~ ବଡ଼ମ୍ବାଜଗନ୍ନାଥ ମନ୍ଦିର ~
ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ
ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସର୍ବାଗ୍ରେ l ମହାପ୍ରଭୁଙ୍କୁ ନେଇ ଉତ୍କଳର ଜନଜୀବନ ଗତିଶୀଳ l ଉତ୍କଳର ପ୍ରାକ୍ତନ ଗଡ଼ଜାତ ଗୁଡ଼ିକରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିର ଏହାର ଦ୍ୟୋତକ l
କଟକ ଜିଲ୍ଲାର ବଡ଼ମ୍ବାଗଡ଼ ଓଡ଼ିଶାର ଛବିଶ ଗଡ଼ଜାତ ମଧ୍ୟରେ ଅନ୍ୟତମ l ହଟ୍ଟକିଶୋର ରାଉତ ନାମକ ଜଣେ ବୀରପୁଙ୍ଗବ ହେଉଛନ୍ତି ଏହି ଗଡ଼ଜାତର ପ୍ରଥମ ଶାସକ l ଦେବୀ ଭଟ୍ଟାରିକାଙ୍କ ସ୍ଥାନୀୟ ଲୋକପ୍ରିୟ ନାମ ବୃହଦମ୍ବାରୁ ବଡ଼ମ୍ବା ଶବ୍ଦ ଆନୀତ l
ବଡ଼ମ୍ବା ରାଜବଂଶର ରାଜା ବଜ୍ରଧର ରାଉତଙ୍କ (୧୫୬୦- ୧୫୮୪) ସମୟରେ ବଡ଼ମ୍ବାଗଡ଼ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକକ ବିଗ୍ରହ ପ୍ରତିଷ୍ଠା ହେବା ସହ ରଥଯାତ୍ରା ଆରମ୍ଭ ହୋଇଥିଲା ବୋଲି ବଡ଼ମ୍ବା ଇତିହାସରୁ ଜଣାଯାଏ l ଉଲ୍ଲେଖଯୋଗ୍ୟ ବଡ଼ମ୍ବାଗଡ଼ ରାଜବାଟିରେ ପାଞ୍ଚ ଏକର ପରିମିତ ଅଞ୍ଚଳରେ ଦେଉଳ ବେଢ଼ା ରହିଛି l ଗୋପୀନାଥ ମନ୍ଦିର, ଜଗନ୍ନାଥ ମନ୍ଦିର, ରାସବିହାରୀ ମନ୍ଦିର ଏହି ଦେଉଳ ବେଢ଼ାରେ ଶୋଭିତ l
ବଡ଼ମ୍ବାର ଏଗାରତମ ରାଜା ନାରାୟଣ ମଙ୍ଗରାଜଙ୍କ (୧୬୧୭- ୧୬୩୫ )  ରାଜତ୍ୱ ସମୟରେ ରାଜା ବଜ୍ରଧର ରାଉତଙ୍କ ସମୟରୁ ପୂଜିତ ମହାପ୍ରଭୁଙ୍କ ନବକଳେବର ହୋଇଥିଲା l ସ୍ଥାନୀୟ ଲୋକବିଶ୍ଵାସ ଅନୁଯାୟୀ ବଡ଼ମ୍ବାରେ ପୂଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସର୍ବୋଚ୍ଚ ପ୍ରତିମା l ଏହାଙ୍କ ଉଚ୍ଚତା ପାଞ୍ଚଫୁଟ ସାତଇଞ୍ଚ ବୋଲି ଜଣାଯାଏ l ଦିଅଁଙ୍କ ନାମରେ ଜଗନ୍ନାଥପୁର ନାମକ ଗ୍ରାମ ବସାଇ ସେଠାରେ ତତ୍କାଳୀନ ରାଜା ମହାପ୍ରଭୁଙ୍କ ନାମରେ ଅନେକ ଜମି ଖଞ୍ଜା କରିଥିଲେ l ପୁରୀ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଏହି ମନ୍ଦିରରେ ଅନେକ ପର୍ବପର୍ବାଣୀ ପାଳନ କରାଯାଏ l ରଥଯାତ୍ରା ସେଥିମଧ୍ୟରେ ପ୍ରମୁଖ l
୧୫୬୦ ମସିହାରୁ ବଡ଼ମ୍ବାରେ ରଥଯାତ୍ରା ଆଡମ୍ବର ସହକାରେ ପାଳନ ହୋଇ ଆସୁଛି l ପୂର୍ବେ ରଥ ଷୋଳଚକ ବିଶିଷ୍ଟ ଥିଲା ପରବର୍ତ୍ତୀ ସମୟରେ ଆଠଚକ ବିଶିଷ୍ଟ ହେଲା l ଏହି ରାଜବଂଶର ରାଜା ପିଣ୍ଡିକି ମଙ୍ଗରାଜଙ୍କ ରାଣୀ ଦିଅଁଙ୍କ ନିମନ୍ତେ ଗୁଣ୍ଡିଚା ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ l ଦେଶର ସ୍ୱାଧୀନତା ପ୍ରାପ୍ତି ତଥା ଗଡ଼ଜାତ ମିଶ୍ରଣ ପରେ ଏହି ପ୍ରସିଦ୍ଧ ରଥଯାତ୍ରା ଅନେକ ବର୍ଷ ପାଳନ ହେବା ପରେ ଏକଦା ଝୁମୁରୀ ନାମକ ହସ୍ତୀର ମୃତ୍ୟୁ ପରେ ଏହି ପ୍ରସିଦ୍ଧ ରଥଯାତ୍ରା ଅନେକ ବର୍ଷ ଧରି ବନ୍ଦ ହୋଇଯାଇଥିଲା l ପରବର୍ତ୍ତୀ ସମୟରେ ସ୍ଥାନୀୟ ଜନସାଧାରଣ ତଥା ନିର୍ବାଚିତ ଜନପ୍ରତିନିଧିଙ୍କ ସହାୟତାରେ ଏହି ରଥଯାତ୍ରା ପୁନର୍ବାର ଆରମ୍ଭ ହୋଇଥିଲା l
ରାଜପରିବାରର ନିଜସ୍ୱ ମାଲିକାନାରେ ଏହି ମନ୍ଦିର ପରିଚାଳିତ ହେଉଥିଲେ ମଧ୍ୟ ଅନେକ ବର୍ଷ ଧରି ମନ୍ଦିର ତଥା ଦିଅଁ ଅବହେଳିତ ହୋଇ ରହିବା ପରେ ବିଗତ କିଛି ବର୍ଷ ହେବ ସ୍ଥାନୀୟ ବାସିନ୍ଦା ଧର୍ମପ୍ରାଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଶ୍ରୀମନ୍ଦିର ଦାରୁବିଗ୍ରହଙ୍କ ଅନୁକରଣରେ ଦୈନିକ ନୀତିକାନ୍ତି ବେଶ ଅନୁଷ୍ଠିତ ହେଉଛି l
Jagannath Temple of Badamba
Spread the love
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago