~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~
ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ
ଓଡ଼ିଆ ଘରେ ବର୍ଷର ବିଭିନ୍ନ ସମୟରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ଅଞ୍ଚଳ ଭିତ୍ତିରେ ଉକ୍ତ ପର୍ବପର୍ବାଣୀ ସ୍ଥାନୀୟ ଲୋକାଚାର ପରମ୍ପରାକୁ ନେଇ ସମୃଦ୍ଧ l ସେପରି ଏକ ଅନନ୍ୟ ପରମ୍ପରା ହେଉଛି ଭାଦ୍ରବ ମାସ ଖୁଦୁରୁକୁଣୀ ସମୟରେ ପୂଜିତ ହେଉଥିବା କାଠ ଭାଲୁକୁଣି ଓ ଖୁଦୁରୁକୁଣୀ ପଟି l
ଶ୍ରାବଣ ପୂର୍ଣ୍ଣିମା ପରେ ଭାଦ୍ରବ ମାସର ପ୍ରତି ରବିବାର ଭାଇ ତଥା ପରିବାରର ମଙ୍ଗଳ କାମନା କରି ଓଡ଼ିଆ ପରିବାରର କନ୍ୟାମାନେ ଖୁଦୁରୁକୁଣୀ ଓଷା ପାଳନ କରି ମଙ୍ଗଳମୟୀ ଦେବୀ ମଙ୍ଗଳାଙ୍କ ଅର୍ଚ୍ଚନା କରିଥାନ୍ତି l କଟକ ଜିଲ୍ଲାର ଆଠଗଡ଼, ତିଗିରିଆ, ବଡ଼ମ୍ବା, ବାଙ୍କି ଆଦି ଅଞ୍ଚଳରେ ଖୁଦୁରୁକୁଣୀ ପୂଜାରେ କାଠ ଭାଲୁକୁଣି ତଥା ଖୁଦୁରୁକୁଣୀ ପଟି ପୂଜା କରାଯାଏ l ଉଲ୍ଲେଖ ଯୋଗ୍ୟ ଏହି କାଠ ବିଗ୍ରହ ଓ ପଟିଙ୍କ ବିସର୍ଜନ ପରମ୍ପରା ନାହିଁ ଖୁଦୁରୁକୁଣୀ ପରେ ବର୍ଷ ତମାମ ଠାକୁର ଘରେ ଏହି ବିଗ୍ରହ ଓ ପଟି ପୂଜା ପାଇଥାନ୍ତି l
କାଠ ଭାଲୁକୁଣି ଶୁଖିଲା କାଠରେ ପାରମ୍ପରିକ ଉତ୍କଳୀୟ ପଦ୍ଧତିରେ ମହାରଣା କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ l ଏଥିରେ କଇଁଥ ଅଠା, ହିଙ୍ଗୁଳ, ହରିତାଳରୁ ପ୍ରସ୍ତୁତ ରଙ୍ଗ ବ୍ୟବହାର କରାଯାଏ l ଏହି ବିଗ୍ରହଙ୍କୁ କେତେକ ଖୁଦୁରୁକୁଣୀ କଥାବସ୍ତୁର ତଅପୋଈ କୁହନ୍ତି ଅନ୍ୟ କେତେକ ଏହାଙ୍କୁ ଭାଲୁକୁଣି (ଦେବୀ ମଙ୍ଗଳାଙ୍କ ଖୁଦୁରୁକୁଣୀ ସମୟର ଲୋକପ୍ରିୟ ନାମ) ନାମରେ ଅଭିହିତ କରନ୍ତି l ହସ୍ତପ୍ରସାରିତ ଥିବା ଏହି ବିଗ୍ରହ ବେଶ କମନୀୟ l ପାରମ୍ପରିକ ଉତ୍କଳୀୟ ନାରୀଙ୍କ ବେଶରେ ଚିତ୍ରିତ ଏହି ବିଗ୍ରହ କାରିଗରଙ୍କ ଅପୂର୍ବ କଳାନୈପୁଣ୍ୟର ଜ୍ୱଳନ୍ତ ନିଦର୍ଶନ l ସାଧାରଣତଃ ଦ୍ୱିଭୁଜା ଚତୁର୍ଭୁଜା ବିଗ୍ରହ ନିର୍ମାଣ କରାଯାଏ l ଦ୍ବିଭୁଜ ଦେବୀଙ୍କ ପ୍ରସାରିତ ଥାଏ ଅନ୍ୟ ଦୁଇ ଭୁଜରେ ଖର୍ପର, ପାନପାତ୍ର ଶୋଭା ପାଏ l
ଖୁଦୁରୁକୁଣୀ ଗାଥାକୁ ନେଇ ଅଙ୍କିତ ଖୁଦୁରୁକୁଣୀ ପଟି ଅତ୍ୟନ୍ତ ମନୋରମ l ଏହି ପଟି କାଠ ଭାଲୁକୁଣିଙ୍କ ସହ ପୂଜା କରିବାର ପରମ୍ପରା ପ୍ରଚଳିତ l ପାରମ୍ପରିକ ଉତ୍କଳୀୟ ଚିତ୍ରକଳା ଆଧାରରେ ଏହି ପଟି ଚିତ୍ରିତ l ପୂର୍ବ ସମୟରେ ସାମ୍ପ୍ରତିକ ସମୟ ଭଳି ଖୁଦୁରୁକୁଣୀ ଓଷାରେ ମୃଣ୍ମୟୀ ମୂର୍ତ୍ତି ପୂଜନର ପରମ୍ପରା ନଥିଲା l ପଟି, କାଠ ଭାଲୁକୁଣି ପୂଜନର ପରମ୍ପରା ପ୍ରାଚୀନ l
ଚିତ୍ରରେ ସ୍ଥାନିତ ଖୁଦୁରୁକୁଣୀ ପଟି ଏବଂ କାଠ ଭାଲୁକୁଣି ତିଗିରିଆ ବ୍ଲକ ଅନ୍ତର୍ଗତ ମାନପୁର ଗ୍ରାମର କାରିଗର Ganeswar Maharanaଙ୍କ ପରିବାରଙ୍କ ଦ୍ୱାରା ପ୍ରସ୍ତୁତ ଏହି ମାନପୁର ଗ୍ରାମର କାଠ ଭାଲୁକୁଣି, ଖୁଦୁରୁକୁଣୀ ପଟି ସ୍ଥାନୀୟ ଅଞ୍ଚଳରେ ପ୍ରସିଦ୍ଧ l ଉତ୍କଳୀୟ ପାରମ୍ପରିକ ହସ୍ତକଳା ଅତୁଳନୀୟ l
Khudurukuni Osha
Khudurkuni Pati
Bhalukuni
Tapoi
Spread the love
Antaranga Kalinga

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago