Physical Address
Sai Samarpanam, Satya Vihar, Bhubaneswar

ଲେଖା: ନିରଞ୍ଜନ ସାହୁ “ଓଡ଼ିଆ ଏକ ସ୍ଵୀକୃତ ପ୍ରାଚୀନ ଭାଷା । ମୁଁ ଓଡ଼ିଆ। ମୋ ଭାଷା ଓଡ଼ିଆ।ମୋର ଓଡ଼ିଆ ଜିଭକୁ କାଟି ଦେବାର ଅଧିକାର ଏଠାରେ କୌଣସି ମାନ୍ୟବର ସଭ୍ୟଙ୍କର ନାହିଁ”। ଏହା ଥିଲା ୧୯୨୧ ମସିହାରେ ଜଣେ ପ୍ରଥିତଯଶା, କିମ୍ବଦନ୍ତୀ ପୁରୁଷ, ସ୍ଵାଭିମାନୀ ଓଡ଼ିଆର ଦୃଢ଼ୋକ୍ତି ଏବଂ ସାରଗର୍ଭକ ଭାଷଣର କିୟଦଂଶ, ‘ବିହାର…

~ ‘ପୁରୀ ସିଂହ’ ଜଗବନ୍ଧୁ ସିଂହ ~ ଲେଖା: ଅମୃତେଶ ଖଟୁଆ “ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ, ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ। ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ, ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।” ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ଲେଖା: ନିରଞ୍ଜନ ସାହୁ ୧୯୧୨ ମସିହାର କଥା । ଗୋଟିଏ ଓଡ଼ିଆ ପିଲା କଲିକତା ବିଶ୍ୱବିଦ୍ୟାଳୟରେ ସମସ୍ତ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ସଂସ୍କୃତ ଭାଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଓ ବଙ୍ଗଳାର ଶିକ୍ଷିତ ମହଲରେ ଚହଳ ସୃଷ୍ଟି କରିଦେଲେ । ତାହାର କାରଣ ଓଡ଼ିଶାରେ ଶିକ୍ଷିତ ସଂଖ୍ୟା କମ ଏବଂ ବଙ୍ଗଳାର ସାଧାରଣ ଲୋକଙ୍କ…

~ ନିମାଇଁ ଚରଣ ~ ଲେଖା: ଅମୃତେଶ ଖଟୁଆ “ଚକାଡୋଳା କିମ୍ପା ଡକା, କିମ୍ପା ଡକା ନ ଶୁଣ… ଡକାବଜା ପ୍ରଭୁ ଥକା ହୋଇ ବସି ବିକଶିଲ ତୁମ୍ଭେ ଏ କେଉଁ ଗୁଣ।” ସୁରମାଧୁରୀର ପଟାନ୍ତର ଏକ ହିଁ ଜଗନ୍ନାଥ… ବିଦଗ୍ଧକବି ଅଭିମନ୍ୟୁ ମଧ୍ୟ ଏହିପରି ମାନପୂର୍ବକ ଥର କହି ଦେଇଥିଲେ – “ଦୁଃଖୀ ଜଣାଇଲେ…

ଲେଖା: ନିରଞ୍ଜନ ସାହୁ ସାର୍ ବାସୁଦେବ ସୁଢଳଦେବ ! ପବିତ୍ରକୀର୍ତ୍ତି ଶ୍ରୀଯୁକ୍ତ ବାମଣ୍ଡାଧିପ ବାସୁଦେବ ସୁଢଳଦେବ ମହୋଦୟ ଶ୍ରୀ କରକମଳେଷୁ ସବିନୟ ନିବେଦନମିଦଂ ! ଶ୍ରୀମନ୍ ମହାରାଜ ! ପରସ୍ପର ବିରୋଧୀ ଶ୍ରୀ, ସରସ୍ଵତୀ ଏବଂ ବିନୟ ଆପଣଙ୍କଠାରେ ଏକତ୍ରାବସ୍ଥିତ ହୋଇ ପରସ୍ପରର ଶୋଭା ବୃଦ୍ଧି କରୁଅଛନ୍ତି, ଏହା ସମସ୍ତେ ଏକବାକ୍ୟରେ ସ୍ଵୀକାର କରନ୍ତି। ବିଶେଷତଃ…

~ ନାଟ୍ୟକାର ରତ୍ନାକର ଚଇନି ~ ଲେଖା: ଅମୃତେଶ ଖଟୁଆ କଟକ ଜିଲ୍ଲାର ସାଲେପୁରର ସରେଇ ଠାରେ ୧୯୪୫ ମସିହା ୨୫ ଅଗଷ୍ଟ ଗଣେଶ ଚତୁର୍ଥୀ ତିଥିରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ସାହିତ୍ୟ ସଙ୍ଗଠକ ଓ ନାଟ୍ୟକାର ରତ୍ନାକର ଚଇନି। ସମକାଳୀନ ସାହିତ୍ୟ ସଂରଚନାରେ ନବନାଟ୍ୟ ଆନ୍ଦୋଳନ ମଧ୍ୟରେ ‘ଉଦ୍ଭଟ ନାଟ୍ୟ ପରମ୍ପରା’ ବିଶ୍ଳେଷଣ ତଥା…

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ, ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ,…

ଲେଖା: ଦେଵ ତ୍ରିପାଠୀ ଥିଲେ ଜଣେ ମଠମହନ୍ତ । ସେ ମଠର ବହଳ ଚାରିକାନ୍ଥ ଭେଦି ତାଙ୍କ ମନପ୍ରାଣକୁ ଭେଦୁଥିଲା ବିକଳ ଡାକ ! ସେଇ ମାଟିର ଡ଼ାକ, ମାଟିମା’ର ଡାକ ! ତାଙ୍କ କାନରେ ବାଜୁଥିଲା ଭାଷାଜନନୀର ବିକଳ କାନ୍ଦଣା । ବିଦେଶୀ ହିନ୍ଦୀଭାଷାର ପ୍ରଚଣ୍ଡ ଆଘାତରେ କ୍ଷତାକ୍ତ ଜନନୀର ଯନ୍ତ୍ରଣାକୁ ଅନୁଭବ କରୁଥିଲେ…

ସମଗ୍ର ଓଡ଼ିଶାରେ ପ୍ରଥମ ଓ ବୋଧହୁଏ ଏକମାତ୍ର କବି ଯେ ସ୍ଵଲିଖିତ କବିତା ପରବର୍ତ୍ତୀ ସମୟରେ ନିଜେ ହିଁ ମହାବିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ି ପରୀକ୍ଷା ଦେବାର ସୌଭାଗ୍ୟ ପାଇଥିଲେ । ସେ ଆମ ଉତ୍କଳ ମାଟିର ରତ୍ନ ମହାନ କବି ରାଧାମୋହନ ଗଡ଼ନାୟକ !