Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଆନନ୍ଦ ଦାଶ ଓ ହାରାଦେବୀଙ୍କ କୋଳମଣ୍ଡନ କଲା ପୁତ୍ରସନ୍ତାନଟିଏ। ସାତଟି କନ୍ୟା ସନ୍ତାନର ଜନକଜନନୀ ବାଲିଆର ନୀଳକଣ୍ଠେଶ୍ଵର ମହାଦେବଙ୍କ ପାଖରେ ଅଧିଆ ପଡି ସନ୍ତାନଟିଏ ପାଇଥିବାରୁ ପୁଅର ନାଁ ସରାଗରେ ଦେଲେ ନୀଳକଣ୍ଠ । କିନ୍ତୁ ଦାଶ ଦମ୍ପତି କି ଜାଣିଥିଲେ ସେ ପିଲା ଦିନେ ନିଜ ନାମକୁ ସାର୍ଥକ କରି 'ନୀଳକଣ୍ଠ' ବନିଯିବ -- ସମାଜର କଳୁଷପଙ୍କର ବିଷକୁ ପିଇ ପିଇ ! ସମାଜର ତାଡନା ସହି ସହି . .
ହେ ପ୍ରଭୁ, ଭବିଷ୍ୟତରେ ମୋତେ ଆଉ ପୁଅ ଦିଅନା, ନହେଲେ ସଂସାର ବନ୍ଧନରେ ମୁଁ ଦୁନିଆଁ ଭୁଲିଯିବି . . !
ଉପସ୍ଥାପନା: ନିରଞ୍ଜନ ସାହୁ ଓଡ଼ିଶାର ରଣପୁର । ତଦନାନ୍ତୀନ ରଣପୁର ରାଜ୍ୟ। ପ୍ରଜା ଆନ୍ଦୋଳନରେ ଭୀତତ୍ରସ୍ତ ରାଜା ଏବଂ ବ୍ରିଟିଶ ଶାସନ। ପ୍ରଜାମାନଙ୍କର ଅସନ୍ତୋଷ ଦିନୁଁ ଦିନ ଦାନା ବାନ୍ଧୁଥାଏ। ଦିବାକର ପରିଡ଼ା ଓ ରଘୁନାଥ ମହାନ୍ତିଙ୍କ ନିଷ୍ଠାପର ଉଦ୍ୟମ ଫଳରେ ପ୍ରଜାମଣ୍ଡଳ ଆନ୍ଦୋଳନ ଅଭୂତପୂର୍ବ ରୂପ ନେଉଥାଏ। ସେହି କଥା ଚିନ୍ତା କରି ରାଜା…
ଲେଖା: ଦେଵ ତ୍ରିପାଠୀ ୧୯୪୨ ସନ୍, ଅଗଷ୍ଟ ୮ । କୋରାପୁଟ ଜିଲ୍ଲା ମାଲ୍ୟବନ୍ତ ତାଲୁକର ମାତିଲି ଗ୍ରାମ । ସେଇ ଅଗଷ୍ଟ ଅତ୍ୟାଚାର କାଳରେ ଭୟାବହ ଘଟଣା ଥିଲା ମାତିଲି ଗୁଳିକାଣ୍ଡ । ସେ ଗ୍ରାମର ପ୍ରକୃତି କୋଳର ଅବହେଳିତ ଆଦିବାସୀମାନଙ୍କୁ ନେଇ ମୁକ୍ତିସଂଗ୍ରାମର ଅଗ୍ନିଶିଖା ଜାଳିଥିବା ତଥା ମହାତ୍ମାଗାନ୍ଧୀଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ…
ଉପେନ୍ଦ୍ର ଭଞ୍ଜଙ୍କ ସବୁ କ୍ଲିଷ୍ଟତା ଓ ଦୁର୍ବୋଧ୍ୟତା ସତ୍ତ୍ୱେ, ତାହାର ଅନ୍ତର୍ନିହିତ ସାଙ୍ଗୀତିକତା ଓଡ଼ିଆଙ୍କ ହୃଦୟରେ ଓ ଓଡ଼ିଶାର ପୁରପଲ୍ଲୀରେ ଜନସାଧାରଣଙ୍କୁ ଆଦୃତ କରି ରଖିଅଛି। ତାଙ୍କର ପ୍ରଭାବ ଦୀର୍ଘ ଦୁଇ ଶତାବ୍ଦୀ ଧରି କ୍ଲାନ୍ତହୀନ ଭାବେ ଆଗକୁ ଆଗକୁ ଚାଲିଛି। ସେଇଥିପାଇଁ ସେ ଯଶଦେହୀ, କବିସମ୍ରାଟ . .
ଲେଖା: ନିରଞ୍ଜନ ସାହୁ ~ ଓଡ଼ିଆପୁଅ ଜୟଦେବ ~ “ଲଳିତଲବଙ୍ଗଲତା ପରିଶୀଳନ କୋମଳ ମଳୟ ସମୀରେ ମଧୁକରନିକର କରଂବିତ କୋକିଳ କୂଜିତ କୁଞ୍ଜକୁଟୀରେ, ବିହରତି ହରିରିହ ସରସ ବସନ୍ତେ, ନୃତ୍ୟତି ଯୁବତୀଜନେନ ସମଂ ସଖି ବିରହିଜନସ୍ୟ ଦୁରନ୍ତେ।” ଲଳିତ ଶବ୍ଦ ପ୍ରୟୋଗ ଓ ପଦବିନ୍ୟାସରେ ବିଶ୍ୱବାସୀଙ୍କୁ ଚକିତ କରିପାରିଥିବା ମହାନ୍ ସଂସ୍କୃତ କବି, ‘ଗୀତଗୋବିନ୍ଦ‘ର ରଚୟିତା…
ଲେଖା: ଦେଵ ତ୍ରିପାଠୀ ~ ଉତ୍କଳଭାରତୀ ଭାରତ କବିନେତ୍ରୀ ଡାକ୍ତର କୁନ୍ତଳା କୁମାରୀ ସାବତ ~ କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ ଚାହିଁଲେ ବିଶାଳ ବିଶ୍ବ ଆସୁଛି କି ପରତେ, କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ, ଅକାରଣେ ଜନ୍ମିନାହିଁ, ଅନନ୍ତ ବିନାଶମୋର ଲେଖା ନାହିଁ କପାଳେ ଏକ ରାତି ପାଇଁ ଫୁଟି…
ଲେଖା: ନିରଞ୍ଜନ ସାହୁ “ହେ ଗୌରୀଶଙ୍କର ଧନ୍ୟ ତୁମର ସାହସ, ଦୀପିକା ଲେଖୁଛ ବସି ତିରିଶ ବରଷ । ନ ମାନି ବିପଦ ବାଧା ନ ଚାହିଁ ଦେହକୁ, ମନପ୍ରାଣ ସମରପି ପାଳିଛ ବ୍ରତକୁ । ଦେଖି ଦେଖି ଢେର ଦିନ ଜାଣିଛି ବିଶେଷ, ଅଟ ତୁମ୍ଭେ ଜଣେ man of business” ବ୍ୟାସକବି ଫକୀରମୋହନଙ୍କ…
ଏକୋଇଶିଆ ଦିନ ଶିଶୁପୁତ୍ର ଏ କୋଳରୁ ସେ କୋଳ ହେଉଛି, କେତେ ବେଳକେ ଆସିଲା ମା' ପାର୍ବତୀଙ୍କ କୋଳକୁ ! ଛାତିରେ ଜାକି ଧରିଲେ ପୁଅକୁ, ମନେପଡି ଯାଉଛି ନାହାକଙ୍କ କଥା ପଦକ, "ଏ ପୁଅ ଦିନେ ବଡ଼ ମଣିଷ ହେବ, ଅସାଧ୍ୟ ସାଧ୍ୟ କରିବ, କାଳକାଳକୁ ନାଁ ରଖିବ . .
ଲେଖା: ଦେଵ ତ୍ରିପାଠୀ ବିରୂପା ନଦୀକୂଳରେ ଯେଉଁ ମହିୟସୀ ନାରୀଙ୍କ ଆତ୍ମୋତ୍ସର୍ଗ ଯେ ସ୍ବାଧୀନ ତଥା ସ୍ବର୍ଣ୍ଣିମ ଉତ୍କଳ ଗଠନ ପାଇଁ ଅଭିପ୍ରେରିତ କରିଥିଲା, ସମ୍ପୃକ୍ତ ଅଞ୍ଚଳଟି ଓଡ଼ିଶାର ଭୋୖଗୋଳିକ ମାନଚିତ୍ରରେ ଗର୍ବିତ ସ୍ଥାନ ଅଧିକାର କରି ନଥିଲେ ମଧ୍ୟ ରାଜ୍ୟର ମହାର୍ଘ ଇତିହାସ ସହିତ ଚକଡା଼ପୋଥି ଏବଂ ମାଦଳାପାଞ୍ଜିରେ ପାଇଥିଲା ଗୌରବାବହ ସମୁଜ୍ଜ୍ୱଳ ପରିଚୟ…