~ ନଈ ~

କବି: ଡ. ସୁଜିତ କୁମାର ନାଥ

ଜୀବନଟା ଗୋଟେ ଅଙ୍କାବଙ୍କା ନଈ
କୁଳୁକୁଳୁ ହୋଇ ଯାଉଥିଲା ବହି
ସଙ୍ଗୀତର ମୂର୍ଚ୍ଛନା ଓ ମନର ଅସରନ୍ତି ଭାବନାକୁ ନେଇ।

ଲକ୍ଷ୍ୟହୀନ ଯାତ୍ରାରେ ବି ଥାଏ ଆନନ୍ଦ
ବୁଝାଏ ସେ ମୋତେ ନିତି…
ନିଜେ ଥାଏ ମସଗୁଲ
ନିଜ ପରିଧି ରେ
ଉପରେ ନିଳାଭ, ତପ୍ତ ଦିବାକର,
ରାତିରେ ଚନ୍ଦ୍ରମା..
ପଥରେ ଭଳି କି ଭଳି ଫୁଲର ସମ୍ଭାର
ଗହଳ ତରୁରୁ ଡାକୁଥାଏ ଝିଙ୍କାରି..
କୋଇଲି ଓ କୁମ୍ଭାଟୁଆ
କେହି ତ ନିଜର ନୁହନ୍ତି,
ସମସ୍ତେ ଦିଅନ୍ତି କିନ୍ତୁ ଅଯାଚିତ ସ୍ନେହ
ଯୌବନକୁ ଭରି ଦିଅନ୍ତି
ପ୍ରେମର ଅଜଣା ପୁଲକେ।

କିଏ ବନ୍ଧୁ
କିଏ ବନ୍ଧୁ ତୁମେ ଆସିଲ, ଅଯାଚିତ ସ୍ନେହର ଚାଙ୍ଗୁଡ଼ି ନେଇ
ବାନ୍ଧିନେଲ ମୋତେ
ଝରୁଥିବା ଝରଣାରେ ଗଣ୍ଡ ସୃଷ୍ଟି କଲ
ପ୍ରେରଣାର ତୃଷ୍ଣା ଭରିଦେଲ
ଫୁଟାଇଲ ପଦ୍ମ
ସ୍ୱଚ୍ଛ ସ୍ଫଟିକ ଶରୀରରେ ଲାଗିଗଲା ନୀଳ
ଚଞ୍ଚଳ ଅଙ୍ଗରେ ଛୁଇଁଲା ଅଳସ
ଖୋଜିଲା ସେ ସବୁବେଳେ କାହା ପ୍ରେମର ପରଶ।

ରାତି ସାରା ହେଲା ଉଜାଗର
ପିପାସୁ ପ୍ରେମର
ଯାଚକ ସ୍ପର୍ଶର
ବୁଭୁକ୍ଷୁ ସ୍ବପ୍ନର
ତାପରେ..
ଦେଖିଲା ସେ
ସବୁ ମାୟା..
ଏ ତ ଘୋର ଅନ୍ଧକାର, ଶୂନ୍ୟ, ମହାଶୂନ୍ୟ।

ଆସନ୍ତେ ବରଷା
ହଜିଗଲେ ଦିବାକର
କାନ୍ଦି ମରେ ପ୍ରିୟା ଏଠି
ନିୟତିର କୃର ଅବିଚାରେ
ଦେଖାଇ ସପନ
ହରିନେଲା ତା ଯୌବନ..
କହିଗଲା ମାୟା, ଏଠି ସବୁ ମାୟା
ନାହିଁ ଏଠି ସାରସ୍ବତ ପ୍ରେମ
ସବୁ ଖାଲି ମିଛ ପ୍ରବଞ୍ଚନା।

© Sujit Nath

 

Spread the love
Antaranga Kalinga

Share
Published by
Antaranga Kalinga
Tags: ନଈ

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago