Physical Address
Sai Samarpanam, Satya Vihar, Bhubaneswar

ଲେଖା: ଶିଶିର ସାହୁ ମନୋଜ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା, ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ…

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ 'ଭୀମାଭୂୟାଁ' ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା' ରମାଦେବୀ . .

~ ‘ପୁରୀ ସିଂହ’ ଜଗବନ୍ଧୁ ସିଂହ ~ ଲେଖା: ଅମୃତେଶ ଖଟୁଆ “ଉତ୍କଳ ପରି ଭୂଖଣ୍ଡ ନାହିଁ ଭାରତରେ, ମର୍ତ୍ତ୍ୟ ବଇକୁଣ୍ଠ ଅଛି ଉତ୍କଳ ଦେଶରେ। ଗଙ୍ଗାଠାରୁ ଗୋଦାବରୀ ଯାଏଁ ଏ ଉତ୍କଳ, ପୁଣ୍ଯ ପବିତ୍ର ଭୂଖଣ୍ଡ ଶରୀର ବିଶାଳ।” ଇଂରେଜ ସରକାରଙ୍କ ଅମଳରେ ଚାଲୁଥାଏ ବିହାର-ଓଡିଶା ବ୍ୟବସ୍ଥାପକ ସଭା। ଓଡ଼ିଶାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି…

ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନା, ନହେଲେ ସଂସାର ବନ୍ଧନରେ ମୁଁ ଦୁନିଆଁ ଭୁଲିଯିବି . . !

ଲେଖା: ଇଂ ରଜତ କୁମାର ପତି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ, ଆଦର୍ଶ ଶିକ୍ଷାଦାନ, ଜନସେବା ଓ ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ସମ୍ପୂର୍ଣ୍ଣ ନିୟୋଜିତ କରିଥିବା ନିଃସ୍ୱାର୍ଥପର ଆର୍ତ୍ତ ସେବକ, ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଆଚାର୍ଯ୍ୟ ହରିହର ଦାସ ମହୋଦୟଙ୍କ ଜନ୍ମ ହୋଇଥିଲା ୧୮୭୯ ମସିହା ଫେବୃୟାରୀ ମାସ ୧୨ ତାରିଖ, ଫଗୁଣ ଶୁକ୍ଳ ଚତୁର୍ଦ୍ଦଶୀ…

~ ସଦାଶିବ ମିଶ୍ର ~ ଲେଖା: ଅମୃତେଶ ଖଟୁଆ ଓଡ଼ିଶାର ମାଟି ସବୁବେଳେ ବପୁସ୍ଫୀତ କରି ଆଜି ନାନାବିଧ ଦୁର୍ବିପାକ ଓ ନିଷ୍ପେସନ ସତ୍ତ୍ଵେ ବୀରପୁତ୍ରମାନଙ୍କ ପାଇଁ ନିର୍ଭୀତା ହୋଇ ଦଣ୍ଡାୟମାନ ସମଗ୍ର ବିଶ୍ଵାୟିତ ମଞ୍ଚାସନରେ। କେବଳ ଯେ ମହାଭାରତୀୟ ସ୍ରୋତରେ ଏହାର ପ୍ରବାହ ବାରିତ, ବରଞ୍ଚ ବିଶ୍ଵକ୍ଷେତ୍ରର ପରିମିତ ସ୍ଥଳରେ ଏକ ଅପ୍ରତ୍ୟାଶିତ ନବଦିଗନ୍ତ…

~ ରବି ପଟ୍ଟନାୟକ ~ ଲେଖା: ଅମୃତେଶ ଖଟୁଆ “ସଂସ୍କାର ହିଁ ମଣିଷର ସବୁଠୁ ବଡ଼ ଶିକୁଳି। ସେଇ କାରାଗାରରେ ବନ୍ଦୀ ହୋଇ ମଣିଷ ତା’ରି ଅନୁକୂଳ ପରିବେଶରେ ଗଢିଉଠେ। ସେଇ ସାମାଜିକ ଚେତନାର ପରିବେଷ୍ଟନୀରେ ନିଜର ଚରିତ୍ର, ବ୍ୟବହାରର ସଂଜ୍ଞା ନିରୂପଣ କରେ। ସେଥିରୁ ବାହାରିଗଲେ ଭିତରୁ ବାହାରୁ ଚିତ୍କାର କରି ଉଠେ, ‘ଫେରିଯା, ଫେରିଯା – ଏ ଦୋଷ, ଅନ୍ୟାୟ, ପାପ ।’ କେତେ ବିରାଟ, କେତେ ବ୍ୟାପ୍ତ ଏ ମଣିଷ ଜାତି। କିନ୍ତୁ ନିଜର ସ୍ବାର୍ଥ ନେଇ ସେ ନିଜକୁ ସୁହାଇଲା ପରି ସମାଜ ଗଢିଛି ଭିନ୍ନ ଭିନ୍ନ ଜାଗାରେ, ବିଭିନ୍ନ ରୂପ ଦେଇ। ଆଜି ହୁଏତ ମୁଁ ସମାଜ ପାଖରେ ଦୋଷୀ। କିନ୍ତୁ ଯଦି କୌଣସି ୟୁରୋପୀୟ ବା ମୁସଲମାନ ସଂପ୍ରଦାୟର ହୋଇଥାଆନ୍ତି, ମୋ ପାଖରେ ହୁଅନ୍ତା ଏଇଟା ଗୋଟାଏ ସାଧାରଣ ବିଷୟ। ଏଥିପାଇଁ ମୋତେ ଅନୁତାପ କରିବାକୁ ପଡ଼ନ୍ତା ନାହିଁ…. …. ସେଇ ଏକା ମଣିଷ। ଅଥଚ ଖାଲି କେଇଟା ମାଇଲ୍ ବ୍ୟବଧାନ। …. ଗୋଟିଏ ବାଟ ଛାଡି ଅନ୍ୟ ଗୋଟାଏ, କିନ୍ତୁ, ତା’ରି ଭିତରେ ନୀତି, ବିଚାରର କେଡେ ବଡ଼ ବ୍ୟବଧାନ। ଜଣେ ପ୍ରତିରୋଧ କରେ, ଅନ୍ୟ କହେ ଗ୍ରହଣୀୟ। ଗୋଟିଏ ମଣିଷ ଜାତି, ଅଥଚ ତା’ର ଗୋଟିଏ ନିୟମ ନାହିଁ। ତେଣୁ, ମୁଁ ଯୋଉଟା କରିଛି, ସେଇଟା ମାନବିକତା ଦୃଷ୍ଟିରୁ ଭୁଲ୍ ହେଲେ ମଧ୍ୟ ସମାଜ ଦୃଷ୍ଟିରୁ ଭୁଲ୍ ହେବ କାହିଁକି?” (ଅସାମାଜିକର ଡାଏରୀ) ସ୍ଵୈରତନ୍ତ୍ରିତ ଜଗତ ଓ ମୁକ୍ତବାକ୍ ଅଧରର ଭାଷ୍ୟ – ପୁନଶ୍ଚ କେତୋଟି ପରିବର୍ତ୍ତନ, କେତୋଟି ଅସ୍ତିତ୍ଵର ଘାତସଂଘାତସମ୍ପନ୍ନ ସ୍ଥିତିବାଦ ଆଜି ସମସ୍ତ ସମାଜର ଗୋଟିଏ ଗୋଟିଏ ପୃଥକ୍ ଅଥଚ, ଏକ ଅଭିନ୍ନ ଆକାର ରୂପେ ପ୍ରସରି ଯାଉଛି। ତହିଁ ମଧ୍ୟରୁ ଚରମ ଉତ୍ତାରୁ ସଦ୍ୟତମ ମାନବୀୟ ସମ୍ବେଦନତାର ଉତ୍କୋଚ ଅନ୍ୟତମ! କୌଣସି ବିଦ୍ରୋହ ନଥିଲା, କେବଳ ପରିବର୍ତ୍ତନ! କୌଣସି ଚାକଚାକ୍ଯର ଆଭାସ ମିଳେନା, କେବଳ ଚକ୍ଷୁଷ୍ମାନ କରୁଥିବା ପ୍ରତିଟି ପଲକର ଅବଗାହନ ସେଥିରେ ଅଛି! ଓଡ଼ିଆ ସାହିତ୍ୟ ଜଗତର ଧରାବନ୍ଧା ରୀତିବଦ୍ଧତାକୁ ତ୍ୟାଗପୂର୍ବକ ମଣିଷ ଜୀବନର ସୂକ୍ଷ୍ମ ପରିବର୍ତ୍ତନ ସହ ଓଡ଼ିଶା, ଭାରତବର୍ଷ ସମେତ ସମଗ୍ର ବିଶ୍ଵ ଚେତନାର ଆଧୁନିକତାରେ ଗଢି ଉଠୁଥିବା ନୂଆ ନୂଆ ତତ୍ତ୍ୱ ସମସ୍ତକୁ ନିଜ ଲେଖନୀରେ ଆହୁରି ପରାଙ୍ଗପୁଷ୍ଟ କରିଥିଲେ ଗାଳ୍ପିକ ରବି ପଟ୍ଟନାୟକ। ୨୧ ଅକ୍ଟୋବର ୧୯୩୫ ମସିହା ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବା ବର୍ତ୍ତମାନର ବଣାଇ ଠାରେ ସେ ଜନ୍ମଗ୍ରହଣ କରିଥିଲେ। ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ସତ୍ୟବାଦୀ ବନବିଦ୍ୟାଳୟର ଶିକ୍ଷକ ଭାବେ ଓ ପରବର୍ତ୍ତୀ ସମୟରେ ବଣାଇଗଡ଼ ରାଜକର୍ମଚାରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପୈତୃକ ଗ୍ରାମ ଥିଲା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ଆମ୍ବଡିହା ଗ୍ରାମ। ତାଙ୍କ ମାତା ଥିଲେ ସୁନ୍ଦରମଣି ଦେବୀ। ଶୈଶବର ଚାରି ପାଞ୍ଚ ବର୍ଷ ପୈତୃକ ଗ୍ରାମରେ ଅତିବାହିତ କରିଛନ୍ତି। ଦିଗନ୍ତାନୁସରିତ କ୍ଷେତ୍ରମଣ୍ଡଳ ସମେତ ନଭଶ୍ଚୁମ୍ଵୀ ପର୍ବତମାଳା ତଳେ ଦୁଇଟି ବିରାଟ ଆମ୍ଵ ବଗିଚା। ରାଇରଙ୍ଗପୁର ହାଇସ୍କୁଲରୁ […]

ଉପସ୍ଥାପନା: ନିରଞ୍ଜନ ସାହୁ ପିଲାଦିନେ ସେ ଥିଲେ ଚଞ୍ଚଳ ପ୍ରକୃତିର। ପାଠ ପଢ଼ାରେ ମନ ଊଣା। ଚାଟଶାଳୀରେ ଅବଧାନଙ୍କ ପାଖରେ ବସି ରହି, ପାଠ ମୁଖସ୍ଥ କରିବାକୁ ଆଗ୍ରହ ଏକରକମ ଶୂନ୍ୟ। ଚାହାଳୀରୁ ଲୁଚି ପଳାଇବା ବେଳେ ଅବଧାନ ପଠାଉଥିଲେ ଅନ୍ୟ ବଡ଼ ପିଲାଙ୍କୁ ଧରି ଆଣିବା ପାଇଁ। ସେ କିନ୍ତୁ ବିଜୁଳି ବେଗରେ ଧାଇଁ…

ଲେଖା: ଦେଵ ତ୍ରିପାଠୀ ସତ୍ୟବାଦୀର ସପ୍ତସଖା ସ୍ଵରାଜ୍ୟ ମାଜିଷ୍ଟ୍ରେଟ ପଣ୍ଡିତ କୃପାସିନ୍ଧୁ ହୋତା ! ୧୯୩୧ ସାଲ । ହୋଟେଲ କଳାଭଵନ । ପୁରୀ । ହୋଟେଲ ମାଲିକ ଜଗନ୍ନାଥ ମହାନ୍ତି । ସ୍ବାଧୀନଚେତା ମଣିଷ – ତେଣୁ ଗାନ୍ଧୀ କଂଗ୍ରେସ ବାଲାଙ୍କ ସଙ୍ଗେ ସମ୍ପର୍କ ଥିବାରୁ ହୋଟେଲ ଟି ଥିଲା କଂଗ୍ରେସ କର୍ମୀଙ୍କ ମିଳନପୀଠ…