Category ସଂସ୍କୃତି ଓ ପରମ୍ପରା

କପଡାଗୁଣ୍ଡା

ଲେଖା: ଦେଵ ତ୍ରିପାଠୀ ଅଧୁନା ଓଡ଼ିଶାର ଯେଉଁ ଅଞ୍ଚଳଟି ବିଗତ କେଇ ଦଶନ୍ଧି ଧରି, କ୍ଷୁଧା ଓ ଦାରିଦ୍ର୍ୟର ତାଡ଼ନାରେ ମା’ଟିଏ କୋଳର ଶିଶୁକୁ ବିକିବା ଓ ନାରୀଟିଏ ଦେହ ବିକିବାକୁ ନେଇ ସମଗ୍ରବିଶ୍ଵରେ ବଦନାମୀ ବ୍ରାଣ୍ଡ ‘କେବିକେ‘ର ଅଂଶଭାବେ ପରିଚିତ, ସେ ଅଞ୍ଚଳର ନାମ କଳାହାଣ୍ଡି । ଅପରପକ୍ଷରେ, କଳାର ଦେଶ ଉତ୍କଳର ବୈଚିତ୍ର୍ୟମୟ,…

କେନ୍ଦେରା ଯୋଗୀ

  ଲେଖା: ଦେଵ ତ୍ରିପାଠୀ “ରାଜାକୂଳ ବଡ଼ ସୁଖ ଲୋ ଜନନୀ,  ଯୋଗୀକୂଳ ବଡ଼ ଦୁଃଖ ! ନ ଜାଣନ୍ତି ଯୋଗୀ ଖରା କି ବରଷା ମାଗି ବୁଲୁଥା’ନ୍ତି ଭିକ !” ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ…

କାଗଜମୁଖା 

ଲେଖା: ଦେଵ ତ୍ରିପାଠୀ ଜୀବନଯାକର ନିରବଚ୍ଛିନ୍ନ ସାଧନା, ଅବରୁଦ୍ଧ ଅନୂଢା ଅନୁରାଗ ଓ ଆକାଶଛୁଆଁ ଆଶାର ପ୍ରତିବଦଳରେ କଳାକାର ପ୍ରାଣଟି ପ୍ରତି ମୁହୂର୍ତ୍ତରେ ମହଳଣ ଦୀପଶିଖାଟି ଦିକ୍ ଦିକ୍ କରୁଥାଏ ! କଳା ଓ କଳାକାରର ପ୍ରତିଷ୍ଠା, ପ୍ରସାର ନେଇ ଆମେ ଯେତେ ଡିଣ୍ଡିମ ପିଟୁ, ଅଥଚ କଳାର ପ୍ରାଣସତ୍ତା ଦିନକୁଦିନ ହେଉଥାଏ ନିଷ୍ପ୍ରଭ, ନିଖୋଜ…

ଟେରାକୋଟା 

ଲେଖା: ଦେଵ ତ୍ରିପାଠୀ ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ ମୁଠାଏ ମାଟି, ଦେବୀଙ୍କ ମୂର୍ତ୍ତି ତିଆରି ପାଇଁ ମହାନଦୀ କୂଳରୁ ମାଟି ଉଠାଇ ଅନୁକୂଳ ହୁଏ, ମାଟି ଆମର ଅଗ୍ରପୂଜ୍ୟ।  ଏଇ ମାଟିକୁ ନେଇ ଅପୂର୍ବ ରସମାଧୁର୍ଯ୍ୟର…

ଓଡ଼ିଶାର ପର୍ବପର୍ବାଣୀ

ଲେଖା: ଦେଵ ତ୍ରିପାଠୀ ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ…

ମହିମା ଧର୍ମ

~ ମହିମା ଧର୍ମ ~ ଉପସ୍ଥାପନା: ଅମୃତେଶ ଖଟୁଆ “ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ। କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।” ( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ ) “ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ, ଥିଲେ ଯେଉଁ ନାରାୟଣ ସେ…

ଚଇତିଘୋଡ଼ା ମେଳଣ

ଲେଖା: ଦେଵ ତ୍ରିପାଠୀ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ କାହିଁ କେଉଁ ଅନାଦି କାଳରୁ ପ୍ରଚଳିତ ପବିତ୍ର ଚଇତିଘୋଡ଼ା ମେଳଣ ଉତ୍ସବ ପାଳିତ ହୋଇଆସୁଛି । ମା’ ଭଦ୍ରକାଳୀଙ୍କୁ ମା’ ବାସୁଳୀ ରୂପେ କୈବର୍ତ୍ତ ସମ୍ପ୍ରଦାୟ ମାନି ପାଳନ କରିଆସୁଥିବା ଏହି ପୂଜା ଅନୁଷ୍ଠିତ ହୁଏ ଏକ ନିଆରା ଢଙ୍ଗରେ । କିମ୍ବଦନ୍ତୀ…

ବୁଧେଇ ଓଷା

ଲେଖା: ଦେଵ ତ୍ରିପାଠୀ ଛିଣ୍ଡା ଛିଣ୍ଡା ମେଘର ପଲଟଣରେ ଭୋଦୁଅ ଆକାଶ ଭରି ରହିଛି I ଏଇ ଝରିବ ଝରିବ ହୋଇ ଭାସିଯାଏ ବଉଦର ବୋଇତ — ଆଉ କେଉଁ ମୁଲକରେ ତା’ର ବରଷଣ ମୂଲଚାଲ କରିବ I ତେବେ ଆମ ମୁଲକରେ ସିଏ ଫୁଟାଇଛି କାଶତଣ୍ଡୀ, ଗାଡ଼ିଆରେ ନୀଳକଇଁ, ଅରଣ୍ୟରେ ଶ୍ୟାମଳ ଢେଉ, ପବନରେ…

ମହାବିଷୁବ ସଂକ୍ରାନ୍ତି

ଲେଖା: ଦେଵ ତ୍ରିପାଠୀ “ନ ମାଧବସମୋ ମାସ ନକୃତେନ ଯୁଗ ସମଂ, ନ ଚ ବେଦ ସମ ଶାସ୍ତ୍ରଂ ନ ତୀର୍ଥ ଗଙ୍ଗୟା ସମମ୍ II” ବୈଶାଖମାସ ଠାରୁ ମାସ ନାହିଁ, ସତ୍ୟଯୁଗ ଠାରୁ ଯୁଗ ନାହିଁ, ବେଦ ଠାରୁ ବଡ଼ ଶାସ୍ତ୍ର ନାହିଁ, ଗଙ୍ଗା ଠାରୁ ପୁଣ୍ୟ ନଦୀ ଏ ଧରଣୀପୃଷ୍ଠରେ ନାହିଁ ।…

ଚୈତ୍ର ମଙ୍ଗଳବାର

ଲେଖା ଅରବିନ୍ଦ ମହାନ୍ତି ଓଡ଼ିଆ ଘରର ଅନ୍ୟ ଏକ ବୈଶିଷ୍ଟ୍ୟ ଓ ପରିଚୟ ହେଉଛି ଚୈତ୍ର ମଙ୍ଗଳବାର ଓଷା। ମାଣବସା ଭଳି ପ୍ରତ୍ୟେକ ଘରର ଏହା ପର୍ବ। ମା ମଙ୍ଗଳାଙ୍କୁ ସୁମରଣା କରି ଗାଁ ଠାରୁ ସହର ଯାଏ ପ୍ରତି ଓଡ଼ିଆଙ୍କ ଦାଣ୍ଡରେ ଚୈତ୍ର ମଙ୍ଗଳବାରରେ ପନ୍ଥେଇ ପୂଜା ନିଶ୍ଚୟ ଦେଖିବାକୁ ମିଳେ। ପ୍ରତ୍ୟକ ମା’…