~ ବିରହିଣୀ ~
ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ
ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ‘ବିରହିଣୀ’ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ।
~ ବିରହିଣୀ ~
ବରଷା ଆଜି ନଭେ ବ୍ୟଥିତ ହିଆ ସମ
ପରାଣେ ମମ ଆହା ବାଧିଲା
ପଉଷେ ଏ ପବନ ଅବଶ ଦେହ ମନ
ସହିତେ ସେ କି ବାଦ ସାଧିଲା,
ମଉଳା ଫୁଲ ଅବା ଶୁଷ୍କ ମରୁଭୂଇଁ
ତେସନେ ବିରଜରେ ଚାହିଁଛି ଆଜି ମୁହିଁ
କିଏ ଗୋ ସେ ନିଠୁର ମୋ ସୁଖ କରି
ଜ୍ଵର ଚାତକ ଘନ ପ୍ରାଣ ବାନ୍ଧିଲା
ପରାଣେ ମମ ଆହା ବାଧିଲା।୧।
ଶୂନ୍ୟ ମୋର ଘର ଆଜିରେ ଖରତର ତିମିର
ହାଣେ ସର ସଜନି !
କି କଥା ନୀରବତା କହି ଜାଳଇ ବ୍ୟଥା ନ ଦିଶେ
ଦୂର ପ୍ରିୟ ସରଣୀ,
ଆଜିରେ ପଥ ଚାହିଁ ନୟନେ ନିଦ ନାହିଁ,
ପୀୟୂଷ ବୋଲି ଅବା ଗରଳ ଗଲି ଖାଇ
ନୟନୁ ବହେ ପାଣି ଚପଳା ଯାଏ ହାଣି କେସନେ
ବିତେ କାଳ ରଜନୀ
ନ ଦିଶେ ଦୂର ପ୍ରିୟ ସରଣୀ । ୨
ଭାଳିଲି ତନୁ ଅଳି କି ହେବଟି ପଖାଳି ଜୋଛନା
ଜଳେ ସେ ଯେ ଅନଳ,
ସେ ଦୂର ବଳାହକ ଆତୁର ମୁଁ ଚାତକ
ଅମର ସୁରଧୁନୀ କମଳ,
ସଜନୀ ପ୍ରୀତି କହ କି ନୋହେ ନିଦାରୁଣ
ଶୂନ୍ୟ ପୁରେ ଥାଇ ବସାଇ ଲୁଚେ ଗୁଣ,
ବିରହେ ମାଗେ ଧନ ଆକୁଳ ଦେହ ମନ କରିବ
ବୋଲି ତାକୁ ଅମର,
ଅମର ସୁରଧୁନୀ କମଳ । ୩ ।
ଉପସ୍ଥାପନା: ଅମୃତେଶ ଖଟୁଆ
Birahini
Amritesh Khatua
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago