Physical Address
Sai Samarpanam, Satya Vihar, Bhubaneswar

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ଆଲୋ ମୁକୁତି ! ଗୁରୁଵାର ଦିନ ହବୁ ପୋଖତି ପୁଅ ନାଆଁ ଦବୁ ଚକରଧର ମୁତି ପକେଇଵ ଚର୍ ଚର୍ ।” ଏ ଢଗର ଅର୍ଥ କ’ଣ ହେଇପାରେ ? ମୋତେ ତାହା ଜଣା ପଡିନାହିଁ ତେଵେ ଅନୁମାନ କରାଯାଉ ଏ ଢଗର କ’ଣ ସମ୍ଭାଵିତ ଅର୍ଥ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ମନରେ ବେଳେବେଳେ ପ୍ରଶ୍ନ ଆସେ ଯେ ଭାରତଵର୍ଷରେ ଵିଶେଷତଃ ଆମ କଳିଙ୍ଗଦେଶରେ ନାଆଁ ଓ ସାଙ୍ଗିଆ ମଝିରେ କୁମାର କାହିଁକି ଲଗାଯାଇଥାଏ । ଉଦାହରଣ ସ୍ୱରୂପ: *ପ୍ରଦ୍ୟୁମ୍ନ କୁମାର ସ୍ଵାଇଁ *ପଵନ କୁମାର ପାତ୍ର ଇତ୍ୟାଦି ଇତ୍ୟାଦି… ସାରା ଭାରତରେ ଏଭଳି ନାମକରଣ ପ୍ରକ୍ରିୟା ସବୁଠାରୁ ଅଧିକ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ “ବାଳୁଙ୍ଗା ତ ବାଳୁଙ୍ଗା ଏ ଦଣ୍ଡା ବାଳୁଙ୍ଗା ପୁଣି କିସ ?” ଏହାର ଉତ୍ତର ଜାଣିଵାକୁ ହେଲେ ପ୍ରଥମେ ଆମ ଭାଷାର ଏହି ଦୁଇଗୋଟି ଶବ୍ଦ ଦଣ୍ଡା ଓ ବାଳୁଙ୍ଗାର ଅନୁଶୀଳନ କରିଵାକୁ ହେଵ । ଆମ ଭାଷାରେ ନୀଵାର ଧାନକୁ ବାଳୁଙ୍ଗା କୁହାଯାଏ ତେବେ ଏ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ପୁରାଣରେ ସୁରାକୁ ଦେବତାଙ୍କର ଏବଂ ମଦୀରାକୁ ରାକ୍ଷସଙ୍କର ନିଶାପାନୀୟ ଦ୍ରବ୍ୟ କୁହାଯାଇଛି । ତେବେ ଏ ଉଭୟ ପ୍ରକାରର ମଦ୍ୟ ଭାରତୀୟ ପ୍ରଜା ପ୍ରାଚୀନ କାଳରୁ ବ୍ୟବହାର କରିଆସୁଛନ୍ତି । କିଛି ଆତ୍ମମୁଗ୍ଧ ବ୍ୟକ୍ତିବିଶେଷ ମଦ୍ୟ ବିଷୟରେ କିଛି ନଜାଣି ତାହାକୁ ବୈଦେଶିକଙ୍କ ଦ୍ବାରା ଭାରତ ଆଣି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଓଡ଼ିଶାର ସବୁ ଅଞ୍ଚଳରେ କିଛି ନା କିଛି ସ୍ବତନ୍ତ୍ର ଢ଼ଗ ଚଳୁଅଛି ଯାହା ସେହି ଅଞ୍ଚଳ ମଧ୍ଯରେ ସୀମିତ ରହିଯାଇଥାଏ ! ଆମ ଗ୍ରାମ ପଞ୍ଚାୟତ କନ୍ତିଓ ପୁଟସାହିରେ ମଧ୍ଯ ସେହିପରି ଏକ ଢ଼ଗ ଚଳୁଅଛି, ଯେପରି କି, “ଭଲ ନା ଭାଲିଆତଇଳା” । ଯେତେବେଳେ ବ୍ଯକ୍ତିବିଶେଷ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଅବଶୋଷ, ଅବଶୋଶ ନା ଅବସୋସ ! ଏଠାରେ କେଉଁ ଶବ୍ଦଟି ଠିକ ନିର୍ଣ୍ଣୟ କରିବା ସହଜ ନୁହେଁ । ହିନ୍ଦୀରେ ଅଫସୋସ୍ ଲେଖାଯାଏ, ଯାହାକି ପାର୍ସୀ ଭାଷାରୁ ଆନୀତ ହୋଇଥିବା ଅନେକ ଉତ୍ତର ଭାରତୀୟ ଭାଷାଵିଦ ମତ ଦିଅନ୍ତି । ପ୍ରଥମେ ଦେଖିବାକୁ ହେବ ଯେ କ’ଣ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଜାତୀୟ ଭାଷା ଓଡ଼ିଆ ! ନିଶ୍ଚିତ ଭାବେ, ଓଡ଼ିଆ ଭାରତର ଆଞ୍ଚଳିକ ଭାଷା ନୁହେଁ ଵରଂ ଏକ ସ୍ଵାଭାଵିକ ଜାତୀୟଭାଷା ଅଟେ । କାରଣ ସାରା ଭାରତରେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ”କୁ ଓଡ଼ିଆ ଭାଷାର ଅକାରାନ୍ତ ଉଚ୍ଚାରଣ ଶୈଳୀରେ ହିଁ ଗାୟନ କରାଯାଇଥାଏ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଇଂରାଜୀ ଭାଷାରେ ମରାଠୀଙ୍କୁ ମରାଠୀ କୁହାଗଲା, ପଞ୍ଜାବୀଙ୍କୁ ପଞ୍ଜାଵୀ, ଦକ୍ଷିଣର କନ୍ନଡ ତାମିଲ ଓ ତେଲୁଗୁ ଆଦି ଭାଷାଗୁଡି଼କର ନାମ ମଧ୍ୟ ଇଂରାଜୀ ଆଦି ୟୁରୋପୀୟ ଭାଷାଗୁଡି଼କରେ ମୂଳ ନାମ ଅନୁସାରେ ରହିଲା କିନ୍ତୁ ୟୁରୋପୀୟମାନେ ଓଡ଼ିଆ ମାନଙ୍କୁ ଓରିଆ ତଥା ଓଡ଼ିଶାକୁ ଓରିଶା ନାମ କାହିଁକି…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ କାର୍ଯ୍ୟାଳୟରେ ଥରେ ଜଣେ ଶିକ୍ଷିତ ବିହାରୀ ଭାଇଙ୍କ ସହିତ କଥା ହେଉଥାଏ । କହୁ କହୁ କହିଲେ, ଏଇ କାମରେ ବହୁତ tension, ଆଖି ବୁଜିଵାକୁ ବି ସମୟ ମିଳୁନାହିଁ । ଆମର ଏଠି ଦଶଟା ଝିଅ ହେଲେ ଚିନ୍ତା ବଢ଼େ କିନ୍ତୁ ୟୁରୋପରେ ଦଶଟା ପୁଅ…

ଗବେଷଣା ଓ ଉପସ୍ଥାପନା: ଶିଶିର ସାହୁ ମନୋଜ ଘଇତା/ଘଏତା ଶବ୍ଦଟି ଓଡ଼ିଆ ଭାଷାରେ ବହୁ ପ୍ରାଚୀନ କାଳରୁ ଚଳିଆସୁଛି କିନ୍ତୁ ଅଧୁନା ଅନେକ ଓଡ଼ିଆ ଲୋକେ ଏ ଶବ୍ଦକୁ ଅଶ୍ଳୀଳ ଵିଚାର କରୁଅଛନ୍ତି ଓ ଏହି ଶବ୍ଦ ପରିଵର୍ତ୍ତେ ପତି ଓ ସ୍ଵାମୀ ଆଦି ତତ୍ସମ ଶବ୍ଦର ଆଜି ଵିଶେଷ ଭାବେ ପ୍ରୟୋଗ ହୋଇଥାଏ ।…