Search Results for ଉତ୍କଳ ସାହିତ୍ୟ

 ରଥିପୁର ଗଡ଼

ଲେଖା: ଦେଵ ତ୍ରିପାଠୀ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରଥିପୁର ଗଡ଼ । ଗଙ୍ଗ ଓ ଗଜପତି ରାଜତ୍ୱର ଗୌରବମୟ ଇତିହାସ ବିସ୍ମୃତି ଗର୍ଭରେ ଲୀନ ହୋଇଯାଇଥିଲେ ମଧ୍ୟ ଓଡ଼ିଶାର ବିଶାଳ ଭୂଖଣ୍ଡ ଏବେ ବି ଅନେକ ପୁରାତନ ଗଡ଼ ଓ କଟକମାନଙ୍କୁ ଧାରଣ କରି ପ୍ରାଚୀନ ଉତ୍କଳୀୟମାନଙ୍କ ବୀରତ୍ୱର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଗଜପତି…

ମହିମା ଧର୍ମ

~ ମହିମା ଧର୍ମ ~ ଉପସ୍ଥାପନା: ଅମୃତେଶ ଖଟୁଆ “ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ। କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।” ( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ ) “ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ…

ଶ୍ରୀବତ୍ସ ପଣ୍ଡା 

ଲେଖା: ଦେଵ ତ୍ରିପାଠୀ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଆମ ରାଜ୍ୟର ଜାତୀୟ ଜୀବନରେ ସମାଜସଂସ୍କାର, ଅସ୍ପୃଶ୍ୟତା ନିବାରଣ, ନାରୀଶିକ୍ଷା, ଓଡ଼ିଆ ଭାଷାର ସୁରକ୍ଷା, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଆନ୍ଦୋଳନ, ସାହିତ୍ୟ ସୃଷ୍ଟି, ଗୋରକ୍ଷା, ଧର୍ମସଂସ୍କାର କ୍ଷେତ୍ରରେ ସାହସିକ ପଦକ୍ଷେପ ନେଇ ଇତିହାସ ରଚିଥିଲେ ସେ ! କେବଳ ଓଡ଼ିଶା ନୁହେଁ, ଭାରତଭୂଖଣ୍ଡର ସେ ଥିଲେ…

ଦିନନାଥ ପାଠୀ

ଲେଖା: ଦେବ ତ୍ରିପାଠୀ ଦିଗନ୍ତ ବିସ୍ତାରି ପାହାଡ଼ର ପହଣ୍ଡି ‘ଦିଗପହଣ୍ଡି’ । ଦିଗ ଓ ପୁଦିଆ ସର୍ଦ୍ଦାରଙ୍କ କିମ୍ବଦନ୍ତୀର ଗାଁ ଦିଗପହଣ୍ଡି । ଭୀମସେନ ପାଣିଗ୍ରାହୀଙ୍କ ‘ଖେମୁଣ୍ଡି ଇତିହାସ’ (୧୯୦୯) ବିବର୍ତ୍ତିତ ଇତିହାସର ସ୍ବାକ୍ଷର ବହନ କରେ ଦିଗପହଣ୍ଡି । ଢୁମ୍ପା, କଳାସଂସ୍କୃତି, ସାହିତ୍ୟ, ଗଡ଼ଜାତୀୟ ଇତିହାସ ଓ ଐତିହ୍ୟ ସୁରଭିତ ଦିଗପହଣ୍ଡି ମାଟି ମଧ୍ୟ…

ଶିଳାହସ୍ତୀ

ଲେଖା: ଦେବ ତ୍ରିପାଠୀ   ଏକଦା କଳିଙ୍ଗ ଥିଲା ରାଜା-ମହାରାଜାଙ୍କ ଗୌରବମଣ୍ଡିତ ଚାରୁକଳାର ରାଜ୍ୟ । ବିଶାଳ ଓ କୃଷ୍ଣକାୟ ହସ୍ତୀ ପାଇଁ ପ୍ରସିଦ୍ଧ ଏଇ ରାଜ୍ୟରେ ରାଜା ହସ୍ତୀପୃଷ୍ଠରେ ବସି ପାରିଧି କରିବା ଥିଲା ପରମ୍ପରା । କଳିଙ୍ଗର ଅରଣ୍ୟ ଥିଲା ବିଶାଳକାୟ ଦନ୍ତୀ (ମାଈ ଦନ୍ତାହାତୀ) ପାଇଁ ପ୍ରସିଦ୍ଧ । ଉତ୍କଳୀୟ ଧର୍ମ,…

ମାତୃଭାଷା

ଲେଖା: ସୁବ୍ରତ କୁମାର ନାୟକ ପ୍ରତି ମଣିଷ ନୂଆକରି ପୃଥିବୀକୁ ଅତିଥି ହୋଇ ଆସିଥିବା ସମୟରେ ତା’ର ପ୍ରଥମ ଶିକ୍ଷକ ମା’। ମା’ର ଭାଷା ମାତୃଭାଷା। ସମସ୍ତଙ୍କ ପରିଚୟର ମୂଳ ଯଦି ଖୋଜାଯାଏ, ତା’ର ମାତୃଭାଷାରେ ହିଁ ତା’ର ପରିଚୟ ମିଳିଯାଇଥାଏ। ମାତୃଭୂମି ପରି ମାତୃଭାଷା ପାଇଁ ମଧ୍ୟ ଏ ବିଶ୍ୱ ଅନେକ ଲଢ଼େଇ ମଧ୍ୟ…

ବୋଇତବନ୍ଦାଣ

ଲେଖା: ସୁଚେତା ପ୍ରଧାନ ଚନ୍ଦ୍ରାକିତ ରଜନୀ। କୁହୁଡିର ମଳିନ ଆସ୍ତରଣ ତଳେ ରୂପେଲି ଜ୍ୟୋତ୍ସ୍ନା ସୃଷ୍ଟି କରୁଥାଏ ଏକ ଅପରୂପ ମାୟା। ରାତି ପାହିଲେ ମହା କାର୍ତ୍ତିକର ମହା ପୂର୍ଣ୍ଣିମା। ରାତି ପାହିବାକୁ ତର ସହେନି। ଶିଶିର ସ୍ନାତ ପାହାନ୍ତି ପ୍ରହର ପୂର୍ବରୁ ଓଡିଶାର ଘରେ ଘରେ ଚହଳ। ବୋଇତ ବନ୍ଦାଣର ବେଳା। ଭଳିକି ଭଳି…

ନୀଳମଣି ବିଦ୍ୟାରତ୍ନ

ବଙ୍ଗଳା, ବିହାର ଓ ତେଲେଙ୍ଗାମାନଙ୍କର ଓଡ଼ିଆ ଭାଷା ପ୍ରତି ଯେଉଁ ଅସୂୟା ଭାବ ଥିଲା, ତାହାକୁ ସେମାନଙ୍କ ଆଗରେ ବୀରଦର୍ପରେ ବଖାଣିବା ନିମନ୍ତେ ସେ ଓଡ଼ିଆ ଭାଷାର ସ୍ଥାୟିତ୍ୱ ଓ ଅବିନଶ୍ୱର ରୂପକୁ ପ୍ରତିଷ୍ଠିତ କରାଇଥିଲେ । ଏଇ ମାଟିର ଭାଷା ବଦଳରେ ସମ୍ବଲପୁରରେ ହିନ୍ଦୀଭାଷା ଏବଂ ଗଞ୍ଜାମରେ ତେଲୁଗୁଭାଷା ପ୍ରୟୋଗର ଘୋର ବିରୋଧ ତଥା ପତ୍ରିକା ମାଧ୍ୟମରେ ସଂଗ୍ରାମର ବାର୍ତ୍ତାପ୍ରେରଣ କରି ସେ ମଧ୍ୟ ଆକ୍ରୋଶର ଶିକାର ହୋଇଥିଲେ ହୀନମନା ହିନ୍ଦୀଭାଷୀ ଓ ତେଲେଙ୍ଗାମାନଙ୍କର । କେବଳ ଦେଶଗଠନ ପାଇଁ ଯେ ତାଙ୍କର ଭୂମିକା ଥିଲା ଗୁରୁତ୍ଵପୂର୍ଣ୍ଣ ତାହା ନୁହେଁ, ବ୍ରିଟିଶ ସରକାର ବିରୋଧରେ ପତ୍ରିକା ମାଧ୍ୟମରେ ରଣହୁଙ୍କାର ଦେଇ ଓ ଜନଜାଗରଣ ସୃଷ୍ଟି କରି ସେ ବ୍ରିଟିଶ ସରକାରର ବନିଯାଇଥିଲେ ମହାଶତ୍ରୁ . .

ଭୁବନେଶ୍ୱର ବେହେରା

ଇତିହାସର ବହୁ ଚର୍ଚ୍ଚିତ ମହାତ୍ମା ଅବା ମହାନାୟକ ମାନଙ୍କୁ ମନେପକାଇବା ବେଳେ ଅନ୍ତରାଳେ ରହିଯାଏ ଭାରତୀୟ ସ୍ବାଧୀନତା ସଂଗ୍ରାମର କେତେ କେତେ ଅକୁହା କାହାଣୀ, ଦୁର୍ଗମ ପାହାଡ଼ ଜଙ୍ଗଲ ଘେରା ଶ୍ଵାପଦସଙ୍କୁଳ ରାସ୍ତାରେ ରାଷ୍ଟ୍ରୀୟ ଜୀବନ ଆଡ଼କୁ ଏହି ଅଳ୍ପଜ୍ଞାତ ମୁକ୍ତିସଂଗ୍ରାମର ସେତୁ ଯୋଡିଥିବା ନାୟକମାନଙ୍କ କାହାଣୀ ଓ ଗାଥା । ଆମେ ଭୁଲିଯାଉ ସେହି ବୀରପୁରୁଷଙ୍କ ଆତ୍ମୋତ୍ସର୍ଗ ଓ ଆହୂତିର ଅଭୁଲା ଆଲେଖ୍ୟ !