Our Action

ପୁରାତନ ମଧୁସୂଦନ ପାଠାଗାରର ପୁନରୁଦ୍ଧାର

~ ପୁରାତନ ମଧୁସୂଦନ ପାଠାଗାରର ପୁନରୁଦ୍ଧାର ~

୦୫ ସେପ୍ଟେମ୍ବର ୨୦୨୫:  ଯାଜପୁର ଜିଲ୍ଲାର ଐତିହାସିକ ସଂସ୍କୃତିସମ୍ପନ୍ନ କଲଣ ଗାଁ ପାଇଁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଗ୍ରାମରେ ବହୁ ପ୍ରତିକ୍ଷୀତ ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚର ଉଦଘାଟନ ସହିତ ଦୀର୍ଘ ୧୯୫୫ ମସିହାରେ ସ୍ଥାପିତ ଐତିହାସିକ ମଧୁସୂଦନ ପାଠାଗାରର ପୁନର୍ନିର୍ମାଣ କରାଯାଇଥିଲା।

ଏକ ମନୋଜ୍ଞ ପରିବେଶରେ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ସହଭାଗିତା ଓ ସହାୟତାରେ ପୁନଃ ସ୍ଥାପିତ ମଧୁସୂଦନ ପାଠାଗାରକୁ ସ୍ଥାନୀୟ ସମାଜସେବୀ ଶ୍ରୀମତି ମିନତି ସାହୁ ଏବଂ ଅଞ୍ଚଳର ବିଶିଷ୍ଟ ବୁଦ୍ଧିଜୀବୀ ତଥା ଶିକ୍ଷାବିତ ବିଦ୍ୟାଧର ସାହୁ ଉଦଘାଟନ କରିଥିଲେ । ପ୍ରଥମେ ଗ୍ରାମ ମଧ୍ୟସ୍ଥ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶ୍ରୀମତି ସାହୁଙ୍କ ସମେତ ଅନ୍ୟାନ୍ୟ ଅତିଥି ଏବଂ ଗ୍ରାମର ବରିଷ୍ଠ ନାଗରିକ ମାନଙ୍କୁ ସ୍ବାଗତ କରାଯାଇଥିଲା । ମଧୁବାବୁ ଓ ଜଗନ୍ନାଥଙ୍କୁ ପୁଷ୍ପାର୍ଘ୍ୟ ଅର୍ପଣ ପରେ ଫାଉଣ୍ଡେସନ ତରଫରୁ ପାଠାଗାରକୁ ଯୋଗାଇ ଦିଆଯାଇଥିବା ୬୦୦ରୁ ଉର୍ଦ୍ଧ୍ବ ପୁସ୍ତକକୁ ଶ୍ରୀମତି ସାହୁ ଲୋକାର୍ପିତ କରିଥିଲେ ଏବଂ ମଧୁପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ବେଦପାଠ ମଧ୍ୟରେ କାର୍ଯ୍ୟକ୍ରମର ଆରମ୍ଭ ପରେ ମହାବିଦ୍ୟାଳୟର ଛାତ୍ରୀଙ୍କ ଦ୍ଵାରା ଅତିଥି ଏବଂ ବରିଷ୍ଠ ନାଗରିକମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇଥିଲା । ଗ୍ରାମର ସମାଜସେବୀ ପୁରୁଷୋତ୍ତମ ଖୁଣ୍ଟିଆ ଏବଂ ଫାଉଣ୍ଡେସନର ସଦସ୍ୟ ଡ. ସତ୍ୟପ୍ରିୟ ସାହୁଙ୍କ ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତି ସାହୁ ବରିଷ୍ଠ ନାଗରିକ ମଞ୍ଚକୁ ଆନ୍ତରିକ ଶୁଭେଛା ଜ୍ଞାପନ ସହିତ ପାଠାଗାରର ପୁନରୁଦ୍ଧାର ନିମନ୍ତେ ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ପୁରୋଧା ନିରଞ୍ଜନ ସାହୁ ୭୦ ବର୍ଷ ତଳର ମଧୁସୂଦନ ପାଠାଗାର ନିର୍ମାଣ ପଛରେ ଥିବା ସଂସ୍ଥାପକ ମାନଙ୍କ ତ୍ୟାଗ ଓ ସାହସର କଥା ବର୍ଣ୍ଣନା କରିବା ସହିତ ସ୍ବର୍ଗତ ଚକ୍ରଧର ସାମଲ ଏବଂ ସ୍ବର୍ଗତ କୃଷ୍ଣଚନ୍ଦ୍ର ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଆଗାମୀ ଦିନରେ ପାଠାଗାରକୁ ଡିଜିଟାଲ ପାଠାଗାରରେ ପରିଣତ କରିବା ସହିତ କଲଣ ଗାଁରେ ଦୀର୍ଘ ଦିନ ଧରି ଜାତୀୟ ଚେତନାର ଉଦ୍ରେକ କରି ଆସୁଥିବା ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ କଲଣ ଗାଁକୁ ଏକ ସାରସ୍ବତ ଓ ସାଂସ୍କୃତିକ ପୀଠ ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିବା ବାବଦରେ ଫାଉଣ୍ଡେସନର ଅନ୍ୟତମ ସଦସ୍ୟ ଦେଵ ତ୍ରିପାଠୀ ସୂଚନା ଦେଇଥିଲେ।

ମଞ୍ଚ ତରଫରୁ ମଧୁସୂଦନ ପାଠାଗାରର ଅନ୍ୟତମ ସଂସ୍ଥାପକ ବିଦ୍ୟାଧର ସାହୁ ଏବଂ ବାମନ ଚରଣ ସାହୁଙ୍କ ସମେତ ଅଞ୍ଚଳର ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷକ ଅନନ୍ତ ଚରଣ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ଆଶୀର୍ବାଦ ଭିକ୍ଷା କରାଯାଇଥିଲା ।

ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନର ସକ୍ରିୟ ସଭ୍ୟ ତଥା ବିଶିଷ୍ଟ ସମାଲୋଚକ ଗବେଷକ ଡ. ସନ୍ତୋଷ କୁମାର ମହାପାତ୍ର, କାଳିନ୍ଦୀ ଚରଣ ସାହୁଙ୍କ ରଚିତ ଏକ ପୁସ୍ତକର ଲୋକାର୍ପଣ କରିଥିଲେ । ଫାଉଣ୍ଡେସନର ଅନ୍ୟତମ ସଦସ୍ୟ ଅସୀମ ଅମିତାଭ ଶତପଥୀ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପରେ ପରେ ନିକଟସ୍ଥ ଲିଟିଲ୍ ଟୁଇଙ୍କିଲ ଏକାଡ଼େମୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ତଥା ଗୁରୁପୂଜନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମ୍ପାଦକ ଓ ସହ ସମ୍ପାଦକଙ୍କ ସମେତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ସମ୍ମାନିତ ସାହିତ୍ୟିକ ଡ. ରାଜକିଶୋର ପାଢ଼ୀ, ବିଶିଷ୍ଟ ଗବେଷକ ଡ. ବିଜୟାନନ୍ଦ ସିଂ, ସାହିତ୍ୟିକ, ସମାଜସେବୀ ଡ. ରୁଦ୍ର ପୃଷ୍ଟି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ ତରଫରୁ ଉକ୍ତ ବିଶିଷ୍ଟ ଅତିଥିମାନଙ୍କୁ ମଧୁବାବୁଙ୍କ ଫଟୋଚିତ୍ର ମାନ ପ୍ରଦାନ ପୂର୍ବକ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

ଐତିହାସିକ ମଧୁସୂଦନ ପାଠାଗାରର ପୁନର୍ନିର୍ମାଣ କାର୍ଯ୍ୟ ନିଶ୍ଚିତ ଭାବେ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ, ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ତଥା କଲଣ ଗ୍ରାମବାସୀଙ୍କ ତରଫରୁ ପବିତ୍ର ଗୁରୁଦିବସ ଅବସରରେ ଓଡ଼ିଆଙ୍କ ସର୍ବଜନପ୍ରିୟ ଗୁରୁ ମଧୁବାବୁଙ୍କ ପ୍ରତି ଥିଲା ମଥାନତ ଶ୍ରଦ୍ଧାଞ୍ଜଳି । ରାଜ୍ୟରେ ଜନସାଧାରଣ ପଠନବିମୁଖ ହୋଇ ପଡ଼ୁଥିବା ସମୟରେ ଆଧୁନିକ ପିଢ଼ିକୁ ପଠନମୁଖୀ କରାଇ ଜୀବନରେ ମହତ୍ତର ପ୍ରେରଣା ଲାଭ ଉଦ୍ଦେଶ୍ୟରେ କଲଣ ଗ୍ରାମରେ ପାଠାଗାରର ପୁନରୁଦ୍ଧାର ଏକ ପ୍ରଶଂସନୀୟ ପଦକ୍ଷେପ ନିଶ୍ଚୟ।

ଆଜିର ପବିତ୍ର #ଗୁରୁଦିବସ ଅବସରରେ ଓଡ଼ିଆଙ୍କ ସର୍ବଜନପ୍ରିୟ ଗୁରୁ #ମଧୁବାବୁଙ୍କୁ ମଥାପାତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ନିମନ୍ତେ ଚିରକାଳ ଋଣୀ ରହିବ ଅନ୍ତରଙ୍ଗ କଳିଙ୍ଗ ଫାଉଣ୍ଡେସନ । ଆଶା, #ପଠନ, #ପ୍ରେରଣା#ଜୀବନ ଜୀଇଁବାର କଳାକୁ ଉଜ୍ଜୀବିତ କରିବାରେ ସହାୟକ ହେବ ଏ ପାଠାଗାର
ସାରସ୍ବତ ଓ ସାଂସ୍କୃତିକ #ସ୍ବାଭିମାନର ଏ ଯାତ୍ରା ଚାଲୁରହିବ ନିଶ୍ଚୟ
Reconstruction of the historic Madhusudan Library
Antaranga Kalinga Foundation
Niranjan Sahu
Spread the love
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago