ନିଶବଦ ଶାରଦ ପ୍ରାତେ

~ ନିଶବଦ ଶାରଦ ପ୍ରାତେ ~
ସୌରଭିତ ସୃଷ୍ଟି: ବୈକୁଣ୍ଠନାଥ ପଟ୍ଟନାୟକ
ସବୁଜଯୁଗର ଅନ୍ୟତମ କୃଚ୍ଛ୍ର ସାଧକ ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଏକ କବିତା ଉପସ୍ଥାପନା ସହିତ ଅନେକ ସହୃଦୟ ପ୍ରଣିପାତ।
~ ନିଶବଦ ଶାରଦ ପ୍ରାତେ ~
ନିଶବଦ ଶାରଦ ପ୍ରାତେ
ଅତିଥି କେ ଗଲାରେ ଗାଇ।
ରଖି ତୋର ଅନଳ ଖେଳା
ଫେରି ଥରେ ଚାହିଁଲୁ ନାହିଁ
ଅତିଥି କେ ଗଲାରେ ଗାଇ।
ଦୂର ପଥ ତୁ ବଇରାଗୀ
କେତେ ଦାଗେ ହେଲୁରେ ଦାଗୀ
ଆକୁଳେ ଯେ ମାଣିକ୍ୟ ଖୋଜୁ
ଏଠି ସେ ବା ମିଳଇ କାହିଁ
ଫେରି ଥରେ ଚାହିଁଲୁ ନାହିଁ।
ଦିନୁ ଦିନ ଯାଏରେ ବହି
ଦିନଟା ତ ନୁହଇ କହି
ନାବ ତୋର ଦିଅ ତୁ ମେଲି
ଭରା ନଦୀ ସଙ୍କେତ ପାଇ
ଘର ମୋ ସାଗର ବେଳାରେ
କି ଭାବନା କଲାରେ ବାଇ
ଫେରି ଥରେ ଚାହିଁଲୁ ନାହିଁ।
ସେ ଯେ ଦୀପ ରଖିଛୁ ଜାଳି
ସଯତନେ ତଇଳ ଢାଳି
ନିଭିବରେ ଅଚିରେ ଚାହୁଁ
କ୍ଷୀଣ ତେଜ ଯିବ ମିଳାଇ
ଫେରି ଥରେ ଚାହିଁଲୁ ନାହିଁ।
ଉପସ୍ଥାପନା: ଅମୃତେଶ ଖଟୁଆ
Nisabada Sarada Prate
Amritesh Khatua
Spread the love

Leave a Reply

Your email address will not be published. Required fields are marked *