Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିବାଶିଷ ମହାପାତ୍ର ଯେଉଁ ଅସ୍ପଷ୍ଟ ରେଖାଚିତ୍ରଟି ସମୟର ଅନୁସରଣରେ କ୍ରମଶଃ ସ୍ପଷ୍ଟ ହୋଇଉଠିଥିଲା ଏବଂ ସମଗ୍ର ଓଡ଼ିଆ ଜାତିର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଉତ୍କଳ ସମ୍ମିଳନୀର ରୂପ ନେଲା ତାହା ୧୯୦୨ ମସିହାରେ ରମ୍ଭା ରାଜବାଟୀରେ ଖଲିକୋଟ ରାଜା ଶ୍ରୀ ହରିହର ମର୍ଦ୍ଦରାଜଙ୍କ ଏକମାତ୍ର ପୁତ୍ର ରାମଚନ୍ଦ୍ରଙ୍କ ଦ୍ବିତୀୟ ବାର୍ଷିକୀ ପୂର୍ତ୍ତି…

ଲେଖା: ନିରଞ୍ଜନ ସାହୁ ୧୯୩୦ ମସିହାର କଥା । କଟକରେ ଆୟୋଜିତ ହୋଇଥାଏ କବିସମ୍ରାଟଙ୍କ ଉପରେ ଏକ ଆଲୋଚନା ଚକ୍ର । ସଂଯୋଜକ ଭଞ୍ଜ ଭଗୀରଥ ବିଛନ୍ଦ ପଟ୍ଟନାୟକ, ଅଧ୍ୟକ୍ଷତା ଉତ୍କଳ ସାହିତ୍ୟର ପ୍ରାତଃ ସ୍ମରଣୀୟ ବାଗ୍ମୀ ଗୋପାଳ ପ୍ରହରାଜ, ଆଲୋଚକ ଭାବେ ଯୋଗ ଦେଇଥାନ୍ତି ବହୁ ପ୍ରାବନ୍ଧିକ, ବକ୍ତା । ବିଦଗ୍ଧ ଶ୍ରୋତା ମଣ୍ଡଳୀରେ…

ଲେଖା: ଦେଵ ତ୍ରିପାଠୀ ରୂପ ଓ ସୌନ୍ଦର୍ଯ୍ୟର କବି, ପ୍ରକୃତି ମଧ୍ୟରେ ପ୍ରାଣସଞ୍ଚାର କରି ତା’କୁ ସ୍ୱପ୍ନ ସମ୍ବେଦନଶୀଳ ସତ୍ତା ଭାବରେ ଚିତ୍ରଣ କରିପାରୁଥିବା କବିଶ୍ରେଷ୍ଠ କବିବର ରାଧାନାଥ ରାୟ ଥିଲେ ପ୍ରକୃତିର ଉପାସକ । ଉତ୍କଳର ନଦନଦୀ, ଗିରି-ବନ-ପ୍ରାନ୍ତର, ସୁଗଭୀର ସମୁଦ୍ର, ସୁପ୍ରଶସ୍ତ ବେଳାଭୂମି, ବିସ୍ତୀର୍ଣ୍ଣ ହ୍ରଦ, ଭୟାବହ ଅରଣ୍ୟର ଭୀମକାନ୍ତ ଦୃଶ୍ୟ ନବଶୋଭା…

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର ଗ୍ରାମପଞ୍ଚାୟତ ଅଧୀନ କଟିକିଆ ସାହି ବିଜେ ଶ୍ରୀ ଶ୍ରୀ ସର୍ପେଶ୍ୱର ମହାଦେବ ଦ୍ଵାପର ଯୁଗର ଦିଅଁ l ଚନ୍ଦ୍ରବଂଶୀୟ ରାଜା ନହୁଷଙ୍କୁ ଅଭିଶପ୍ତ ସର୍ପ ଯୋନିରୁ ମୁକ୍ତି ଦେବା ଅଭିପ୍ରାୟରେ ମହାଭାରତ ଯୁଗରେ ଧର୍ମରାଜ…

~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ…

~ ଉଦବୋଧନ ~ ଲେଖା: ଅମୃତେଶ ଖଟୁଆ ସ୍ଵଭାବକବି ଗଙ୍ଗାଧର ମେହେର ନିଜ ମଧ୍ୟରେ ଜଣେ ଐଶୀପ୍ରେରଣାର ସ୍ଵତଃ ନିଃସୃତ ହୋଇଥିବା ଉତ୍ସ ସଦୃଶ ଅନିବାର ଓଡ଼ିଆ ସାହିତ୍ୟର ବିଭୋର ସାଗରରେ ଅବଗାହନ କରି ସେ ସଂଗ୍ରହ କରି ଆମ୍ଭମାନଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି ଅସଂଖ୍ୟ ଚରିତ୍ରମାନଙ୍କ ରୂପରେ ଆମ ଜାତୀୟ ଐଶ୍ଵର୍ଯ୍ୟ । ସର୍ବଦା…

~ ଶ୍ରୀବତ୍ସ ପଣ୍ଡା ~ ଲେଖା: ଅମୃତେଶ ଖଟୁଆ “ଅଜ୍ଞ ସାଧାରଣ ନିନ୍ଦାକୁ ନ ଡ଼ରି, ପାଆନ୍ତୁ ସଂସ୍କାର କରି ସତ୍ବର, କେହି ମୂଢ଼ମତି କଲେ ହେଁ ଆପତ୍ତି ଅବଶ୍ୟ ସହାୟ ହେବେ ଈଶ୍ୱର।” ସେଦିନ ମହୋଦୟ ଆନ୍ଧ୍ରପ୍ରଦେଶର ସବରେଜିଷ୍ଟ୍ରାର ଥିବାବେଳେ ସେଠି ଜଣେ ଉତ୍କଳୀୟ ବ୍ରାହ୍ମଣ ବାଳବିଧବାର ପୁନର୍ବିବାହ କରାଇଥିଲେ । ଏଥି ସକାଶେ…

~ ବାସୁଦେବ ସୁଢ଼ଳଦେବ ~ ଲେଖା: ନିରଞ୍ଜନ ସାହୁ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ, କିଏ ଛଳକପଟରେ, ଆଉ କିଏ ବା ବିଧିପ୍ରେରିତ ! ବାମଣ୍ଡା ରାଜା ବ୍ରଜସୁନ୍ଦର ଦେଵ ଥିଲେ ଅପୁତ୍ରିକ। ତେଣୁ ଗ୍ରହଣ କରିନେଲେ ବାସୁଦେବଙ୍କୁ ପୋଷ୍ୟପୁତ୍ର ଭାବରେ ସାନଭାଇ ହରିହର ବଡ଼କୁଅଁରଙ୍କ ଠାରୁ ।…

~ ପ୍ରାଚୀ ଅଧିତ୍ୟକାରେ ଶିଶିରାବସର: ନିଆଳି ମାଧବ ~ ଲେଖା: ଅମୃତେଶ ଖଟୁଆ ସେଦିନ ପ୍ରଥମାଷ୍ଟମୀ । ମଗୁଶିର ବାର ପାହାନ୍ତି କାଳ ଆଗତ । ଶୀତାଭ ଋତୁର ଶ୍ୟାମାୟିତ ସ୍ପର୍ଶ ତଳେ ଖରାର କୋପ ଅନୁଭବଯୋଗ୍ୟ ମନେ ହୁଏନାହିଁ । ସେ ଯେ କାକର ଭିଜା ହରିତ ପଲ୍ଲବଦୋଳରେ ଆପଣା ବିଚ୍ଛୁରିତ ଶୋଭାକୁ ଲୋଟାଇ…

ଲେଖା: ତେଜସ୍ବ ତ୍ରିପାଠୀ ~ ବାରବାଟୀ ~ “ବାରବାଟୀ” ଏ ନାମ ହିଁ ଯଥେଷ୍ଟ l ଏ ନାମ ନିଜେ ହିଁ ନିଜର ପରିଚୟ l ଏ ନାମ ଉଚ୍ଚାରଣ ମାତ୍ରେ ପ୍ରତି ଉତ୍କଳୀୟ ଧମନୀର ପ୍ରତି ରକ୍ତ ବିନ୍ଦୁରେ ଦେଶପ୍ରୀତି ଜାଗ୍ରତ ହୁଏ l ଆଉ ଶତ୍ରୁ ବୁକୁରେ ଖେଳିଯାଏ ଅଜଣା ଭୟର ଆତଙ୍କ…