~ ନିଶବଦ ଶାରଦ ପ୍ରାତେ ~
ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ
ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଏକ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ।
~ ନିଶବଦ ଶାରଦ ପ୍ରାତେ ~
ନିଶବଦ ଶାରଦ ପ୍ରାତେ
ଅତିଥି କେ ଗଲାରେ ଗାଇ।
ରଖି ତୋର ଅନଳ ଖେଳା
ଫେରି ଥରେ ଚାହିଁଲୁ ନାହିଁ
ଅତିଥି କେ ଗଲାରେ ଗାଇ।
ଦୂର ପଥ ତୁ ବଇରାଗୀ
କେତେ ଦାଗେ ହେଲୁରେ ଦାଗୀ
ଆକୁଳେ ଯେ ମାଣିକ୍ୟ ଖୋଜୁ
ଏଠି ସେ ବା ମିଳଇ କାହିଁ
ଫେରି ଥରେ ଚାହିଁଲୁ ନାହିଁ।
ଦିନୁ ଦିନ ଯାଏରେ ବହି
ଦିନଟା ତ ନୁହଇ କହି
ନାବ ତୋର ଦିଅ ତୁ ମେଲି
ଭରା ନଦୀ ସଙ୍କେତ ପାଇ
ଘର ମୋ ସାଗର ବେଳାରେ
କି ଭାବନା କଲାରେ ବାଇ
ଫେରି ଥରେ ଚାହିଁଲୁ ନାହିଁ।
ସେ ଯେ ଦୀପ ରଖିଛୁ ଜାଳି
ସଯତନେ ତଇଳ ଢାଳି
ନିଭିବରେ ଅଚିରେ ଚାହୁଁ
କ୍ଷୀଣ ତେଜ ଯିବ ମିଳାଇ
ଫେରି ଥରେ ଚାହିଁଲୁ ନାହିଁ।
ଉପସ୍ଥାପନା: ଅମୃତେଶ ଖଟୁଆ
Nisabada Sarada Prate
Amritesh Khatua
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 month ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 months ago