Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
~ ଋକ୍ମିଣୀ ବିଭା ~
ସୌରଭିତ ସୃଷ୍ଟି: କବି କାର୍ତ୍ତିକ ଦାସ
ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ନିଦର୍ଶନ, କାର୍ତ୍ତିକ ଦାସଙ୍କ ରଚିତ ‘ଋକ୍ମିଣୀ ବିଭା’ କାବ୍ୟର ପ୍ରଥମ ଛାନ୍ଦ ଏଠାରେ ଉଲ୍ଲେଖ କରୁଅଛି। ଏଥି ସହ ଦେଉଛୁ କାର୍ତ୍ତିକ ଦାସଙ୍କ ସମ୍ବନ୍ଧରେ କିଛି ପରିଚୟ ।
~ କବି ପରିଚୟ ~
ସରଳ ଓଡ଼ିଆ ଭାଷାରେ ଛନ୍ଦ ବ୍ୟବହାର କରୁଥିବା ଅନ୍ୟତମ ରୀତିକାଳୀନ କବି। ‘ରାମ-ରାବଣ ଯୁଦ୍ଧ’, ‘ନବାନୁରାଗ’, ‘ଋକ୍ମିଣୀ ହରଣ’। ହେଲେ, ମଧ୍ୟ ଭାଷାର ନିରଳଙ୍କୃତ ଶୈଳୀକୁ ଗବେଷକମାନେ ‘ରାମ-ରାବଣ ଯୁଦ୍ଧ’କୁ ତାଙ୍କର ପ୍ରଥମ କାବ୍ୟ ରୂପେ ହଣ କରିଛନ୍ତି। ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି, ‘ଋକ୍ମିଣୀ ବିଭା‘ର ରଚନା କାଳକୁ ଭଞ୍ଜଙ୍କ ପୂର୍ବତନ ବୋଲି ଅନୁମିତ କରିଅଛନ୍ତି। ରଣ ଭଞ୍ଜଯୁଗୀୟ ଶବ୍ଦାବଳୀରେ କାର୍ତ୍ତିକ ଦାସଙ୍କ ଦ୍ଵାରା ବ୍ୟବହୃତ କିଛି ଶବ୍ଦ ପ୍ରୟୋଗ (ପଞ୍ଚଶ, ତହୁଣ, ସୀତୟା, ବ୍ରାହ୍ମଣନ୍ତ, ଅଷ୍ଟମଲ୍ଲନ୍ତ, କିଛୁଦିନ, ବିଘ୍ନମାନନ୍ତ, ଯିସ ଯିସ, ଶୁଣିତେ, ଗାବନ୍ତି, ଅମଲାଣ ପ୍ରଭୃତି) ହେଇନଥିବାର ପରିଲକ୍ଷିତ କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଇଥିବା ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି। ଏଣୁ ଶିଶୁ ଶଙ୍କର ଦାସ, ଦେବଦୁର୍ଲ୍ଲଭ ଦାସଙ୍କ ସମକାଳୀନ ବୋଲି ବିବେଚିତ ହେବା ସହ ୧୫୫୫ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର କବି ହେଉଛନ୍ତି କାର୍ତ୍ତିକ ଦାସ।