ଲେଖା: ଶିଶିର ସାହୁ ମନୋଜ

ଆଜି nice ଶବ୍ଦର ସାଧାରଣ ଅର୍ଥ 
୧. ଭଲ
୨. ସୁନ୍ଦର; ଶୋଭନ
୩. ସୁକ୍ଷ୍ମ;କ୍ଷୁଦ୍ର
୪. ମନୋହର; ମନୋରମ; ମନୋଜ୍ଞ
୫. ସଭ୍ୟ; ଵିନମ୍ର; ଶିଷ୍ଟ
୬. ସ୍ଵାଦିଷ୍ଟ
୭. ସ୍ଵଚ୍ଛ; ସଫାସୁତୁରା
୮. ଲଳିତ

ଇତ୍ୟାଦି ହୋଇଥିଲେ ହେଁ ପ୍ରାୟ ୧୪ଶହ ଖ୍ରୀଷ୍ଟାବ୍ଦ ପୂର୍ଵେ ଏ ଶବ୍ଦର ଅର୍ଥ ସଂପୂର୍ଣ୍ଣ ଭିନ୍ନ ଥିଲା । Nice ଶବ୍ଦର ଅର୍ଥ ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ଥିଵା ଭାଷାଵିଦ୍ ମତ ଦିଅନ୍ତି । ଯଥା:

■(କ) ୧୮ଶହ ଶତାବ୍ଦୀରୁ ଏଯାଏଁ ପ୍ରଚଳିତ ଅର୍ଥ■
●Pleasant, satisfactory
●friendly, attractive [କୌଣସି ଵ୍ୟକ୍ତିପ୍ରତି)
●Respectable; virtuous
●pleasantly
●Easily injured; delicate; dainty.

■(ଖ) ୧୬ଶହରୁ ୧୯ଶହ ଶତାବ୍ଦୀ ଯାଏଁ■
-Doubtful, as to the outcome; risky.
-strict.
■(ଗ) ୧୬ଶହ ଶତାବ୍ଦୀରେ■
●Showing or requiring great precision or sensitive discernment; subtle.

■(ଘ) ୧୪ଶହରୁ ୧୭ଶହ ଶତାବ୍ଦୀ ଯାଏଁ
Silly, ignorant; foolish [ଏବେ ଵିରଳ ଵ୍ଯଵହାର]

■(ଙ) ୧୪ଶହ ଶତାବ୍ଦୀରେ
scrupulous, painstaking; choosy.

ଇଂରାଜୀର ଏହି Nice ଶବ୍ଦର ପୁରୁଣା ରୂପ nyce, nice ବା nys ଥିଲା ଏବଂ ଏହା ମୂଳତଃ ଫରାସୀ nice, niche ଓ nisce (“ସହଜ, ଓଲା, ଅଜ୍ଞାନ”)ରୁ ଭିନ୍ନ ଅର୍ଥ ଧାରଣ ପୂର୍ବକ ପ୍ରଚଳିତ ହୋଇଥିବା ଭାଷାବିଦ୍ ମତ ଦିଅନ୍ତି । ଫରାସୀ nice, niche, nisce ଆଦି ଶବ୍ଦଗୁଡିକ ଲାଟିନ୍ ଭାଷାର nescius (“ଅଜ୍ଞାନ”) ଓ nescire ଆଦି ଶବ୍ଦ ସହିତ ସମଧୃତ ଏବଂ nescire ଶବ୍ଦଟି ne (“not(ନ)”) + scire {“to know (ଜଣା)”} ଆଦି ଦୁଇଟି ଶବ୍ଦ ସଂଯୋଗରୁ ସୃଷ୍ଟ ହୋଇଅଛି ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ମୂର୍ଖ ଅର୍ଥରେ ଵ୍ଯଵହୃତ କୌଣସି ଶବ୍ଦର ଅର୍ଥ ଭଲ, ସୁନ୍ଦର, ସ୍ଵଚ୍ଛ, ଶିଷ୍ଟ କେମିତି ହେଵାକୁ ଲାଗିଲା ?

ପ୍ରକୃତରେ ଏହାର ଏକ ସୁକ୍ଷ୍ମ ଦିଗ ରହିଛି । ଜ୍ଞାନୀ ଲୋକ ସଵୁଵେଳେ ତର୍କ କରୁଥିଵାରୁ ଵାଦଵିଵାଦ କରିଥାନ୍ତି ଫଳରେ,
● ସେମାନେ ରୂପଵାନ ହୋଇଥିଲ ହେଁ ହଟାତ ଅସୁନ୍ଦର ଲାଗନ୍ତି;
● ସାଧାରଣ ଲୋକ ଜ୍ଞାନୀଙ୍କ ସହ କୌଣସି ଯୁକ୍ତିତର୍କ କରି ହାରିଗଲେ ତାଙ୍କୁ ମନ୍ଦଲୋକରେ ପରିଗଣିତ କରନ୍ତି;
● ଜ୍ଞାନୀଲୋକେ ଵେଳେ ଵେଳେ ଏତେ ମାତ୍ରାରେ ଯୁକ୍ତି ତର୍କ କରନ୍ତି ଯେ ଶିଷ୍ଟାଚାରର ନୀତିନିୟମକୁ ବି ପାଶୋରି ପକାନ୍ତି;
● ଶିଷ୍ଟାଚାରର ଲକ୍ଷ୍ମଣରେଖା ପାରି କରିସାରିଥିଵା ପଣ୍ଡିତେ ଯଦି ପରସ୍ପରରେ ମଲ୍ଲଯୁଦ୍ଧ କରିଵା ଆରମ୍ଭ କରିଦିଅନ୍ତି ତେବେ ଵସ୍ତ୍ର ଆଦି ମଳିଚ୍ଛିଆ ହେଵା ସ୍ଵାଭାଵିକ କଥା !

ଅପର ପକ୍ଷରେ,
● ଓଲାଙ୍କ ମୁଣ୍ଡରେ ସେତେ ଦହି ନଥାଏ ତେଣୁ ସେମାନେ କା ସାଙ୍ଗରେ ଏତେ ଯୁକ୍ତିତର୍କ କରନ୍ତି ନାହିଁ । 
● ଓଲାଙ୍କ ମସ୍ତିଷ୍କ ଖାଲି ଯୋଗୁଁ ତାଙ୍କେ କା ସହିତ ଯୁକ୍ତିତର୍କ କରନ୍ତି ନାହିଁ ଆଉ ଅଜ୍ଞାନତା ଵଶତଃ ଗଧ ଭଳି ଖଟନ୍ତି ତେଣୁ ସମସ୍ତଙ୍କର ପ୍ରିୟପାତ୍ର ହୋଇଯାନ୍ତି । ସମସ୍ତେ ଏଭଳି ଲୋକଙ୍କୁ ନିରୀହ ଭାଵନ୍ତି, ଭଲଲୋକରେ ପରିଗଣିତ କରନ୍ତି । 
● ଓଲାମାନଙ୍କର ସାଧାରଣ ଲୋକଙ୍କ ସହ ଝଗଡା଼ ହୁଏନାହିଁ, ଝଗଡ଼ା ନହେଲେ ପରସ୍ପରର ସାତପୁରୁଷକୁ ମନେପକାନ୍ତିନି ତେଣୁ ଶିଷ୍ଟାଚାର ବଞ୍ଚିରୁହେ ଏଵଂ ପରସ୍ପରକୁ ଆଦୌ ଗାଳି କରିନଥିଵା ଦୁଇପକ୍ଷ ସମାଜରେ ଶିଷ୍ଟ ପରିଗଣିତ ହେଉଥାନ୍ତି ।

ଏଇ ସବୁ କାରଣରୁ ଏକଦା ମୂର୍ଖ ଅର୍ଥରେ ଵ୍ଯଵହୃତ Nice ଶବ୍ଦର ଅର୍ଥ ଭଲ, ସୁନ୍ଦର ଆଦିରେ ବଦଳି ଯାଇଥିଲା । ଉତ୍ତର ଭାରତରେ ଠିକ୍ ଏହିପରି ‘ବୁଦ୍ଧ’ (ଜ୍ଞାନୀ) ଶବ୍ଦର ଅର୍ଥ ଏହାର ‘ବୁଦ୍ଧୂ’ରେ ପରିଣତ ହେଵା ସହ ‘ଓଲା’ରେ ପରିଵର୍ତ୍ତିତ ହୋଇଯାଇଛି ।

© ଶିଶିର ସାହୁ ମନୋଜ

Spread the love
admin

Recent Posts

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 days ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

6 days ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 week ago

ବସନ୍ତରାସ

ଉପସ୍ଥାପନା: ନିରଞ୍ଜନ ସାହୁ ଋତୁରାଜ ବସନ୍ତଙ୍କ ଆଗମନରେ ରାଧାଙ୍କର ମାନସିକ ଚଞ୍ଚଳତା ବୃଦ୍ଧି ପାଇଛି। କୃଷ୍ଣଙ୍କର ଘନସାନିଧ୍ୟ ଲାଭ କରିବା…

1 week ago

ନବଘନ କହଁର

ଲେଖା: ନିରଞ୍ଜନ ସାହୁ ଇଂରେଜମାନେ ଧରିନେଇଥିଲେ ଯେ, କନ୍ଧମାନେ ହଳଦୀ କିଆରିରେ ବଳି ଦେଉଛନ୍ତି, କେବଳ ମଣିଷ ରକ୍ତ ପରି…

2 weeks ago