Search Results for ଶାରଳା

ଚନ୍ଦନ ଯାତ୍ରା

ଲେଖା: ଅରବିନ୍ଦ ମହାନ୍ତି ଅକ୍ଷୟ ତୃତୀୟା ଠାରୁ ଶ୍ରୀକ୍ଷେତ୍ର ସହିତେ ଏକାମ୍ରକ୍ଷେତ୍ର, କନକପୁରର ଦେବୀ ଶାରଳାଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନଯାତ୍ରା ପାଳନ କରାଯାଏ । ଏହା ହେଉଛି ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀକ୍ଷେତ୍ରେ ଚନ୍ଦନ ଯାତ୍ରା ଏହା ଅକ୍ଷୟ…

ଶାନ୍ତନୁ କୁମାର ଆଚାର୍ଯ୍ୟ 

ଲେଖା: ଦେଵ ତ୍ରିପାଠୀ ରସାୟନ ବିଜ୍ଞାନର ଅଧ୍ୟାପକ ଭାବରେ ସେ ହୃଦୟଙ୍ଗମ କରିପାରିଥିଲେ ଯେ ଏଇ ବିଜ୍ଞାନର ଉର୍ଦ୍ଧ୍ବରେ ଅନେକ କିଛି ଅଛି ଯାହା ଏହି ବିଜ୍ଞାନ କେବେ ଦେଇପାରିବ ନାହିଁ । ଏଇ ବିଜ୍ଞାନ କେବେ ଆତ୍ମାକୁ ଛୁଇଁ ପାରିବ ନାହିଁ । ଆତ୍ମାକୁ ଛୁଇଁବାର କ୍ଷମତା ଅଛି କେବଳ ସାହିତ୍ୟର ! ତେଣୁ…

ଚନ୍ଦ୍ରଶେଖର ରଥ

ଲେଖା: ଦେଵ ତ୍ରିପାଠୀ ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ଦୀର୍ଘକାୟ ଯୋଦ୍ଧା । ପ୍ରଶାନ୍ତିମୟ ସୈନିକ। କେବେ କେବେ ମନେ ହୁଅନ୍ତି ଦାର୍ଶନିକ । ତାଙ୍କର ପରିଚୟ ବିବିଧ, ପୁନଶ୍ଚ ବିଚିତ୍ର । ଗୋଟିଏ ନଦୀର ଅନେକ ଶାଖା ସେ । ସେ ଓଡ଼ିଆ ସାହିତ୍ୟର ଯଶସ୍ୱୀ କଥାକାର । ‘ରଥସପ୍ତକ’ର ଚନ୍ଦ୍ରଶେଖର ।…

ଚିତ୍ତରଞ୍ଜନ ଦାସ

ଲେଖା: ଦେଵ ତ୍ରିପାଠୀ ସେ ଓଡ଼ିଆ ସାହିତ୍ୟର ‘ବିଶ୍ୱକୁ ଗବାକ୍ଷ’, ‘ଶିଳା ଓ ଶାଳଗ୍ରାମ’ର ମଣିଷ ପ୍ରଫେସର ଚିତ୍ତରଞ୍ଜନ ଦାସ । ଜ୍ଞାନ ଓ ଗାରିମାର ମହାକାଶ। ବିଦ୍ୱାନ ଓ ଦାର୍ଶନିକ । ଦୂରରୁ ଦେଖିଲେ ମନେ ହୁଅନ୍ତି ଜଣେ ତପସ୍ୱୀ । କେବେ କେବେ ଝୀନ ଆଲୋକ ରେଖାରେ ଉଦ୍ଭାସିତ ଜଣେ ଚିନ୍ତାନାୟକ ।…

ରବି ପଟ୍ଟନାୟକ

~ ରବି ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ସଂସ୍କାର ହିଁ ମଣିଷର ସବୁଠୁ ବଡ଼ ଶିକୁଳି। ସେଇ କାରାଗାରରେ ବନ୍ଦୀ ହୋଇ ମଣିଷ ତା’ରି ଅନୁକୂଳ ପରିବେଶରେ ଗଢିଉଠେ। ସେଇ ସାମାଜିକ ଚେତନାର ପରିବେଷ୍ଟନୀରେ ନିଜର ଚରିତ୍ର, ବ୍ୟବହାରର ସଂଜ୍ଞା ନିରୂପଣ କରେ। ସେଥିରୁ ବାହାରିଗଲେ ଭିତରୁ ବାହାରୁ ଚିତ୍କାର କରି ଉଠେ, ‘ଫେରିଯା, ଫେରିଯା – ଏ ଦୋଷ, ଅନ୍ୟାୟ, ପାପ ।’  କେତେ ବିରାଟ, କେତେ ବ୍ୟାପ୍ତ ଏ ମଣିଷ ଜାତି। କିନ୍ତୁ ନିଜର ସ୍ବାର୍ଥ ନେଇ ସେ ନିଜକୁ ସୁହାଇଲା ପରି ସମାଜ ଗଢିଛି ଭିନ୍ନ ଭିନ୍ନ ଜାଗାରେ, ବିଭିନ୍ନ ରୂପ ଦେଇ। ଆଜି ହୁଏତ ମୁଁ ସମାଜ ପାଖରେ ଦୋଷୀ। କିନ୍ତୁ ଯଦି କୌଣସି ୟୁରୋପୀୟ ବା ମୁସଲମାନ ସଂପ୍ରଦାୟର ହୋଇଥାଆନ୍ତି, ମୋ ପାଖରେ ହୁଅନ୍ତା ଏଇଟା ଗୋଟାଏ ସାଧାରଣ ବିଷୟ। ଏଥିପାଇଁ ମୋତେ ଅନୁତାପ କରିବାକୁ ପଡ଼ନ୍ତା ନାହିଁ….  …. ସେଇ ଏକା ମଣିଷ। ଅଥଚ ଖାଲି କେଇଟା ମାଇଲ୍ ବ୍ୟବଧାନ। ….  ଗୋଟିଏ ବାଟ ଛାଡି ଅନ୍ୟ ଗୋଟାଏ, କିନ୍ତୁ, ତା’ରି ଭିତରେ ନୀତି, ବିଚାରର କେଡେ ବଡ଼ ବ୍ୟବଧାନ। ଜଣେ ପ୍ରତିରୋଧ କରେ, ଅନ୍ୟ କହେ ଗ୍ରହଣୀୟ। ଗୋଟିଏ ମଣିଷ ଜାତି, ଅଥଚ ତା’ର ଗୋଟିଏ ନିୟମ ନାହିଁ। ତେଣୁ, ମୁଁ ଯୋଉଟା କରିଛି, ସେଇଟା ମାନବିକତା ଦୃଷ୍ଟିରୁ ଭୁଲ୍ ହେଲେ ମଧ୍ୟ ସମାଜ ଦୃଷ୍ଟିରୁ ଭୁଲ୍ ହେବ କାହିଁକି?” (ଅସାମାଜିକର ଡାଏରୀ) ସ୍ଵୈରତନ୍ତ୍ରିତ ଜଗତ ଓ ମୁକ୍ତବାକ୍ ଅଧରର ଭାଷ୍ୟ – ପୁନଶ୍ଚ କେତୋଟି ପରିବର୍ତ୍ତନ, କେତୋଟି ଅସ୍ତିତ୍ଵର ଘାତସଂଘାତସମ୍ପନ୍ନ ସ୍ଥିତିବାଦ ଆଜି ସମସ୍ତ ସମାଜର ଗୋଟିଏ ଗୋଟିଏ ପୃଥକ୍ ଅଥଚ, ଏକ ଅଭିନ୍ନ ଆକାର ରୂପେ ପ୍ରସରି ଯାଉଛି। ତହିଁ ମଧ୍ୟରୁ ଚରମ ଉତ୍ତାରୁ ସଦ୍ୟତମ ମାନବୀୟ ସମ୍ବେଦନତାର ଉତ୍କୋଚ ଅନ୍ୟତମ! କୌଣସି ବିଦ୍ରୋହ ନଥିଲା, କେବଳ ପରିବର୍ତ୍ତନ! କୌଣସି ଚାକଚାକ୍ଯର ଆଭାସ ମିଳେନା, କେବଳ ଚକ୍ଷୁଷ୍ମାନ କରୁଥିବା ପ୍ରତିଟି ପଲକର ଅବଗାହନ ସେଥିରେ ଅଛି! ଓଡ଼ିଆ ସାହିତ୍ୟ ଜଗତର ଧରାବନ୍ଧା ରୀତିବଦ୍ଧତାକୁ ତ୍ୟାଗପୂର୍ବକ ମଣିଷ ଜୀବନର ସୂକ୍ଷ୍ମ ପରିବର୍ତ୍ତନ ସହ ଓଡ଼ିଶା, ଭାରତବର୍ଷ ସମେତ ସମଗ୍ର ବିଶ୍ଵ ଚେତନାର ଆଧୁନିକତାରେ ଗଢି ଉଠୁଥିବା ନୂଆ ନୂଆ ତତ୍ତ୍ୱ ସମସ୍ତକୁ ନିଜ ଲେଖନୀରେ ଆହୁରି ପରାଙ୍ଗପୁଷ୍ଟ କରିଥିଲେ ଗାଳ୍ପିକ ରବି ପଟ୍ଟନାୟକ। ୨୧ ଅକ୍ଟୋବର ୧୯୩୫ ମସିହା ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବା ବର୍ତ୍ତମାନର ବଣାଇ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଭାବେ ଓ ପରବର୍ତ୍ତୀ ସମୟରେ ବଣାଇଗଡ଼ ରାଜକର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପୈତୃକ ଗ୍ରାମ ଥିଲା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ଆମ୍ବଡିହା ଗ୍ରାମ। ତାଙ୍କ ମାତା ଥିଲେ ସୁନ୍ଦରମଣି ଦେବୀ।  ଶୈଶବର ଚାରି ପାଞ୍ଚ ବର୍ଷ ପୈତୃକ ଗ୍ରାମରେ ଅତିବାହିତ କରିଛନ୍ତି। ଦିଗନ୍ତାନୁସରିତ କ୍ଷେତ୍ରମଣ୍ଡଳ ସମେତ ନଭଶ୍ଚୁମ୍ଵୀ ପର୍ବତମାଳା ତଳେ ଦୁଇଟି ବିରାଟ ଆମ୍ଵ ବଗିଚା। ରାଇରଙ୍ଗପୁର ହାଇସ୍କୁଲରୁ […]

କବି ଅନନ୍ତ ପଟ୍ଟନାୟକ 

~ କବି ଅନନ୍ତ ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ମୁଁ ଏଇ ଜନ୍ମିଲି ଆରେ, ଉତ୍ସବରେ ବନ୍ଧୁକ କ୍ରୀଡାରେ, ନବତମ ଯାତ୍ରୀ ମୁହିଁ, ବାପା ମୋର ଭାଇ ମୋର, ଏ ନିଅ ମଥା ମୋର ଆଜି।” ** ** ** ** ** **  ଆସିଛି ମୁଁ ଆସିଛି, ଯାଚଜ୍ଞାର ଅର୍ଜିସ୍ତୂପ ଠେଲି ମୁଁ…

ନିତ୍ୟାନନ୍ଦ ଶତପଥୀ 

~ ନିତ୍ୟାନନ୍ଦ ଶତପଥୀ ~ ଲେଖା: ଅମୃତେଶ ଖଟୁଆ ୧୯୬୪ ମସିହାରେ ପୁରୀର ଅନ୍ନପୂର୍ଣ୍ଣା ‘ଏ’ ଗ୍ରୁପ ହଲ୍’ରେ ନିଖିଳ ଉତ୍କଳ ଯୁବ ଲେଖକ ସମ୍ମିଳନୀ। ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ, ପ୍ରଫେସର ଓ ସାଥିରେ ଧର୍ମପତ୍ନୀ ମଧ୍ୟ ଆସିଥାଆନ୍ତି। ଏହାର ମୁଖ୍ୟ ଆୟୋଜକ ଥାଆନ୍ତି ଆଡଭୋକେଟ୍ କୈଳାସ ଲେଙ୍କା, ସାମ୍ବାଦିକ ପ୍ରଫୁଲ୍ଲ ପଟ୍ଟନାୟକ, ବ୍ରଜନାଥ…

ମୃତ୍ୟୁଞ୍ଜୟ ରଥ 

~ ମୃତ୍ୟୁଞ୍ଜୟ ରଥ ~ ଲେଖା: ଅମୃତେଶ ଖଟୁଆ ~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~ କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ,  ଅନୁସରନ୍ତି ସୁଖେ ଅଛି କି ଆଶ ! ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ, ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।” (କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ…

ବୈକୁଣ୍ଠନାଥ ରଥ 

ସାରା ଜୀବନ ଶିକ୍ଷାଦାନକୁ ବ୍ରତ ଭାବେ ଗ୍ରହଣ କରିଥିଲେ ବି ନିଜକୁ ଛାତ୍ର ଭାବେ ବିଚାର କରୁଥିଲେ ସର୍ବଦା। ଓଡ଼ିଶାର ଶିକ୍ଷକ ସଂଘର ନେତା ଭାବେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦିଗରେ ତାଙ୍କର ଦାନ ସ୍ମରଣୀୟ। ତାଙ୍କର କର୍ମକ୍ଷେତ୍ର ଥିଲା ବ୍ୟାପକ। ଓଡ଼ିଆ ସାହିତ୍ୟର ବିଶିଷ୍ଟ ସାହିତ୍ୟରଥୀ, ଦାର୍ଶନିକ ଶ୍ରୀ ଚିତ୍ତରଞ୍ଜନ ଦାସଙ୍କ ଭାଷାରେ 'ବୈକୁଣ୍ଠ ନାଥ ରଥ ଜଣେ ସ୍ଵନିର୍ବାଚିତ ଶିକ୍ଷକ' . .

ମହେନ୍ଦ୍ରଗିରି

ଲେଖା: ଦେଵ ତ୍ରିପାଠୀ ଉତ୍ତୁଙ୍ଗ, ମହାନ, ବିରାଟ, ପୁରାଣ, ମହିମା ଯାହାର ଘୋଷଇ ପୁରାଣ । ଦେବାତ୍ମା, ଭୀଷଣବପୁ,ଅଭ୍ରଂକଶ, ଯାଦଃପତି ଯାର ଯୋଗ୍ୟ ଆଦରଶ । + + + + + + + + + ସମଗ୍ର ଉତ୍କଳ – ଶୋଭା – ତିଳୋତ୍ତମା, ଛବିଳ ଉତ୍କଳେ ଏ ଛବିଳତମା । (ମହେନ୍ଦ୍ରଗିରି/କବିବର…