Category ଶ୍ରୀଜଗନ୍ନାଥ

ସିଂହଦ୍ଵାର

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ହସ୍ତପଦପ୍ରକ୍ଷାଳନ କରି ପ୍ରଥମେ ମୁଣ୍ଡିଆ ମାରେ ଅରୁଣସ୍ତମ୍ଭରେ । ଅରୁଣ ସ୍ତମ୍ଭର ସମ୍ମୁଖରେ ଦୃଶ୍ୟମାନ ହୁଏ ସିଂହଦ୍ଵାର, ଏବଂ ତା’ର ଉଭୟ ପାର୍ଶ୍ଵରେ ମନ୍ଦିର ପରିସରକୁ ଘେରିରହିଥିବା ମେଘନାଦ ପାଚେରୀ ଓ କୁର୍ମବେଢ଼ା । ଏହି ସିଂହଦ୍ଵାର ବା ଧର୍ମଦ୍ଵାର ବା ମୋକ୍ଷଦ୍ଵାରର ଦ୍ଵାରପାଳ…

ଅରୁଣସ୍ତମ୍ଭ

ଲେଖା: ଦେଵ ତ୍ରିପାଠୀ ପାବନଧାମ ନୀଳାଚଳ ଶ୍ରୀକ୍ଷେତ୍ରରେ ପାଦଦେଇ ଭକ୍ତଟିଏ ଶରଧାବାଲିକୁ ମୁଣ୍ଡିଆମାରେ, ଧୂଳି କଣିକାଏ ନେଇ ମୁଣ୍ଡରେ ବୋଳେ । ନୀଳକନ୍ଦରବାସୀ ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଆଉ କାଳିଆ ସାଆନ୍ତଙ୍କୁ ଦର୍ଶନ ପାଇଁ ମନ ହୁଏ ବ୍ୟାକୁଳ, ବଡ଼ଦେଉଳର ପତିତପାବନ ବାନା ତା’କୁ ହାତଠାରି ଡାକେ । ଭକ୍ତ ତରତର ହୋଇ ଧାଇଁଯାଏ…

ଭକ୍ତ ସାଲବେଗ

ଲେଖା: ବନ୍ଧନ ଦଳାଇ ଜଗନ୍ନାଥ ସଂସ୍କୃତି ଓଡ଼ିଆ ଜନମାନସ, ଓଡ଼ିଆ ସଂସ୍କୃତି, ମାଟି, ପାଣି, ପବନ ଏବଂ ସର୍ବୋପରି ଓଡିଶା ଭୂଖଣ୍ଡ ସହ ଓତଃପ୍ରୋତ ଭାବରେ ଜଡିତ! ମଣିମା ପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଉତ୍କଳର ରାଷ୍ଟ୍ରଦେବତା, ସର୍ବଧର୍ମର ସମନ୍ୱୟ । ରଥଯାତ୍ରା ଜାତି ଧର୍ମ ବର୍ଣ ନିର୍ବିଶେଷରେ ଭକ୍ତ ଓ ଭଗବାନଙ୍କର ମିଳନ ହୁଏ ବଡଦାଣ୍ଡରେ…

ସିଦ୍ଧବକୁଳ ମଠ 

 ଲେଖା: ଦେଵ ତ୍ରିପାଠୀ ଶ୍ରୀଚୈତନ୍ୟଙ୍କ ଆବାସସ୍ଥଳୀ ପୁରୀ ବାଲିସାହିସ୍ଥିତ ଶ୍ରୀରାଧାକାନ୍ତ ମଠ ବା ଗମ୍ଭୀରା ସନ୍ନିକଟରେ ଅବସ୍ଥିତ ସୁପ୍ରସିଦ୍ଧ ସିଦ୍ଧବକୁଳ ମଠ । ଏଇ ମଠର ବିଜେସ୍ଥଳୀଟି ଏକଦା ଉକ୍ତ ସାହିର ପଣ୍ଡିତ କାଶୀ ମିଶ୍ରଙ୍କ ପୁଷ୍ପଉଦ୍ୟାନ ଥିଲା । ଶ୍ରୀ ଚୈତନ୍ୟ ପଣ୍ଡିତଙ୍କୁ ଯବନଭକ୍ତ ଶ୍ରୀହରିଦାସଙ୍କ ପାଇଁ ନିର୍ଜନ ସ୍ଥାନଟିଏ ମାଗି ଉକ୍ତ ଉଦ୍ୟାନରେ…

ଭକ୍ତ ବନ୍ଧୁ ମହାନ୍ତି

ଲେଖା: ଦେବୀ ପ୍ରସାଦ ଦାସ ୧୮୧୮ ମସିହାର କଥା । ଯାଜପୁରରେ ରହୁଥିଲେ ବନ୍ଧୁ ମହାନ୍ତି । ଘୋର ଆର୍ଥିକ ଅନାଟନରେ ଥାଇ କାଳାତିପାତ କରୁଥିଲେ ମଧ୍ୟ ଭକ୍ତ ବନ୍ଧୁ ମହାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଗଭୀର ଭକ୍ତି କରୁଥିଲେ । ସବୁକଥାରେ ସେ ତାଙ୍କ ସ୍ତ୍ରୀଙ୍କୁ ପୁରୀରେ ତାଙ୍କର ଏକ ବନ୍ଧୁ ଅଛନ୍ତି ଏବଂ ସେ…

ଝୁଲଣଯାତ୍ରା (Jhulana Jatra)

ଲେଖା: ବନ୍ଧନ ଦଳାଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣ ରୂପରେ ସମ୍ବୋଧିତ। ଶ୍ରୀଚୈତନ୍ୟଙ୍କ ଦୃଷ୍ଟିରେ ମହାପ୍ରଭୁ ହେଉଛନ୍ତି ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ମିଳିତ ବିଗ୍ରହ ପ୍ରେମ ପୁରୁଷ ଶ୍ରୀକୃଷ୍ଣ ଏବଂ ପ୍ରକୃତି ସ୍ୱରୁପା ଶ୍ରୀରାଧାଙ୍କର ନିତ୍ୟରାସକାଳୀନ ଯୁଗନଦ୍ଧ ରୂପ ହିଁ ରତ୍ନ ସିଂହାସନାରୂଢ ଶ୍ରୀଜଗନ୍ନାଥ। ‘ଐଶ୍ୱର୍ଯ୍ୟ ମାଧୁର୍ଯ୍ୟ ଘେନି ସିଂହାସନ ପରେ, ବିଜୟ କରିଅଛନ୍ତି ଚତୁର୍ଦ୍ଧା…

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି

ଲେଖା: ବିଶ୍ୱରଞ୍ଜନ ମହାପାତ୍ର ମାନବୀୟ ଲୀଳାର ଅନନ୍ଯ ନିଦର୍ଶନ, ଦୈନିକ ପୁନଃପୁନଃ ଧୂପ, ଦୀପର ଧୁଆଁଳିଆ ଗୁଳୁଗୁଳି ଓ ଆର୍ଦ୍ରତା ପ୍ରଭାବରେ ଶ୍ରୀଜିଉମାନଙ୍କର ମୁଖମଣ୍ତଳ ବିବର୍ଣ୍ଣିତ ହେବା ଯୋଗୁ ପ୍ରତିମାସରେ ହାରାହାରି ଦୁଇଥର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ…

ପଦ୍ମବେଶ ମଣିମା

ଲେଖା: ମିହିର ପଟ୍ଟନାୟକ ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। କେବଳ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ପ୍ରଭୁଙ୍କୁ ବର୍ଷକୁ ଗୋଟିଏ ଥର ପଦ୍ମବେଶରେ ସଜ୍ଜିତ କରାଯାଏ। ସେଇ ରାତିରେ କାଳିଆ ଠାକୁରଙ୍କ ନିତ୍ୟ…

ଲକ୍ଷ୍ମୀନାରାୟଣ ବେଶ

ଲେଖା: ଶ୍ରୀଜଗନ୍ନାଥଙ୍କ ଜନୈକ ଚରଣାଶ୍ରିତ ~ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ ~ କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥାଏ। ଶ୍ରୀଜଗନ୍ନାଥଙ୍କର ଅନ୍ୟ ସବୁ ବେଶ ପରି ଏହି ବେଶ ମଧ୍ୟ ଖୁବ ସୁନ୍ଦର। ଶ୍ରୀଜଗନ୍ନାଥ ଧର୍ମ ଓ ବିଭିନ୍ନ ସଂପ୍ରଦାୟର ଦେବତା ଭାବରେ ପରିଗଣିତ ହେଲେ…

ଦେବୋତ୍ଥାପନ ଏକାଦଶୀ 

ଲେଖା: ମିହିର ପଟ୍ଟନାୟକ କାର୍ତ୍ତିକ ମାସର ବଡ଼ ଏକାଦଶୀ ହିଁ ଦେବୋତ୍ଥାପନ ଏକାଦଶୀ । ୪ ମାସ ଧରି ଶୟନ କରିଥିବା ଠାକୁରେ ଏ ଦିନ ସାଷ୍ଟାଙ୍ଗ ହୁଅନ୍ତି। ନିଦ୍ରା ଭଙ୍ଗହୁଏ ଠାକୁରଙ୍କର। ଏହି ଦିନଠାରୁ ଅଶୁଦ୍ଧ କାଳର ସାମାପ୍ତି ଘଟିଥାଏ। ଆରମ୍ଭ ହୋଇଥାଏ ଶୁଦ୍ଧକାଳ। ୪ମାସ ଧରି ବନ୍ଦ ରହିଥିବା ସମସ୍ତ ମାଙ୍ଗଳିକ କାର୍ଯ୍ୟ…