Physical Address
Sai Samarpanam, Satya Vihar, Bhubaneswar

ସଂସାର ଅଳିକ । ସାରା ଜଗତ ମିଥ୍ୟା, ସମସ୍ତ ଜାଗତିକ ପଦାର୍ଥ ଅନିତ୍ୟ। ଜୀବନ ଯୌବନ କ୍ଷଣସ୍ଥାୟୀ । ଘୋର ଜଞ୍ଜାଳମୟ ଏ ଭବସାଗର। ଚଉରାଅଶୀ ଆଙ୍ଗୁଳ ଚର୍ମ ଘେରି ରହିଥିବା ଏ ଦେହ ଭିତରଟା ନାରଖାର। ଧନ ସମ୍ପତ୍ତି ମୂଲ୍ୟହୀନ, କିନ୍ତୁ ଘୋର ଆସକ୍ତି ମଣିଷର ଏଇଥିପାଇଁ । ଏହାହିଁ ଚିରନ୍ତନ ସତ୍ୟ ! ଏସବୁକୁ ଭଲ ଭାବରେ ହୃଦୟଙ୍ଗମ କରି ଜୀବନ ପ୍ରତି ଅନାସକ୍ତ ଭାବ ଉଦ୍ଦ୍ରେକ ହୋଇଥିଲା ଜଣେ ମହାନ୍ ଓଡ଼ିଆ କବିଙ୍କର . .

ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ଶେଷ ତୃତୀୟାଂଶ ଓଡ଼ିଶାର ଜାତୀୟ ଜୀବନ ପକ୍ଷରେ ଏକ ନବଜାଗରଣର କାଳ । ନଅଙ୍କ ଦୁର୍ଭିକ୍ଷର ଆଘାତ, ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାର ନବବାଣୀ ନିହିତ ପ୍ରେରଣା ଜାତିର ଯୁଗବ୍ୟାପୀ ସୁଷୁପ୍ତି, ନିଷ୍କ୍ରିୟତା, ସ୍ୱାର୍ଥପରତା ଭାଂଗି ଦେଇ ଏହାକୁ ଆତ୍ମସଚେତନ ଓ କର୍ମତପ୍ତର କରିଥିଲା ।ଅତଏବ ସମାଜ ନିମନ୍ତେ…

ମାଟି ସହିତ ମାଟି ହୋଇ ଜୀଉଁଥିବା ଶ୍ରୀଅକ୍ଷର ବିବର୍ଜିତ ସେଇ ଯୁବକଟି ଦିନେ ଓଡ଼ିଆ ଭାଷା ସାହିତ୍ୟର ସ୍ବର୍ଣ୍ଣମୟ ସୌଭାଗ୍ୟକୁ ଡାକିଆଣିଲା; ଆଉ ସମଗ୍ର ଓଡ଼ିଆଜାତିର ପ୍ରତିନିଧିରୂପେ ଜଣେ ସେଇ ଜ୍ଞାନୀ, ସନ୍ଥ, ତତ୍ତ୍ଵଦର୍ଶୀ ଯୁବକବିର ସୃଜନୀ ପ୍ରତିଭା ହେଲା ଅନୁପ୍ରାଣିତ . .

ବିଶ୍ୱଭ୍ରାତୃପ୍ରେମର ଜୁଆର ତୋଳୁଥିବା ସେଇ ମହାନ କବିଙ୍କ କବିତାରେ ଛନ୍ଦର ଲାଳିତ୍ୟ, ମଧୁର ପଙ୍କ୍ତି, ପ୍ରକୃତିର ନୈସର୍ଗିକ ଶୋଭାବର୍ଣ୍ଣନା ଓ ଧ୍ୱନିରେ ସଙ୍ଗୀତର ସୁର ତାଙ୍କୁ ସ୍ୱଭାବକବିର ମାନ୍ୟତା ପ୍ରଦାନ କରିଆସିଛି I କେତେବେଳେ ସେ ଲେଖିଛନ୍ତି ପ୍ରଣୟର ବଲ୍ଲରୀ, ପୁଣି କେବେ ସରଳ ଗ୍ରାମ୍ୟ ଚିତ୍ରର ଲୋଟଣି ତାଙ୍କ କବିତାର କଲ୍ଲୋଳ I କେବେ ରାଧାନାଥ ଯୁଗୀୟ ପ୍ରକୃତି ବର୍ଣ୍ଣନା ତ କେବେ ପୁଣି ଭଗବତ ଭାବନାର ସମନ୍ୱୟ, କେବେ ପୁଣି ପୁରାତନ ଯୁଗୀୟ ଛନ୍ଦରେ ଛନ୍ଦମୟ, କେବେ ବିଶ୍ୱଭ୍ରାତୃପ୍ରେମର ଧାରା ତାଙ୍କ କବିତାର ଆଦର୍ଶ . .

ଲେଖା: ନିରଞ୍ଜନ ସାହୁ “ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦଣ୍ଡେ ଦିଅ ଟାଳି। ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି, ହେ କୃପାନିଧି।” ଭଗବାନଙ୍କ ପକ୍ଷପାତିତା ବିରୁଦ୍ଧରେ ଏକ ଭକ୍ତିପ୍ରାଣ ହୃଦୟରେ ଉଦବେଳନ ! ଜଗନ୍ନାଥଙ୍କୁ ଗାଳି ଦେଇ ନିଜ ମନୋରଥ ଭରତି କରିଥିବା ଭକ୍ତକବି ଜଣେ…

ଲେଖା: ଦେଵ ତ୍ରିପାଠୀ ଦିନ ପରେ ଦିନ, ମାସ ପରେ ମାସ, ଋତୁ ପରେ ଋତୁ, ବର୍ଷ ପରେ ବର୍ଷ ଯାଉଛି, କିନ୍ତୁ ଉତ୍କଳ ଜନନୀଙ୍କ ଦୁଃଖରେ କ’ଣ ଯବନିକା ପଡ଼ିବ ନାହିଁ ? ଦେଶମାତୃକାର ଅବସ୍ଥାରେ କ’ଣ ପରିବର୍ତ୍ତନ ଘଟିବ ନାହିଁ ? ଉନ୍ନତିର ସମ୍ଭାବନା ସୁଦୂର ପରାହତ । ସେଥିପାଇଁ କବି ବୁଝିଛନ୍ତି,…

ଲେଖା: ଦେଵ ତ୍ରିପାଠୀ “ଛି ଛି ମଦ ପିଇବି ନାହିଁ ଲୋ କଳାପାଣି ପରି ଦିଶେ, ସେଇ କଳାପାଣି ପେଟରେ ପଡ଼ିଲେ ଚଉଦ ଭୂବନ ଦିଶେ” ଏପରି ସୁଲଳିତ ଓ ବୋଧଗମ୍ୟ ପଦାବଳୀକୁ ନାଟକୀୟ ଅଭିନୟ ମାଧ୍ୟମରେ ସମାଜରେ ନିଶାନିବାରଣ ତଥା ଛୁଆଁଅଛୁଆଁ ଭଳି ସାମାଜିକ କୁସଂସ୍କାର, ଇଂରେଜ ଶାସନର ଅତ୍ୟାଚାର, ମାଦକ ବର୍ଜନ, ଓଡ଼ିଆଙ୍କ…

ଲେଖା: ଦେଵ ତ୍ରିପାଠୀ “ଭଲ କରି ନାଆ ବୁହାରେ ନାଉରୀ ଝିଅକୁ ମାଡ଼ୁଛି ଡ଼ର, ଏତେ କାଳେ ଜାଇ ନାଆରେ ବସୁଛି ଯିବ ବୋଲି ଶାଶୁଘର II” ଆଦ୍ୟ କୈଶୋର ସମୟକୁ ଫେରାଇ ନେଉଥିବା ଏପରି ମରମଛୁଆଁ ପଦାବଳୀ ତଥା ଓଡ଼ିଆ ସାହିତ୍ୟର ପ୍ରଥମ କ୍ଲାସିକ ସ୍ତରୀୟ ଗାଥାକବିତା “କାଳିଜାଇ”ର ରଚୟିତା, ସତ୍ୟବାଦୀ ବକୁଳ ବନର…

ଲେଖା: ଦେଵ ତ୍ରିପାଠୀ ଏକବିଂଶ ଶତାବ୍ଦୀରେ “ଆମେ ଓଡ଼ିଆ, ଆମ ଭାଷା ଓଡ଼ିଆ ଏବଂ ଆମ ରାଜ୍ୟ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ” ବୋଲି ଆମେ ଆଜି କେଡେ ଗର୍ବିତ, ଗୌରବମଣ୍ଡିତ, ତେବେ ଏହା ପଛରେ ରହିଛି ବହୁ ଦେଶପ୍ରେମୀ, ଭାଷାପ୍ରେମୀ ମନିଷୀମାନଙ୍କ ନିରବଚ୍ଛିନ୍ନ ତ୍ୟାଗ ଓ ପ୍ରଚେଷ୍ଟା । ଉନ୍ନବିଂଶ ଶତାବ୍ଦୀରେ ଓଡ଼ିଆ ଭାଷାର ସୁରକ୍ଷା,…

ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି 'ନୀଳକଣ୍ଠ' ବନିଯିବ -- ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .