀକାର…

ଲେଖା: ନିରଞ୍ଜନ ସାହୁ ୧୯୦୩ ମସିହାର ଡିସେମ୍ବର ମାସ ତିରିଶ ଓ ଏକତ୍ରିଶ ତାରିଖ । କଟକ ସହରର ଇଦଗାପଡ଼ିଆ ଲୋକାରଣ୍ୟ । କ୍ଷୁଦ୍ରତର ହୋଇ ଯାଇଥିବା ଓଡ଼ିଶା ଭୂଖଣ୍ଡର କୋଣ ଅନୁକୋଣରୁ ଆସିଥିବା ରାଜା, ଜମିଦାର, ପ୍ରତିନିଧି ମଣ୍ଡଳୀ, ସାହିତ୍ୟରଥୀ, ଜାତୀୟତାବାଦୀ ଓ ସାଧାରଣ ଲୋକେ ଗୋଟିଏ ସ୍ଥାନରେ ସମ୍ମିଳିତ । ସମସ୍ତ ଆୟୋଜନ…

~ ଗୋବିନ୍ଦ ରଥ ~ ଲେଖା: ଅମୃତେଶ ଖଟୁଆ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ ଜଣେ ବିପ୍ଳବୀ ସାରସ୍ୱତ ସାଧକ ଭାବେ ବାଙ୍କୀ ବରପୁତ୍ର ପଣ୍ଡିତ ଗୋବିନ୍ଦ ରଥ ପ୍ରଥିତଯଶା ! ଇଂରେଜ ଶାସନ ବିରୋଧରେ ବିଭିନ୍ନ ଲେଖା ଲେଖି ସେ ଜନମାନସରେ ବିଦ୍ରୋହର ନିଆଁ ଜଳାଇ ଦେଉଥିଲେ। ତାଙ୍କ କଟକସ୍ଥିତ ନିମଚଉଡିଠାରେ ଥିବା “ଗୋବିନ୍ଦ…

~ ନିତ୍ୟାନନ୍ଦ ଶତପଥୀ ~ ଲେଖା: ଅମୃତେଶ ଖଟୁଆ ୧୯୬୪ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ ହଲ୍’ରେ ନିଖିଳ ଉତ୍କଳ ଯୁବ ଲେଖକ ସମ୍ମିଳନୀ। ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ, ପ୍ରଫେସର ଓ ସାଥିରେ ଧର୍ମପତ୍ନୀ ମଧ୍ୟ ଆସିଥାଆନ୍ତି। ଏହାର ମୁଖ୍ୟ ଆୟୋଜକ ଥାଆନ୍ତି ଆଡଭୋକେଟ୍ କୈଳାସ ଲେଙ୍କା, ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ବ୍ରଜନାଥ…

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ, ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ଲେଖା: ଦେଵ ତ୍ରିପାଠୀ ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ, ମହିମା ଯାହାର ଘୋଷଇ ପୁରାଣ । ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ, ଯାଦଃପତି ଯାର ଯୋଗ୍ୟ ଆଦରଶ । + + + + + + + + + ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା, ଛବିଳ ଉତ୍କଳେ ଏ ଛବିଳତମା । (ମହେନ୍ଦ୍ରଗିରି/କବିବର…

~ କବିଶେଖର ଚିନ୍ତାମଣି ମହାନ୍ତି ~ ଲେଖା: ଅମୃତେଶ ଖଟୁଆ “ସୌଭାଗ୍ୟର ଏ କି ମହା ଶୁଭଦିନ, ନାଚି ଉଠେ ପ୍ରାଣେ ପୁଲକ ନବୀନ। ଅଲକ୍ଷ୍ୟରେ କୋଟି ଆନନ୍ଦ-ହାବେଳି, ମନ ମଧ୍ୟେ ପଶି ଯାଉଅଛି ଖେଳି।” (ଘୁମୁସର କାବ୍ୟ ) ଦ୍ଵାଦଶ ସର୍ଗ ବିଶିଷ୍ଟ ବର୍ଣ୍ଣନାତ୍ମକ “ଘୁମୁସର କାବ୍ୟ”, କବିଶେଖରଙ୍କ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ଥିବା…

ଲେଖା: ଦେଵ ତ୍ରିପାଠୀ “ତଟିନୀବଳୟିତ ତରୁକୁଳପୁଲକିତ ବାଳ ମହୀଧରବାସିନ୍, ଜୟ ଜୟ ଶଙ୍କର ସର୍ବଶୁଭଙ୍କର ଭକ୍ତ ବିପତ୍ତିବିନାଶିନ୍ II” (କବିବର ରାଧାନାଥ ରାୟ) ମା’ କଟକଚଣ୍ଡୀ, ଗଡଚଣ୍ଡୀ ପରି ପ୍ରାଚୀନ ଶକ୍ତିପୀଠ ପାଇଁ କଟକ ମହାନଗର ଶକ୍ତିପୀଠ ଭାବେ ଖ୍ୟାତିମାନ ହୋଇଥିଲେ ମଧ୍ୟ ନଗର ମଧ୍ୟରେ ପ୍ରତିଷ୍ଠିତ ଅମରେଶ୍ୱର ମନ୍ଦିର ତଥା ମହାନଗର ସୀମାସଂଲଗ୍ନ ଭାବରେ…

ଲେଖା: ଦେଵ ତ୍ରିପାଠୀ ସେ ଥିଲା ଯେମିତି ପ୍ରାଗୈତିହାସିକ ଅନ୍ଧକାରର ଯୁଗ । ଚାରିଆଡେ ଦୁର୍ବିସହ ଅଜ୍ଞତା, ବରଫ-ଶୀତଳ ନିଶ୍ଚେତନା, ଶଶକ-ଗୋତ୍ରୀୟ ଭୀରୁତା, ସ୍ଥାଣୁ ଜୀବନ, ନିଶ୍ଚଳ ଅଭିଳାଷର ଅନ୍ଧଗଳି ଭିତରେ ମୁମୂର୍ଷୁ-ପ୍ରାୟ ଜୀଉଁଥିଲେ ଓଡ଼ିଆମାନେ । ମୋଗଲ ଓ ମରହଟ୍ଟାଙ୍କର ଅକଥନୀୟ କଷଣର ତୋଡମାଡରେ ଅଣ୍ଟା ଭାଙ୍ଗି ଯାଇଥିବା ଗୋଟିଏ ଜାତି ନିର୍ଜୀବ,…